ପ୍ରସିଦ୍ଧ ମଡେଲ୍‌ଙ୍କୁ ଗୁଳି କରି ହତ୍ୟା

ବାଗ୍‌ଦାଦ୍‌: ଇରାକ୍‌ର ପ୍ରସିଦ୍ଧ ମଡେଲ୍‌ ତଥା ଇନ୍‌ଷ୍ଟାଗ୍ରାମ୍‌ରେ କ୍ରେଜ୍‌ ସୃଷ୍ଟି କରିଥିବା ତାରା ଫାରିସ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତ ଗୁରୁବାର ଦିନ ଇରାକ୍‌ ରାଜଧାନୀ ବାଗ୍‌ଦାଦ୍‌ରେ ୨୨ବର୍ଷିୟ ତାରାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସେ କାର୍‌ରେ ବସିଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି।

ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୨.୭ ମିଲିୟନ ଫଲୋଅର୍‌ ଥିଲେ। ସେ ତାଙ୍କର ବିଭିନ୍ନ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ କରୁଥିଲେ। ଟାଟୁ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ହେୟାର କଲର ଓ ବିଭିନ୍ନ ଷ୍ଟାଇଲିଶ୍‌ ଡିଜାଇନର ଡ୍ରେସ୍‌ ପାଇଁ ସେ ଖୁବ୍‌ ଲୋକ ପ୍ରିୟ ଥିଲେ। ତାରାଙ୍କୁ ତାଙ୍କର ଏହି  ଜୀବନଶୈଳୀ ପାଇଁ ହତ୍ୟା କରାଯାଇଛି ବୋଲି କୁହାଯାଉଛି।

ଇରାକ୍‌ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି।

You might also like