ଲକଡାଉନ ଯୋଗୁ ଜନ୍ମସ୍ଥାନ ଯାଇପାରିଲାନି ମରଶରୀର; ଏଇଠି ଶେଷ ବିଦାୟ ନେଲେ ଇର୍‌ଫାନ

ମୁମ୍ବାଇ: ନିରବ ହୋଇଯାଇଛି ବଲିଉଡ୍‌। ସମସ୍ତେ ହତବାକ୍‌ ହୋଇଯାଇଛନ୍ତି। କାରଣ ଦୁନିଆକୁ‌ ସବୁଦିନ ପାଇଁ ଅଲ୍‌ବିଦା କହି ଆରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ କଳାକାର ଇର୍‌ଫାନ୍‌ ଖାନ। ମାତ୍ର ୫୩ ବର୍ଷ ବୟସରେ ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଗଲେ ଏହି ଦକ୍ଷ ଓ ଲୋକପ୍ରିୟ କଳାକାର। କ୍ୟାନସର ସହ ଲଢ଼େଇ କରି ଆଜି ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଆଖି ବୁଜିଛନ୍ତି। ତେବେ ଲକଡାଉନ ଯୋଗୁ ତାଙ୍କ ମରଶରୀରକୁ ତାଙ୍କ ଜନ୍ମ ସ୍ଥାନ ଜୟପୁରକୁ ନିଆଯାଇ ପାରିନାହିଁ। ମାତ୍ର ୪ ଦିନ ତଳେ ଇର୍‌ଫାନଙ୍କ ମାଆ ଚାଲିଯାଇଥିଲେ ଆରପାରିକୁ। ଲକ୍‌ଡାଉନ୍‌ ଯୋଗୁ ସେ ତାଙ୍କ ମାଆଙ୍କୁ ଦେଖିପାରିନଥିଲେ। ଆଉ ଆଜି ସିଏ ବି ଚାଲିଗଲେ।

ଇର୍‌ଫାନଙ୍କ ମରଶରୀରକୁ ମୁମ୍ବାଇର ବରସୋଭା କବ୍ରିସ୍ତାନରେ ଇସଲାମ ରୀତିନୀତି ଅନୁଯାୟୀ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ତାଙ୍କର ଦୁଇ ପୁଅ ବବିଲ ଓ ଅୟାନ ଅନ୍ତିମ ସଂସ୍କାର କରିଛନ୍ତି। କବ୍ରିସ୍ତାନରେ ମଧ୍ୟାହ୍ନ ୩ଟାରେ ହୋଇଥିବା ଅନ୍ତିମ ସଂସ୍କାରରେ କେବଳ ହାତ ଗଣତି ପରିବାରର ୫ ଜଣ ସଦସ୍ୟ ରହିଥିଲେ। କରୋନା ଲକଡାଉନ ପାଇଁ ଇରାଫନଙ୍କ ବହୁ ଫ୍ୟାନ ତାଙ୍କର ଅନ୍ତିମ ଦର୍ଶନ କରିପାରିନାହାନ୍ତି।

ମହାରାଷ୍ଟ୍ର ସରକାରଙ୍କ ସମସ୍ତ ଗାଇଡଲାଇନ ଅନୁଯାୟୀ ଏହି ଅନ୍ତିମ ସଂସ୍କାର କରାଯାଇଛି। ବଲିଉଡର ଅନେକ ଆଗଧାଡ଼ିର କଳାକାର ଓ ନିର୍ଦ୍ଦେଶକ ଇରାଫନ ଖାନଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେମାନେ ଲକଡାଉନ ଯୋଗୁ କବ୍ରିସ୍ତାନକୁ ଆସି ପାରି ନଥିଲେ। ତେବେ ବିଶାଲ ଭରଦ୍ୱାଜ କବ୍ରିସ୍ତାନକୁ ଆସି ଇରଫାନ ଖାନଙ୍କ ଶେଷ ସମୟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଭରଦ୍ୱାଜଙ୍କ ହାଇଦର ଓ ୭ ଖୁନ ମାଫ ଭଳି ଫିଲ୍ମରେ ଇରଫାନ ଅଭିନୟ କରିଥିଲେ।

ସାଧାରଣ ଲୋକ କିମ୍ବା ଗଣମାଧ୍ୟମକୁ ମଧ୍ୟ ପ୍ରଶାସନ କବ୍ରିସ୍ତାନକୁ କରୋନା ସଂକ୍ରମଣ ଭୟରେ ଛାଡ଼ି ନଥିଲା। ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ତାଙ୍କ ଜୟପୁର ସ୍ଥିତ ଗାଁରୁ କିଛି ପରିବାର ଲୋକ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ଇରଫାନ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ରହୁଥିଲା।

୪ ଦିନ ତଳେ ଇରଫାନ ତାଙ୍କ ମା’ଙ୍କୁ ହରାଇଥିଲେ। ତେବେ ଅସୁସ୍ଥତା କାରଣରୁ ସେ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଜୟପୁର ଯାଇ ପାରି ନଥିଲେ। ମଙ୍ଗଳବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୫୩ ବର୍ଷୀୟ ଇରଫାନ ୨୦୧୭ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରର ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ଏଥିପାଇଁ ସେ ପ୍ରାୟ ଦୁଇ ବର୍ଷ ଧରି ବଲିଉଡରୁ ଦୂରେଇ ରହିଥିଲେ। ସେଠାରୁ ଫେରିବା ପରେ ସେ ‘ଅଗ୍ରେଜୀ ମିଡିୟମ’ର ଶୁଟିଂ କରିଥିଲେ। ଅସୁସ୍ଥତା କାରଣରୁ ସେ ‘ଅଂଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ଯାଇପାରି ନଥିଲେ। ଇର୍‌ଫାନ୍‌ ତାଙ୍କ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅ ବାବିଲ୍ ଏବଂ ଆୟନ୍‌ ଅଛନ୍ତି।

୧୯୬୭ ମସିହା ଜାନୁଆରୀ ୭ରେ ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅପ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ଏହାପରେ ୮୦ ଦଶକରେ ସେ ମୁମ୍ବାଇ ଆସି ‘ଚାଣକ୍ୟ’, ‘ବନେଗୀ ଅପ୍‌ନିବାତ୍‌’, ଭାରତ ଏକ ଖୋଜ୍‌, ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ତେବେ ୧୯୮୮ରେ ମୀରା ନାୟରଙ୍କ ଫିଲ୍ମ ‘ସଲାମ ବମ୍ବେ’ରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଫିଲ୍ମ। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

You might also like