ଏମିତି କରୁଣ ଥିଲା ଇରଫାନ୍‌ଙ୍କ ଶେଷ ଶବ୍ଦ !

ମୁମ୍ବଇ: ଆଉ ନାହାନ୍ତି ବଲିଉଡ ଅଭିନେତା ଇରଫାନ ଖାଁ। ହେଲେ ତାଙ୍କୁ ଝୁରି ହେଉଛି ବଲିଉଡ, ଝୁରି ହେଉଛନ୍ତି ତାଙ୍କର ଫ୍ୟାନ୍ସ। ତାଙ୍କର ଏପରି ଅକାଳ ବିୟାଗକୁ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ। ତାଙ୍କର ଅନୁପସ୍ଥିତି କେବଳ ବଲିଉଡ ନୁହେଁ,  ସାରା ଦେଶବାସୀଙ୍କୁ ଯେମିତି ଲୁହରେ ଭିଜାଇ ଦେଇଛି । ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ, ଇରଫାନଙ୍କ ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ଇରଫାନ ଶେଷ ସମୟରେ କ’ଣ କହୁଥିଲେ ତାହାର ଏକ ଫଟୋ ଭାଇରାଲ  ହୋଇଛି। ଏହି ଫଟୋର କ୍ୟାପ୍ସନ ତାଙ୍କ ଫ୍ୟାନ୍ସଙ୍କୁ ଆହୁରି ଇମୋଶନାଲ କରିଛି।
ଇରଫାନ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ କୋକିଲାବେନ ଧିରୁବାଇ ଅମ୍ବାନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏଇ ସମୟସୀମା ମଧ୍ୟରେ ବଲିଉଡ ଫ୍ୟାଶନ ଫଟୋଗ୍ରାଫର  viralbhayani  ତାଙ୍କ ଇନ୍‌‌ଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଇରାଫା‌ନଙ୍କ ଶେଷ ଉଚ୍ଚାରିତ ଶବ୍ଦ କ’ଣ ଥିଲା ।
ଇରଫାନଙ୍କ ମା’ଙ୍କର ଅଳ୍ପଦିନ ତଳେ ପରଲୋକ ହୋଇ ଯାଇଥିଲା ମା’ଙ୍କ ବିୟୋଗରେ ଇରଫାନ ବହୁତ ଭାଙ୍ଗି ପଡ଼ିଥିଲେ । ଏପରିକି ଶେଷ ସମୟରେ ସେ ତାଙ୍କ ମା’ଙ୍କୁ ଖୁବ ଝୁରି ଥିଲେ । ଫଟୋଗ୍ରାଫର  viralbhayani  କହିଛନ୍ତି, ମୃତ୍ୟୁ ପୂର୍ବରୁ ସେ ତାଙ୍କ ମା’ଙ୍କୁ ମନେ ପକାଇଥିଲେ । ମୃତ୍ୟୁ ପୂର୍ବରୁ ଇରଫାନଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳୁଥିଲା ଓ  ତାହା ଥିଲା-‘ଆମ୍ମା ମୋତେ ନେବାକୁ ଆସିଛନ୍ତି।’
ଏହି ଭାବପ୍ରବଣ ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ଆସିଛି । ଫ୍ୟାନମାନେ ଏହି ପୋଷ୍ଟରେ କହିଛନ୍ତି-‘ଇରଫାନକୁଙ୍କୁ ଆମେ ସବୁଦିନ ମନେ ରଖିବୁ ।’
ଇରାଫାନଙ୍କ ମୃତ୍ୟୁରେ ବଲିଉଡରୁ ବଡ ବଡ କଳାକାର ଗଭୀର ଶୋକ ପ୍ରକାଶ କରଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନ, ସୁପରଷ୍ଟାର ଶାହରୁଖ ଖାନ୍‌, ସଲମାନଙ୍କ ଖାଁ ସମସ୍ତେ ଇରଫାନଙ୍କ ଅକାଳ ବିୟୋଗରେ ମର୍ମାହତ।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

You might also like