ମୁମ୍ବାଇ: ସବୁବେଳେ ହସ ମଜା ଆଉ ଇମୋସନରେ ଭରପୁର ରହୁଥିବା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ ୧୨ ଷ୍ଟେଜ୍ ହଠାତ୍ ରଣ କ୍ଷେତ୍ରରେ ପାଲଟିଗଲା। ଗୋଟିଏ ପରିବାର ଭଳି ଚଳି ଆସୁଥିବା ପ୍ରତିଯୋଗୀମାନେ ହାତାହାତି ହେବାକୁ ବି ପଛାଇଲେନି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ପ୍ରତିଯୋଗୀଙ୍କ ମଧ୍ୟରେ ହାତାହାତି ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହ ଭିଡିଓ ଦେଖି  ଫ୍ୟାନ୍‌ମାନେ ମଧ୍ୟ ବେଶ୍ ଏଣ୍ଟରଟେନ୍ ହେଇଛନ୍ତି । ଆଉ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ସେଥିରୁ କିଛି ଭଲ କମେଣ୍ଟ ରହିଛି ଆଉ କିଛି ଭଲ କମ୍ପ୍ଲିମେଣ୍ଟ ବି ରହିଛି।

ତେବେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ପ୍ରତିଯୋଗୀଙ୍କ ହାତାହାତି ହେବାର ଦୃଶ୍ୟ ଦେଖି ଫ୍ୟାନ୍ସମାନେ ଏଣ୍ଟରଟେନ୍ କାହିଁକି ହେଲେ ? ଏହି ଭିଡିଓଟି ଦେଖିବା ପରେ ଆପଣ ବି ଠିକ୍ ସେମିତି ଅନୁଭବ କରିବେ, ଯାହା ଫ୍ୟାନ୍ସମାନେ ଅନୁଭବ କରିଛନ୍ତି।

ଇଣ୍ଡିଆନ ଆଇଡଲ-୧୨, ଏବେ ଗ୍ରାଣ୍ଡ ଫିନାଲେ ଆଡ଼କୁ ଆଗେଇ ଚାଲିଛି। ଆଉ ମାତ୍ର ହାତ ଗଣତି କେଇଟା ଶୋ’ ପରେ ଗ୍ରାଣ୍ଡ ଫିନାଲେ ହେବାକୁ ଯାଉଛି। ଖୁବଶୀଘ୍ର ଏହି ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ ବିଜୟ ମୁକୁଟ ପିନ୍ଧିବ। ଏଥର ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ସମସ୍ତେ ନିଜ ଗୀତ ପାଇଁ ଏବେ ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ସବୁ ପ୍ରତିଯୋଗୀଙ୍କ ମଧ୍ୟରେ ଅରୁଣିତା ଓ ପୱନଦୀପଙ୍କ ଯୋଡ଼ିକୁ ଲୋକ ବେଶି ପସନ୍ଦ କରିଛନ୍ତି।

Arunita Pawandeep

ଏହି ଶୋ’କୁ ନେହା କକ୍କର, ବିଶାଲ ଦାଦଲାନି ଏବଂ ହିମେଶ ରେଶମିଆ ଜଜ୍ କରୁଛନ୍ତି । ପ୍ରତିଯୋଗୀ ଓ ଜଜମାନଙ୍କ ପାଇଁ ମଧ୍ୟ ଶୋ’ ଟିଆରପି ତାଲିକାରେ ଶୀର୍ଷରେ ରହିଛି। ଉଭୟ ଜଜ୍ ଓ ପ୍ରତିଯୋଗୀଙ୍କ ମଧ୍ୟରେ ସୁସମ୍ପର୍କ ରହିସାରିଲାଣି। ତେବେ ପ୍ରତିଯୋଗୀଙ୍କ ମଧ୍ୟରେ ସମ୍ପର୍କ କିନ୍ତୁ ତା’ଠାରୁ ଢ଼େର ମଜଭୁତ୍ ହୋଇସାରିଛି। ସେମାନେ ପରସ୍ପର ମଧ୍ୟରେ ସୁଖ ଦୁଃଖ ବାଣ୍ଟିବା ସହ ଅସୁବିଧା ସମୟରେ ମଧ୍ୟ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖାଯାଇଛି । ଏମିତିକି ସଂଗୀତ ଅଭ୍ୟାସ ବେଳେ ମଧ୍ୟ ପରସ୍ପରକୁ ସହଯୋଗ କରିଥାନ୍ତି ପ୍ରତିଯୋଗୀମାନେ।

