ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କ‌ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ଆଜି‌ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ସେ ଗତ ମଙ୍ଗଳବାର ଦିନ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।

ବୃହତନ୍ତ୍ର  ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଥିଲେ। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିଲେ। ତାଙ୍କୁ କ୍ୟାନ୍‌ସର୍‌ ମଧ୍ୟ ହୋଇଥିଲା ବୋଲି ସୂଚନା ମିଳିଛି।

ନିକଟରେ ଇର୍‌ଫାନ୍‌ଙ୍କ ମା’ଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍‌ଫାନ୍ ତାଙ୍କ ମା’ଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ଦେଶବ୍ୟାପୀ ଲକ୍‌ ଲକ୍‌ଡାଉନ୍‌ ଯୋଗୁ ଓ ଇର୍‌ଫାନ୍‌ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନ ଥିଲେ। ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି ଶରୀର ଅସୁସ୍ଥ ଥିବା ଥିବା ମଧ୍ୟ ଜଣାଇଥିଲେ।

କିଛି  ଦିନ ତଳେ ଇର୍‌ଫାନ୍ ମାରାତ୍ମକ ରୋଗ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ରୋଗରୁ ସୁସ୍ଥ ହୋଇଥିଲେ। ମଝିରେ ମଝିରେ ତାଙ୍କୁ ମେଡିକାଲ୍‌ ଚେକ୍‌ଅପ୍‌‌ କରାଇବାକୁ ପଡ଼ୁଥିଲା। ଏଥିପାଇଁ ସେ ଗୋଟିଏ ବର୍ଷ ବଲିଉଡ୍‌ରୁ‌ ଦୂରେଇ ରହିଥିଲେ। ଅସୁସ୍ଥତା କାରଣରୁ ୨୦୨୦ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ସେ ଯାଇପାରି ନଥିଲେ। ଏହି ଫିଲ୍ମ ସୁଟିଂ ବେଳେ ବି ସେ ଲଣ୍ଡନ୍‌ରେ ରହି ଚିକିତ୍ସିତ ହେଉଥିଲେ।

ଇର୍‌ଫାନ୍‌ଙ୍କ ଅକାଳ ବିୟୋଗକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

You might also like