ଇଣ୍ଡିଆନ୍‌ ଆଇଡଲ୍୧୧ରେ ଓଡ଼ିଆ ଝିଅ ଚେଲ୍‌ସି; ଜଜ୍‌ କହିଲେ ଫ୍ୟୁଚର୍‌ ଷ୍ଟାର୍

ଭୁବନେଶ୍ୱର/ମୁମ୍ବାଇ: ପୁଣି ନ୍ୟାସ୍‌ନାଲ୍‌ ସିଙ୍ଗିଙ୍ଗ୍ ପ୍ଲାଟ୍‌ଫର୍ମରେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ରିଲିଜ୍‌ ହୋଇଥିବା ଇଣ୍ଡିଆନ୍‌ ଆଇଡଲ୍-୧୧ର ଏକ ଭିଡିଓରେ ଚେଲ୍‌ସିଙ୍କ ଝଲକ୍ ଦେଖିବାକୁ ମିଳିଛି।

ଏହି ଭିଡିଓରେ ଚେଲ୍‌ସି ଇଶକ୍‌ଜାଦେ ଫିଲ୍ମର ‘ମେ ପରିଶାନ’ ଗୀତ ଗାଉଥିବାର ଦେଖାଯାଉଛି। ଶୋ’କୁ ଜଜ୍‌ କରୁଥିବା ନେହା କକ୍କର, ବିଶାଲ୍ ଦଦ୍‌ଲାନୀ ଓ ଅନୁ ମଲ୍ଲୀକ ଚେଲ୍‌ସିଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବିଶାଲ୍ ଚେଲ୍‌ସିଙ୍କୁ ଭବିଷ୍ୟତର ଷ୍ଟାର୍‌ ବୋଲି କହିବା ବେଳେ ଚେଲ୍‌ସିଙ୍କ ଗୀତରେ ଝୁମି ଛିଡ଼ା ହୋଇ ତାଳିମାରୁଛନ୍ତି ନେହା। ଆରମ୍ଭରୁ ଭଲ ପ୍ରଦର୍ଶନ ଦେଇଥିବା ଚେଲ୍‌ସି ଏଥର ପୁଣି ନ୍ୟାସ୍‌ନାଲ୍‌ ପ୍ଲାଟ୍‌ଫର୍ମରେ ଶ୍ରୋତାଙ୍କୁ ଓ ଦର୍ଶକଙ୍କୁ ଝୁମାଇବେ।

ତେବେ ନ୍ୟାସ୍‌ନାଲ୍‌ ପ୍ଲାଟ୍‌ଫର୍ମରେ ଗୀତ ଗାଇବା ଚେଲ୍‌ସିଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ମ୍ୟୁଜିକ୍‌ ରିୟାଲିଟି ଶୋ’ ରାଇଜିଂ ଷ୍ଟାର୍‌ ଓ ଇଣ୍ଡିଆନ୍ ଆଇଡୋଲ୍‌ରେ ଶିଶୁ କଳାକାର୍‌ ଭାଗ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେତେବେଳେ ବି ତାଙ୍କ ଗୀତରେ ଝୁମିଥିଲେ ରାଇଜିଂ ଷ୍ଟାର୍‌ର ଜଜ୍‌ ଶଙ୍କର ମହାଦେବନ୍, ମୋନାଲୀ ଠାକୁର୍‌ ଓ ଦିଲ୍‌ଜୀତ୍‌ ଦୋସାଁଝ୍। ଏହି ଶୋ’ରେ ସେ ଟପ୍‌ -୧୧ ପର୍ଯ୍ୟନ୍ତ ଯାଇଥିଲେ।

ଆଉ ଏବେ ପୁଣିଥରେ ସାରା ଓଡ଼ିଶାକୁ ଗର୍ବିତ କରିବା ପାଇଁ ଇଣ୍ଡିଆନ୍‌ ଆଇଡଲ୍-୧୧ରେ ଆସୁଛନ୍ତି ଚେଲ୍‌ସି। ତେବେ ଏଥର ଆରମ୍ଭରୁ ଏତେ ଭଲ ପ୍ରଦର୍ଶନ କରିଛନ୍ତି ଯେ ସାରା ଓଡ଼ିଶାର ଦିଲ୍‌ କହୁଛି ‘ଅୟମାରମ୍ଭ ଶୁଭାୟ ଭବତୁ।

ପ୍ରକାଶ ଥଉକି, ଅକ୍ଟୋବର୍ ୧୨ରେ ସୋନି ଟିଭିରେ ଇଣ୍ଡିଆନ୍‌ ଆଇଡଲ୍-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ଏନେଇ ଚ୍ୟାନେଲ୍‌ ବିଭିନ୍ନ ପ୍ରତିଯୋଗୀଙ୍କ ଉତ୍ତମ ପ୍ରଦର୍ଶନର ଛୋଟ ଛୋଟ ଭିଡିଓ କ୍ଲିପ୍‌କୁ ସୋଶାଲ୍‌ ମିଡିଆରେ ଛାଡ଼ି କାର୍ଯ୍ୟକ୍ରମର ଆରମ୍ଭ ନେଇ ସୂଚନା ଦେଉଛି।

 

 

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like