ତେବେ ଆମେ ଯେଉଁ ଭିଡିଓ କଥା କହୁଛୁ ସେହି ଭିଡିଓରେ ଅଞ୍ଜଲି ଗାଇକ୍ୱାଡ, ଅରୁଣିତା କାଞ୍ଜିଲାଲ, ମହମ୍ମଦ ଡାନିଶ ଏବଂ ଶାନମୁଖାପ୍ରିୟା ରହିଛି । ସେମାନେ ପରସ୍ପରକୁ ଚାପୁଡ଼ା ମାରୁଥିବା ଦେଖାଯାଇଛି। ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ଏକ ଗୀତ ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଭିଡିଓରେ ପ୍ରଥମେ ଜଣେ ଅନ୍ୟ ଜଣକୁ ଚାପୁଡ଼ା ମରୁଛନ୍ତି, ହେଲେ ହଠାତ୍ ଏମିତି କିଛି ଘଟିଲା ଯେ, ସମସ୍ତେ ମିଶି ମହମ୍ମଦ ଡାନିସଙ୍କୁ ଆକ୍ରମଣ କରୁଛନ୍ତି ।

ଦେଖନ୍ତ ଭିଡିଓ...

ମିଳିଥିବା ସୂଚନ ଅନୁଯାୟୀ, ପ୍ରତିଯୋଗୀମାନେ ଇଣ୍ଡିଆନ ଆଇଡଲ ୧୨ର ଆଗାମୀ ଏପିସୋଡ୍ ସୁଟିଂ ସାରିବା ପରେ ଅପୋ ସ୍କ୍ରିନରେ ମସ୍ତି କରୁଥିଲେ । ଏହାସହ ସେହି ମସ୍ତିର ଭିଡିଓ ରେକର୍ଡିଂ କରି ଡାନିସ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Other Stories

  • Karan Kundra and Raj Kundra
    Entertainment ସମାନ ଟାଇଟଲ କାଳ ହେଲା : ଫସିଗଲେ କରଣ କୁନ୍ଦ୍ରା

    ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା...

  • Flora Saini
    Entertainment ରାଜ କୁନ୍ଦ୍ରାଙ୍କ ମାମଲାକୁ ଜବରଦସ୍ତ ଟଣାଯାଉଛି ବୋଲି କହିଲେ ‘ଗନ୍ଦୀ ବାତ୍’ ଅଭିନେତ୍ରୀ

    ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ନଜର ଆସିଥିବା ଫ୍ଲୋରା ସାଇନିଙ୍କ ନାମ ବର୍ତ୍ତମାନ ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲା ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛି। ଗଣମାଧ୍ୟମରେ ପ୍ରସାରିତ ଖବରରେ କୁହାଯାଇଥିଲା ଯେ ଫ୍ଲୋରା ସାଇନିଙ୍କ ରାଜ କୁନ୍ଦ୍ରା...

  • Aishwarya Rai Bachchan
    Bollywood ପୁଣି ଥରେ ମା ହେବେ କି ଐଶ୍ୱର୍ଯ୍ୟା ରାୟ !

    ବଲିଉଡର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ଏଥର କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କ ବର୍ଦ୍ଧିତ ଓଜନ ପାଇଁ ପ୍ରଶଂସକଙ୍କ ଟ୍ରୋଲର ଶୀକାର ହୋଇଛନ୍ତି...

  • Anu Malik
    Entertainment ଅନୁ ମଲିକଙ୍କ ମାତୃ ବିୟୋଗ

    ପ୍ରସିଦ୍ଧ ଗାୟକ ଅନୁ ମଲିକଙ୍କ ମା’ ବିଲ୍କିଶ ମଲିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସୋମବାର ସକାଳେ ତାଙ୍କର ସାନ୍ତାକ୍ରୁଜ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି।