ଯେଉଁ ସାଙ୍ଗ ଇର୍‌ଫାନଙ୍କୁ ବଲିଉଡ୍‌ରେ ପରିଚିତ କରାଇଲେ, ତାଙ୍କରି କାନ୍ଧରେ ଉଠିଲା କୋକେଇ

ମୁମ୍ବାଇ: ୨୯ ଏପ୍ରିଲ୍‌ ଇର୍‌ଫାନ ଖାନ ଫ୍ୟାନ୍‌ଙ୍କ ପାଇଁ ଏକ କଳା ଅଧ୍ୟାୟ ହୋଇ ରହିଯିବ। ଏହି ଦିନ ଅଚାନକ ସମସ୍ତଙ୍କୁ ଅଲ୍‌ବିଦା କହି ଆରପାରିକୁ ଚାଲିଗଲେ ଭର୍ସାଟାଇଲ୍‌ ଆକ୍ଟର। ସକାଳୁ ସକାଳୁ ତାଙ୍କ ଦେହାନ୍ତର ଖବର ପାଇ ସ୍ତବ୍ଧ ହୋଇଗଲା ସାରା ଭାରତ। ଇର୍‌ଫାନ ଯେ ଏତେଶୀଘ୍ର ସମସ୍ତଙ୍କୁ ଛାଡ଼ି ଚାଲିଯିବେ ଏ କଥା କେହି ସହଜରେ ବିଶ୍ୱାସ କରିପାରିଲେ ନାହିଁ। ଅମିତାଭ୍‌ଙ୍କଠାରୁ ଆରମ୍ଭ କରି ସଲ୍‌ମାନ ଶାହାରୁଖ୍, ଶୋକରେ ବୁଡ଼ିଲା ବଲିଉଡ୍‌ ଜଗତ।

ଦୁଇ ବର୍ଷ ହେଲା ମାରାତ୍ମକ କ୍ୟାନସର୍‌ ରୋଗ ସହିତ ଯୁଝୁଥିଲେ ଇର୍‌ଫାନ। ଗତ ବୁଧବାର ତାଙ୍କ ଦେହ ହଠାତ୍‌ ଖରାପ ହେବାରୁ ତାଙ୍କୁ ମୁମ୍ବାଇର କୋକିଲା ବେନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ସେ ଶେଷ ନିସ୍ୱାସ ତ୍ୟାଗ କଲେ। ଦେଶରେ ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ତାଙ୍କ ଶେଷ ଯାତ୍ରାରେ ସାମିଲ୍‌ ହୋଇପାରିଲାନି ବଲିଉଡ୍‌। କେବଳ ହାତ ଗଣତି କେତେକ ଅନ୍ତରଙ୍ଗ ବନ୍ଧୁ ଯୋଗ ଦେଇ ସୁବୁଦିନ ପାଇଁ ଇର୍‌ଫାନ୍‌ଙ୍କୁ କହିଥିଲେ ଅଲ୍‌ବିଦା।

मनोरंजन जगत से देशभर के सिनेप्रेमियों के दिलों में इरफान खान को एक खास मुकाम हासिल करवाने वाला वो दोस्त तिग्मांशु उनके आखिरी सफर में भी साथ रहा।

ଏହି ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟରୁ ଥିଲେ ଇର୍‌ଫାନ୍‌ଙ୍କ ସବୁଠି ପ୍ରିୟ ସାଙ୍ଗ ତିଗ୍‌ମାଂଶୁ ଧୁଲିଆ। ତିଗ୍‌ମାଂସୁ  ଓ ଇର୍‌ଫାନଙ୍କ ଫ୍ରେଣ୍ଡସିପ୍‌ ବଲିଉଡ୍‌ର ବେଶ୍‌ ଚର୍ଚ୍ଚିତ।

୧୯୮୪ ମସିହାରେ ଇର୍‌ଫାନ ଅଭିନୟ ଶିକ୍ଷା ପାଇଁ ଏନ୍‌ଏସ୍‌ଡିରେ ଆଡ୍‌ମିସନ୍ କଲେ। ଏହାର ଗୋଟିଏ ବ୍ୟାଚ୍‌ ପରେ ତିଗ୍‌ମାଂଶୁ ଧୁଲିଆ ମଧ୍ୟ ଏନ୍‌ଏସ୍‌ଡିରେ ଆଡ୍‌ମିସନ ନେଲେ। ଇର୍‌ଫାନ ତିଗ୍‌ମାଂଶୁଙ୍କ ଠାରୁ ଗୋଟିଏ ବର୍ଷ ସିନିୟର୍‌ ହୋଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼।

ଏକ ଟିଭି ଇଣ୍ଟର୍‌ଭ୍ୟୁରେ ଇର୍‌ଫାନ୍‌ ତିଗ୍‌ମାଂଶୁଙ୍କ ବିଷୟରେ କହିଥିଲେ, ଯଦି ମୋ କର୍ତ୍ତୃତ୍ୱରେ ଥାନ୍ତା ତେବେ ମୁଁ ତିଗ୍‌ମାଂଶକୁ କିଣି ଆଣି ସବୁଦିନ ପାଇଁ ମୋ ଘରେ ରଖିଦିଅନ୍ତି। ତାକୁ ଜମା ଛାଡ଼ନ୍ତି ନାହିଁ।

Irrfan Khan's Last Rites: Vishal Bhardwaj, Tigmanshu Dhulia And ...

