ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି…କ’ଣ ଉତ୍ତର ଦେବେ ପୂଜା ?
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ଚାଲିଛି। ପୂର୍ବରୁ ଅନେକ ଥର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ଅନୁଷ୍କା। ପ୍ରଭାସ କେବଳ ତାଙ୍କର ଜଣେ ଭଲ ସାଙ୍ଗ ବୋଲି ଅନୁଷ୍କା କହିଥିଲେ। ପ୍ରଭାସ ମଧ୍ୟ ଏହି ସମାନ କଥା କହିଥିଲେ।
ପ୍ରଭାସ ଏବେ ଅପ୍କମିଂ ଫିଲ୍ମ ‘ଜାନ୍’ର ଶୁଟିଂରେ ପୂରାପୂରି ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ହେଗ୍ଡେ ମଧ୍ୟ ନଜର ଆସିବେ। ସାଉଥ ଓ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି ପୂଜା। ଫିଲ୍ମ ‘ହାଉସ୍ଫୁଲ୍ ୪’ରେ ତାଙ୍କୁ ଦେଖିବାକୁ ମିଳିଥିଲା।
ନିକଟରେ ଏକ ଇଣ୍ଟରଭିୟୁରେ ପ୍ରଭାସଙ୍କ ସମ୍ପର୍କରେ ଅଭିନେତ୍ରୀ ପୂଜା ହେଗ୍ଡେଙ୍କୁ ଜଣେ ପ୍ରଶଂସକ ପ୍ରଶ୍ନ ପଚାରିଥିଲେ। ତେବେ ପ୍ରଶଂସକଙ୍କ ଏହି ପ୍ରଶ୍ନ ପୂଜାଙ୍କୁ ଚକିତ କରି ଦେଇଥିଲା। ପ୍ରଶଂସକ ପୂଜାଙ୍କୁ ପଚାରିଥିଲେ, ଯଦି ପ୍ରଭାସ ଆପଣଙ୍କୁ ପ୍ରପୋଜ୍ କରିବେ ? ଏହାର ଉତ୍ତରରେ ପୂଜା କହିଥିଲେ, “ଏହା କିଭଳି ପ୍ରକାର ପ୍ରଶ୍ନ…ହୁଏତ ଏହା ଫିଲ୍ମରେ ହୋଇପାରେ କିନ୍ତୁ ମୁଁ ଏହାର ଉତ୍ତର ଦେଇପାରିବି ନାହିଁ”।
ପ୍ରଥମ ଥର ପାଇଁ ଫିଲ୍ମ ‘ଜାନ୍’ରେ ପ୍ରଭାସ ଓ ପୂଜା ଏକାଠି ନଜର ଆସିବେ।
ତେଲୁଗୁ ଫିଲ୍ମ ‘Ala Vaikuntapuramloo ’ ରେ ଅଲ୍ଲୁ ଅର୍ଜୁନ୍ଙ୍କ ସହ ପୂଜା ନଜର ଆସିବେ। ୨୦୨୧ ଜାନୁଆରୀ ୧୨ରେ ଏହି ଫିଲ୍ମ ରିଲିଜ୍ ହେବ।