ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର

ରାମି ମାଲେକ ଶ୍ରେଷ୍ଠ ଅଭିନେତା ,ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ

ଲସ୍‌ ଏଞ୍ଜେଲ୍ସ : ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍‌ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ  ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

ଶ୍ରେଷ୍ଠ ଫିଲ୍ମ ଭାବେ ‘ଗ୍ରୀନ୍ ବୁକ୍‌’ ଓସ୍କାର ବିଜୟୀ ହୋଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ହାତେଇଛନ୍ତି ଆଲଫୋନ୍ସ କୋରନ୍। ଏଥିସହ ନିର୍ଦ୍ଦେଶନା ଓ ବିଦେଶୀ ଫିଲ୍ମ ବିଭାଗରେ ମଧ୍ୟ ଆଲଫୋନ୍ସ ପୁରସ୍କୃତ ହୋଇଛନ୍ତି।

ଆଲୋଫୋନସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରୋମା’ ୩ଟି ପୁରସ୍କାର ପାଇଛି।  ଆନିମେଟନ ଫିଲ୍ମ ପାଇଁ ‘ସ୍ପାଇଡର ମ୍ୟାନ୍- ଇନ ଟୁ ଦ ସ୍ପାଇଡର ଭର୍ସ’ ପୁରସ୍କୃତ ହୋଇଛି।

ଭାରତୀୟ ଫିଲ୍ମ ‘ପିରିୟଡ’, ଏଣ୍ଡ ଅଫ୍ ସେଣ୍ଟେନ୍ସ’ ଶ୍ରେଷ୍ଠ ସର୍ଟ ଡକ୍ୟୁମେଣ୍ଟାରୀ ଭାବେ ପାଇଛି ଓସ୍କାର। ଏହାର ପ୍ରଯୋଜକ ହେଉଛନ୍ତି ଗୁନିତ୍ ମୋଙ୍ଗା।  ଉତ୍ତର ପ୍ରଦେଶ ହାପୁଡ୍‌ରେ ରହୁଥିବା ମହିଳାଙ୍କ ଜୀବନୀ ଉପରେ ତିଆରି ହୋଇଛି ଏହି ସର୍ଟ ଡକ୍ୟୁମେଣ୍ଟାରୀ। ମହିଳାମାନେ ଋତୁସ୍ରାବ ବେଳେ କିପରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

ଏଥିସହ ପାଡ୍‌ମ୍ୟାନ୍ ଅରୁଣାଚଳମ୍ ମୁରୁଗାନାଥନମ୍ ଲୋକମାନଙ୍କ ଟାହିଟାପରାକୁ ଖାତିର ନକରି ଗାଁରେ କିପରି ମେସିନ୍ ମାଧ୍ୟମରେ ସାନିଟାରି ନାପକିନ୍ ପ୍ରସ୍ତୁତ କରିଥିଲେ ତାହା ଦର୍ଶାଯାଇଛି। ଏବେ ବି ମହିଳାମାନଙ୍କୁ ଋତୁସ୍ରାବ ବେଳେ ବିଭିନ୍ନ କୁସଂସ୍କାର ରହିଥିବା ଏଥିରେ ଦର୍ଶାଯାଇଛି।

ଓସ୍କାର ପୁରସ୍କାର ଘୋଷଣା ହେବା ପରେ ସେଠାରେ ଖେଳିଯାଇଛି ଖୁସିର ଲହରୀ। ସେମାନଙ୍କ ଜୀବନୀକୁ ନେଇ ଏପରି ଫିଲ୍ମ ନିର୍ମାଣ କରାଯାଇଥିବାରୁ ସେମାନେ ବେଶ ଗର୍ବିତ ହୋଇଛନ୍ତି। ପ୍ରଯୋଜକ ଗୁନିତ ମୋଙ୍ଗା ପୁରସ୍କାର ପାଇବା ପରେ ସବୁ ମହିଳାଙ୍କର ବିଜୟ ହୋଇଛି ବୋଲି ଟ୍ୱିଟ୍ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

You might also like