JEE, NEET ପରୀକ୍ଷାର୍ଥୀଙ୍କୁ ସୋନୁ ସୁଦ୍‌ଙ୍କ ମେସେଜ୍‌- ‘ଅସୁବିଧାରେ ପଡ଼ିଲେ, ମୋତେ ଜଣାଅ’

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଏବେ ଚର୍ଚ୍ଚାରେ। ଆସନ୍ତା ମାସରେ JEE (Main) ଓ NEET (UG) ପରୀକ୍ଷା ହେବ। ଏହି ସମୟରେ ଯଦି କୌଣସି ପରୀକ୍ଷାର୍ଥୀ ଅସୁବିଧାରେ ପଡ଼ନ୍ତି, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସୋନୁ।

ଯାତାୟାତ କିମ୍ବା ଅନ୍ୟ କୌଣସି ଅସୁବିଧାକୁ ନେଇ ଯେଭଳି କୌଣସି ପରୀକ୍ଷାର୍ଥୀ ଅସୁବିଧାରେ ନ ପଡ଼ନ୍ତି, ଏନେଇ ସୋନୁ ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ ଆପଣଙ୍କ ସହ ଅଛି। ଯଦି ଆପଣ କୌଣସି ସ୍ଥାନରେ ଅସୁବିଧାରେ ପଡ଼ି ଯାଇଛନ୍ତି, ତତ୍‌କ୍ଷଣାତ ଆପଣ ଯାତ୍ରା କରୁଥିବା ଅଞ୍ଚଳ ସମ୍ପର୍କରେ ମୋତେ ଜଣାନ୍ତୁ। ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇବା ପାଇଁ ମୁଁ ଆପଣଙ୍କୁ ସାହାଯ୍ୟ କରିବି।’

ସୋନୁ ଆହୁରି ମଧ୍ୟ କହିଛନ୍ତି, ‘ଯେଉଁ ଛାତ୍ରଛାତ୍ରୀମାନେ ବନ୍ୟା ପ୍ରଭାବିତ ବିହାର, ଆସାମ ଓ ଗୁଜରାଟ ଅଞ୍ଚଳରେ  JEE ଓ NEET ପରୀକ୍ଷା ଦେବେ ସେମାନେ ଚାହିଁଲେ ଜରୁରୀ ପରିସ୍ଥିତିରେ ସାହାଯ୍ୟ ଲୋଡ଼ି ପାରିବେ।

ସୂଚନାଥାଉ କି, କରୋନା ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ସୋନୁ ପ୍ରଶଂସାର ପାତ୍ର ହୋଇଥିଲେ। ଏପରିକି କରୋନା ଭଳି ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ସହାୟତା ମଧ୍ୟ ସେ କରିଥିଲେ।

ପଢ଼ନ୍ତୁ: ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଆହୁରି ପଢ଼ନ୍ତୁ

ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

You might also like