ଦିନେ ନିରାଶ ହୋଇ ମୁମ୍ବାଇରୁ ଫେରିଯାଉଥିଲେ ଇର୍‌ଫାନ:

ପ୍ରଥମେ ଟିଭି ଧାରାବାହିକରୁ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ ଇର୍‌ଫାନ। ଅନେକ ଧାରାବାହିକରେ କାମ କରି ମଧ୍ୟ ଫିଲ୍ମରେ ସୁଯୋଗ ନ ମିଳିବାରୁ ସେ ନିରାଶ ହୋଇଯାଇଥିଲେ। ଶେଷରେ ସବୁଦିନ ପାଇଁ ମୁମ୍ବାଇ ଛାଡ଼ି ଛାଲିଯିବାକୁ ନିଷ୍ପତ୍ତି ନେଇଥିଲେ ସେ। କିନ୍ତୁ ସେହି ସମୟରେ ତିଗ୍‌ମାଂଶୁ ତାଙ୍କୁ ଅଟକାଇଥିଲେ। ଆଉ ତାଙ୍କ ଫିଲ୍ମର ଇର୍‌ଫାନଙ୍କୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହାପରେ ଦୁଇଜଣଙ୍କ ବନ୍ଧୁତ୍ୱ ଆହୁରି ମଜଭୁତ୍‌ ହେଲା। ୨୦୦୩ରେ ତିଗମାଂଶୁଙ୍କ ଫିଲ୍ମ ହାସିଲ୍ ରିଲିଜ୍ ହେଲା। ଫିଲ୍ମଟି ଛାତ୍ର ରାଜନୀତୀକୁ ନେଇ ତିଆରି ହୋଇଥିଲା। ଏଥିରେ ଜିମ୍ମୀ ଶେରଗିଲ, ଋଷିତା ଭଟ୍ଟ, ଆଶୁତୋଷ ରାଣା ଓ ଇର୍‌ଫାନ ଖାନ ଅଭିନୟ କରିଥିଲେ। କିନ୍ତୁ ଅବଶୋଷ, ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍‌ ହେଲା। ହେଲେ, ଇର୍‌ଫାନଙ୍କ ଅଭିନୟ ସମସ୍ତଙ୍କ ମୁହଁରେ ବେଶ୍‌ ଚର୍ଚ୍ଚା ହେଲା। ଏଥିରେ ସେ ଏକ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ତାଙ୍କୁ ବେଷ୍ଟ୍‌ ନେଗେଟିବ୍ ରୋଲ୍‌ର ପୁରସ୍କାର ବି ମିଳିଥିଲା।  ସେହିଭଳି ତିଗମାଂଶୁକ ଆଉ ଏକ ପିଲ୍ମ ପାନ୍‌ ସିଂହ ତୋମାରରେ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଇର୍‌ଫାନ। ଫିଲ୍ମଟି ସୁପର୍‌ଡୁପର୍ ହିଟ୍ ହେବା ସହିତ ଯାତୀୟ ପୁରସ୍କାର ମଧ୍ୟପାଇଥିଲା। ବାସ୍‌ ଏହା ପରଠୁ  କେବେ ପଛକୁ ଫେରି ଚାହିଁନଥିଲେ ଇର୍‌ଫାନ। ଖୁବ୍‌ କମ୍‌ ସମୟ ମଧ୍ୟରେ‌ ବଲିଉଡ୍‌ରୁ ହଲିଉଡ୍ ତାଙ୍କର ବେଶ୍ ସଫଳ ଯାତ୍ରା ଥିଲା।‌

तिग्मांशु कई बार कह भी चुके हैं कि इरफान जैसा कलाकार उन्हें कभी कोई दूसरा नहीं मिला। तिग्मांशु का कहना था कि वह जब भी फिल्म बनाने की सोचते तो उनके दिमाग में सबसे पहला ख्याल ये आता कि क्या इसमें इरफान खान फिट बैठ पाएंगे।

କିନ୍ତୁ ସେଦିନ ସିନା ତିଗମାଂଶୁ ତାଙ୍କ ଅନ୍ତରଙ୍ଗ ସାଙ୍ଗ ଇର୍‌ଫାନଙ୍କୁ ମୁମ୍ଭାଇରୁ ଫେରିଯିବାକୁ ଅଟକାଇ ଦେଇଥିଲେ। ହେଲେ ଏଥର କିନ୍ତୁ ମହାଯାତ୍ରାରେ ଚାଲିଗଲେ ଇର୍‌ଫାନ। ଆଉ ତିଗ୍‌ମାଂଶୁ ମଧ୍ୟ ନିଜ କାନ୍ଧରେ ନିଜ ସାଙ୍ଗକୁ ଶେଷ ଠିକଣା ପର୍ଯ୍ୟନ୍ତ ବାଟେଇ ଦେଇ ଆସିଲେ।

 

ଆହୁରି ପଢ଼ନ୍ତୁ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

ବଲିଉଡକୁ ଆଉଏକ ଝଟ୍‌କା, ପରଲୋକରେ ଭେଟେରାନ୍ ବଲିଉଡ୍ ଅଭିନେତ୍ରୀ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକା ପାଦୁକୋଣଙ୍କ ନାଁ!

ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

You might also like