ମଳଦ୍ୱାରରେ ସଂକ୍ରମଣ ଯୋଗୁ ଆଇସିୟୁରେ ଇର୍‌ଫାନ୍‌

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବୃହତନ୍ତ୍ରରେ ବା ମଳଦ୍ୱାରରେ ସଂକ୍ରମଣ (କୋଲୋନାଲ୍‌ ଇନ୍‌ଫେକ୍ସନ୍‌) ଯୋଗୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଇର୍‌ଫାନଙ୍କ ମୁଖପାତ୍ର କହିଛନ୍ତି। ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି।

ଇର୍‌ଫାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ ତାଙ୍କ ମୁଖପାତ୍ର କହିଛନ୍ତି, ଏହି ଖବର ସତ ଯେ ଇର୍‌ଫାନ ମଳଦ୍ୱାର ସଂକ୍ରମଣ ଯୋଗୁ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଆମେ ଏ ବିଷୟରେ  ସମସ୍ତଙ୍କୁ ଅପଡେଟ୍ ଦେଉଥିବୁ। ତାଙ୍କର ସାହସ ଓ ଦୃଢ଼ତା ତାଙ୍କୁ ଏହି ରୋଗ ସହିତ ଲଢ଼ିବାକୁ ସାହାଯ୍ୟ କରୁଛି। ତାଙ୍କର ଦୃଢ଼ ସାହସ ଓ ଫ୍ୟାନ୍‌ମାନଙ୍କ ଆଶୀର୍ବାଦ ଯୋଗୁ ସେ ଖୁବ୍‌ଶୀଘ୍ର ଭଲ ହୋଇଯିବେ ବୋଲି ଇର୍‌ଫାନ୍‌ଙ୍କ ମୁଖପାତ୍ର କହିଛନ୍ତି।

ନିକଟରେ ତାଙ୍କ ମାଆ ସୟୀଦା ବେଗଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍‌ଫାନ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ଦେଶବ୍ୟାପୀ ଲକ୍‌ ଲକ୍‌ଡାଉନ୍‌ ଯୋଗୁ ଓ ଇର୍‌ଫାନ୍‌ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି ଶରୀର ଅସୁସ୍ଥ ଥିବା ଥିବା ମଧ୍ୟ ଜଣାଇଥିଲେ।

୫୪ ବର୍ଷୀୟ ଇର୍‌ଫାନ୍ ନିକଟରେ ମାରାତ୍ମକ ରୋଗ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ରୋଗରୁ ସୁସ୍ଥ ହୋଇଥିଲେ। ତେବେ ମଝିରେ ମଝିରେ ଡାକ୍ତରୀ ଚ୍ୟାକ୍‌ଅପ୍‌ କରାଇବାକୁ ପଡ଼ୁଥିଲା। ଏଥିପାଇଁ ସେ ଗୋଟିଏ ବର୍ଷ ବଲିଉଡ୍‌ରୁ‌ ଦୂରେଇ ରହିଥିଲେ। ଅସୁସ୍ଥତା କାରଣରୁ ୨୦୨୦ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ସେ ଯାଇପାରି ନଥିଲେ।  ତେବେ ଏହି ଫିଲ୍ମ ସୁଟିଂ ବେଳେ ବି ସେ ଲଣ୍ଡନ୍‌ରେ ରହି ଚିକିତ୍ସିତ ହେଉଥିଲେ ସେ। ଇର୍‌ଫାନ୍‌ ତାଙ୍କ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅ ବାବିଲ୍ ଓ ଅୟାନ୍‌ଙ୍କ ସହ ମୁମ୍ବାଇରେ ରୁହନ୍ତି।

 

ଆହୁରି ପଢ଼ନ୍ତୁ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

You might also like