ଖୁବ୍‌ ଶୀଘ୍ର ଏକାଠି ହେବେ ହ୍ରିତିକ୍‌-ଅନୁଷ୍କା !

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ ଏବେ ‘ୱାର୍‌’ ଫିଲ୍ମର ସଫଳତାକୁ ମନଭରି ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ହୋଇଛି। ଏହା ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ତେବେ ଫିଲ୍ମଟି ଥିଏଟର୍‌ରୁ ନ ହଟୁଣୁ ଏବେ ହ୍ରିତିକ୍‌ଙ୍କ ଆଗାମୀ ଫିଲ୍ମକୁ ନେଇ ଖବର ଆସିଗଲାଣି। ସୂଚନା ଅନୁଯାୟୀ,  ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ଏଥିରେ ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା।

ଯଦି ଏ ଖବର ସତ ହୁଏ, ତା’ହେଲେ ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍‌ ହଙ୍କ୍ ହ୍ରିତିକ୍‌ ଓ ଚୁଲବୁଲି ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଆଉ ଏହି ନୂଆ ଯୋଡ଼ିଙ୍କ ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ମଧ୍ୟ ଆଶା କରାଯାଉଛି।

ଫର୍‌ହା ଏ ଫିଲ୍ମର ନିର୍ଦ୍ଦେଶନା ଭାର ନେଇଥିବା ବେଳେ ହ୍ରିତିକ୍ ଓ ଅନୁଷ୍କାଙ୍କୁ ନେଇ ଷ୍ଟାର୍‌କାଷ୍ଟ୍ ବି ଫାଇନାଲ୍ କରି ସାରିଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍ ସେଟ୍ଟୀ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ। ଫର୍‌ହା ଏହାକୁ ୨୦୨୧ ପ୍ରାରମ୍ଭରେ ରିଲିଜ୍ କରାଇବାକୁ ଚାହୁଁଛନ୍ତି।

ଚର୍ଚ୍ଚା ହେଉଛି, ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବ। ତେବେ ଫର୍‌ହା ଏ ନେଇ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ସବୁକିଛି ଫାଇନାଲ୍‌ ହେବା ପରେ ଏହି ଫିଲ୍ମ ସଂପର୍କରେ ଅଫିସିଆଲ୍‌ ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like