ଆଉ ଏକ ଗୀତ ଗାଇଲେ ରାନୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାନାଘାଟ ରେଲୱେ ଷ୍ଟେସନ୍‌ରେ ଗୀତ ଗାଇ ସୋଶାଲ୍‌ ମିଡିଆରେ ରାତାରାତି ସୁପର୍‌ଷ୍ଟାର୍‌ ହୋଇଥିବା ରାନୁ ମଣ୍ଡଳ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ିବାରେ ଲାଗିଛନ୍ତି। ନିକଟରେ ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ରେ ‘ତେରୀ ମେରୀ କାହାନୀ’ ଗୀତ ରେକର୍ଡ କରିଥିଲେ। ଏହି ଗୀତଟିର ରେକର୍ଡିଂ ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଯାହାକୁ  ନେଇ ବେଶ୍‌ ଚର୍ଚ୍ଚା ବି ହୋଇଥିଲା।

ତେବେ ‘ତେରୀ ମେରୀ କାହାନୀ’ ପରେ ରାନୁ ମଣ୍ଡଳ ଆଉ ଏକ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍‌ ଗାୟକ ହିମେଶ ରେଶମିଆଁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର କରି ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ରାନୁ ମଣ୍ଡଳ ତାଙ୍କ ସହିତ ଷ୍ଟୁଡିଓରେ ଅଛନ୍ତି ଓ ଗୀତ ଗାଉଛନ୍ତି।

ରାନୁ ଗୀତ ଗାଉଥିବା ଭିଡିଓ ପୋଷ୍ଟ୍‌ କରି ହିମେଶ୍‌ ଲେଖିଛନ୍ତି, ‘ତେରୀ ମେରୀ କାହାନୀ’ ଗୀତକୁ ଭଲ ଭାବେ ଗାଇବା ପରେ ରାନୁ ମଣ୍ଡଳଙ୍କ ସୁମଧୁର ସ୍ୱରରେ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ ଫିଲ୍ମ ପାଇଁ ଆଉ ଏକ ଗୀତ ରେକର୍ଡ କରାଯାଇଛି। ଏଠାରେ ଗୀତର କିଛି ଝଲକ୍‌ ଦିଆଯାଇଛି।’

ସୂଚନାଯୋଗ୍ୟ, ରାନୁ ମଣ୍ଡଳଙ୍କ ଗୀତ ଗାଇବା ଶୈଳୀରେ ହିମେଶ୍‌ ଖୁବ୍ ପ୍ରଭାବିତ ହୋଇଥିଲେ। ସୁପର୍‌ଷ୍ଟାର୍‌ ସିଙ୍ଗର୍‌ର ମଞ୍ଚ ଉପରେ ରାନୁଙ୍କ କଣ୍ଠରୁ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ ଗୀତ ଶୁଣିବା ପରେ ସେ ତାଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅନୁରୋଧ କରିଥିଲେ। ଏନେଇ ହିମେଶ ତାଙ୍କୁ କହିଥିଲେ,“ସଲ୍‌ମାନ୍‌ ଖାନ୍‌ଙ୍କ ବାପା କହନ୍ତି, ଯେତେବେଳେ ବି କୌଣସି ନୂଆ ପ୍ରତିଭା ଦେଖୁଛ, ତାଙ୍କୁ ଆଗକୁ ଆଣିବା ପାଇଁ ଚେଷ୍ଟା କର। ଏଥିପାଇଁ ମୁଁ ଚାହୁଁଛି, ଆପଣ ମୋ ଫିଲ୍ମରେ ଗୀତ ଗାଆନ୍ତୁ।”

ଆହୁରି ପଢ଼ନ୍ତୁ

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

ବିବାହ କରିବେ ତାରା!

ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

You might also like