ଗାୟିକା ତଥା ମଂଚ ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ

ପେଶୱାର: ପାକିସ୍ତାନର ପ୍ରସିଦ୍ଧ ପାଷ୍ଟୋ ସିଙ୍ଗର ତଥା ମଞ୍ଚ ଅଭିନେତ୍ରୀ ରେଶମ୍ ଖାଁଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ରେଶମ୍‌ଙ୍କ ଭାଇ ଓବୈଦୁଲ୍ଲା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।

ରେଶମ୍‌ଙ୍କ ସ୍ୱାମୀ ଫାଏଦା ଖାନ୍‌ ରହିମାବାଦ୍‌ର ବାସିନ୍ଦା। ସେ ବିଦେଶରେ ଚାକିରି କରନ୍ତି । କିଛି ଦିନ ତଳେ ପାକିସ୍ତାନ ଆସିଥିଲେ। ଉଭୟଙ୍କ ମଧ୍ୟରେ ମତାନ୍ତର କାରଣରୁ ଉଭୟ ଅଲଗା ରହୁଥିଲେ। ଓବୈଦୁଲ୍ଲା ତାଙ୍କ ଏତଲାରେ ଲେଖିଛନ୍ତି ଯେ, ରେଶମ୍‌ଙ୍କ ସ୍ୱାମୀ ଫାଏଦା କିଛି ଦିନ ତଳେ ରେଶମ୍‌ଙ୍କ ପାଖକୁ ଆସି ତାଙ୍କ ରୁଗ୍‌ଣ ବାପାଙ୍କୁ ଦେଖା କରିବାକୁ ବୁଝାଉଥିଲେ। ତେବେ କିଛି ସମୟ ପରେ ସେ ରେଶମ୍ ଘରକୁ ଯାଇ ରେଶମ୍‌ର ଗୁଳିବିଦ୍ଧ ମୃତଦେହ ଦେଖିଥିଲେ।

ଏହି ଘଟଣା ପାକ୍ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। କିଛି ଦିନ ତଳେ ପାକିସ୍ତାନରେ ଜଣେ ଗର୍ଭବତୀ ଗାୟିକା ସାମିନା ସିନ୍ଧୁଙ୍କୁ ଷ୍ଟେଜ୍‌ରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ଗର୍ଭବତୀ ଥିବାରୁ ଷ୍ଟେଜ୍‌ରେ  ବସି ଗୀତ ଗାଉଥିଲେ। ତାଙ୍କୁ ଜଣେ ମଦ୍ୟପ ଠିଆ ହୋଇ ଗାଇବାକୁ କହିଥିଲେ । କିନ୍ତୁ ସେ ଠିଆ ହେବାକୁ ମନା କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ମଦ୍ୟପ ଯୁବକ।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like