‘ତାଣ୍ଡବ’ ବିବାଦ: ଆମାଜନ୍ ପ୍ରାଇମ୍ ଭିଡିଓକୁ ଜବାବ ତଲବ
ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖରେ ରିଲିଜ୍ ହୋଇଥିବା ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ୱେବ୍ ସିରିଜି ‘ତାଣ୍ଡବ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରାଯିବା ସହ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ଘଟଣାକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆମାଜନ ପ୍ରାଇମ୍ ଭିଡିଓକୁ ଜବାବ ତଲବ କରିଛି।
ମିଳିଥିବା ସୂଚନା ଅନୁସାରେ, ବିଜେପି ନେତା ରାମ କଦମ ରବିବାର ପୋଲିସ୍ରେ ଅଭିଯୋଗ କରିବା ପରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାମ କଦମ ଫିଲ୍ମ କ୍ରିଏଟର୍ସ, ଆକ୍ଟର୍ସ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ହିନ୍ଦୁଙ୍କ ଭାବାବେଗକୁ କୁଠାରଘାତ କରାଯାଇଥିବା ବିଜେପି ନେତା ରାମ କଦମ ଅଭିଯୋଗ କରିଥିଲେ।। ଟ୍ୱିଟ୍ କରି ସେ କହିଥିଲେ, କାହିଁକି ବାରମ୍ବାର ହିନ୍ଦୁ ଦେବୀଦେବତମାନଙ୍କୁ ବିଭିନ୍ନ ଫିଲ୍ମ ଓ ୱେବ୍ ସିରିଜ୍ରେ ଅପମାନିତ କରାଯାଉଛି। ଯାହାର ସଦ୍ୟ ଉଦାହରଣ ହେଲା ୱେବ୍ ସିରିଜ୍ ତାଣ୍ଡବ। ସୈଫ୍ ଅଲ୍ଲୀ ଖାନ୍ ପୁଣିଥରେ ଏଭଳି ଫିଲ୍ମ କିମ୍ବା ୱେବ୍ ସିରିଜ୍ରେ ଅଭିନୟ କରିଛନ୍ତି ଯାହା ହିନ୍ଦୁ ଭାବନାକୁ ଆଘାତ ଦେଇଛି।
आखिरकार क्यों हर बार फिल्मों और वेब सीरीज में हिन्दू देवी देवताओं को अपमानित करने का काम किया जाता है। ताजा उदाहरण नई वेब सीरीज ‘तांडव’ है। सैफ अली खान एक बार फिर ऐसी फिल्म या सिरीज़ का हिस्सा है जो हिन्दू भावनाओं
को ठेस पहुचाता है। डायरेक्टर अली अब्बास जफर को सिरीज़ से भगवान pic.twitter.com/z35cHoiw9d— Ram Kadam – राम कदम (@ramkadam) January 17, 2021
ରାମ କଦମ ଫିଲ୍ମଟି ଧର୍ମୀୟ ଭାବନାକୁ କୁଠାରଘାତ କରୁଛି ବୋଲି ଥାନାରେ ଏତଲା ଦେଇଥିବା ବେଳେ ସାଂସଦ ମନୋଜ କୋଟାକ ସୂଚନା ପ୍ରସାରଣ ବିଭାଗକୁ ଚିଠି ଲେଖି ଆମାଜନ୍ ପ୍ରାଇମ୍ ଭିଡିଓର ୱେବ୍ ସିରିଜ୍ ‘ତାଣ୍ଡବ’କୁ ବ୍ୟାନ୍ କରିବାକୁ ଅନୁରୋଧ କରିଥିଲେ।
ସୂଚନା ଥାଉକି ୱେବ୍ ସିରିଜ୍ ‘ତାଣ୍ଡବ’ରେ ସୈଫ୍ ଅଲ୍ଲୀ ଖାନ, ଡିମ୍ପଲ କାପାଡ଼ିଆ, ମହମ୍ମଦ ଜୀଶନ ଆୟୁବ, ସୁନୀଲ ଗ୍ରୋଭର ପ୍ରମୁଖ ଅଭିନୟ କରିଛନ୍ତି। ଜାନୁଆରୀ ୧୫ ତାରିଖରେ ଏହି ୱେବ୍ ସିରିଜ୍ ରିଲିଜ୍ ହୋଇଛି।