ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ: ଡାକ୍ତରଖାନାରେ ବଲିଉଡ୍‌ ଓ ହଲିଉଡ୍‌ ଅଭିନେତା ଇର୍‌ଫାନା ଖାନ। ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ସେ ଆଡ୍‌ମିଶନ ହୋଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।  ତାଙ୍କ ସହିତ ତାଙ୍କ ପୂରା ପରିବାର ଡାକ୍ତରଖାନାରେ ଥିବା ସୂଚନା ମିଳିଛି। 

ନିକଟରେ ତାଙ୍କ ମାଆ ସୟୀଦା ବେଗଙ୍କର ଜୟପୁରରେ ମୃତ୍ୟୁ ହୋଇଥିଲା। ଇର୍‌ଫାନ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ଦେଶବ୍ୟାପୀ ଲକ୍‌ ଲକ୍‌ଡାଉନ୍‌ ଯୋଗୁ ଓ ଇର୍‌ଫାନ୍‌ ତାଙ୍କ ମାଆଙ୍କ ଶେଷ ଦର୍ଶନ କରିପାରି ନଥିଲେ। ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି ଶରୀର ଅସୁସ୍ଥ ଥିବା ଥିବା ମଧ୍ୟ ଜଣାଇଥିଲେ।

୫୪ ବର୍ଷୀୟ ଇର୍‌ଫାନ୍ ନିକଟରେ ମାରାତ୍ମକ ରୋଗ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ରୋଗରୁ ସୁସ୍ଥ ହୋଇଥିଲେ। ତେବେ ମଝିରେ ମଝିରେ ଡାକ୍ତରୀ ଚ୍ୟାକ୍‌ଅପ୍‌ କରାଇବାକୁ ପଡ଼ୁଥିଲା। ଏଥିପାଇଁ ସେ ଗୋଟିଏ ବର୍ଷ ବଲିଉଡ୍‌ରୁ‌ ଦୂରେଇ ରହିଥିଲେ। ଅସୁସ୍ଥତା କାରଣରୁ ୨୦୨୦ରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ୍‌’ର ପ୍ରମୋସନ୍‌କୁ ମଧ୍ୟ ସେ ଯାଇପାରି ନଥିଲେ।  ତେବେ ଏହି ଫିଲ୍ମ ସୁଟିଂ ବେଳେ ବି ସେ ଲଣ୍ଡନ୍‌ରେ ରହି ଚିକିତ୍ସିତ ହେଉଥିଲେ ସେ। ଇର୍‌ଫାନ୍‌ ତାଙ୍କ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅ ବାବିଲ୍ ଓ ଅୟାନ୍‌ଙ୍କ ସହ ମୁମ୍ବାଇରେ ରୁହନ୍ତି।

ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଇର୍‌ଫାନ ଦିଲ୍ଲୀରେ ଥିବା ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅପ୍‌ ଡ୍ରାମାରେ ଅଭିନୟ ଶିକ୍ଷା କରିଥିଲେ। ଏହାପରେ ୮୦ ଦଶକରେ ସେ ମୁମ୍ବାଇ ଆସି ଚାଣକ୍ୟ, ବନେଗୀ ଅପ୍ନୀବାତ, ଭାରତ ଏକ ଖୋଜ୍‌, ଏବଂ ଚନ୍ଦ୍ରକାନ୍ତା ଭଳି ଟିଭି ‘ଶୋ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ୧୯୮୮ରେ ମୀରା ନାୟରଙ୍କ ଫିଲ୍ମ ସଲାମ ବମ୍ବେରେ ଅଭିନୟ କରିବା ସୁଯୋଗ ପାଇଥିଲେ ଇର୍‌ଫାନ। ଏହାପରେ ସେ ଅନ୍ୟ କେତେକ ଫିଲ୍ମ ମଧ୍ୟ କଲେ। କିନ୍ତୁ ମକବୁଲ୍‌, ଲାଇନ୍‌ ଇନ୍‌ ଏ ମେଟ୍ରୋ ଏବଂ ପାନ୍‌ ସିଂହ ତୋମାର ଭଳି ଫିଲ୍ମରେ ତାଙ୍କ ଅଭିନୟ ଜନଆଦ୍ରୁତ ହୋଇପାରିଥିଲା। ଲୋକମାନେ ତାଙ୍କ ଅଭିନୟକୁ ଖୁବ୍‌ ପସନ୍ଦ କରିଥିଲେ।

କେବଳ ବଲିଉଡ୍‌ ନୁହେଁ, ସେ ହଲିଉଡ୍‌ରେ ମଧ୍ୟ ନିଜ ଅଭିନୟର ଜଲ୍‌ୱା ଦେଖାଇଛନ୍ତି। ସ୍ଲମ୍‌ଡଗ୍‌ ମିଲିଓନେୟାର, ଏ ମାଇଟ୍‌ ହାର୍ଟ, ଜୁରାସିକ୍‌ ୱାର୍ଡ ଓ ଦି ଆମାଜିଂ ସ୍ପାଇଡର୍‌ ମ୍ୟାନ୍‌, ଲାଇଫ୍‌ ଅଫ୍‌ ପାଏ ଓ ଇନଫେର୍ଣ୍ଣୋ ଭଳି ଅନେକ ହଲିଉଡ୍‌ ଫିଲ୍ମ କରିଛନ୍ତି। ତେବେ ଆଙ୍ଗ୍‌ ଲୀଙ୍କ ଫିଲ୍ମ ‘ଲାଇଫ୍‌ ଅଫ୍‌ ପାଏ’ ଜବରଦସ୍ତ ସଫଳତା ପାଇଥିଲା।

ସେହିଭଳି ବଲିଉଡ୍‌ରେ ଫିଲ୍ମରେ, ପିକୁ, ଲଞ୍ଜବକ୍ସ ଏବଂ ହିନ୍ଦି ମିଡିୟମ୍‌ ଭଳି ଅନେକ ଫିଲ୍ମ ତାଙ୍କର ସଫଳ ହୋଇଛି। ତେବେ ୨୦୧୭ରେ ଇର୍‌ଫାନ୍‌ ଓ ତାଙ୍କ ପତ୍ନୀ ସୁତପାଙ୍କ ସହିତ ମିଶି ‘କରିବ କରିବ ସିଙ୍ଗଲ୍‌’ ଫିଲ୍ମର ପ୍ରଯୋଜନା ମଧ୍ୟକରିଥିଲେ। ୨୦୧୮ରେ ତାଙ୍କ ଫିଲ୍ମ କରୱାନ୍‌ ଓ ବ୍ଲାକ୍‌ମେଲ୍‌ ଫିଲ୍ମରେ ଅଭିନୟ କରିଥିଲେ।

ତେବେ ୨୦୧୮ରେ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର୍‌ ରୋଗରୁ ଭଲ ହେବା ପରେ କେବଳ ଅଙ୍ଗ୍ରେଜୀ ମିଡିୟମ୍ ଫିଲ୍ମରେ ଅଭିନୟ କରିଥିଲେ। କରୋନା ଲକ୍‌ଡାଉନ୍‌ ପାଇଁ ଫିଲ୍ମଟି ବ୍ୟବସାୟ କରିପାରି ନଥିଲା। ତେବେ ଏହାପରଠାରୁ ସେ ଗୋଟିଏ ବି ଫିଲ୍ମ ସାଇନ୍ କରି ନାହାନ୍ତି।

 

ଆହୁରି ପଢ଼ନ୍ତୁ

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

You might also like