ଶାହରୁଖ୍‌ଙ୍କୁ ଡକ୍ଟରେଟ୍‌ ଡିଗ୍ରୀ: ପୁଣି ମନାକଲା ଏଚ୍‌ଆର୍‌ଡି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅଭିନେତା ଶାହରୁଖ ଖାନଙ୍କୁ ଡକ୍ଟରେଟ୍‌ ଡିଗ୍ରୀ ଦେବାକୁ ଜେଏମ୍‌ଆଇ (ଜାମିଆ ମିଲିଆ ଇସ୍‌ଲାମିୟା) ବିଶ୍ୱବିଦ୍ୟାଳୟର ଆବେଦନକୁ ଅଗ୍ରାହ୍ୟ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ। ଆର୍‌ଟିଆଇର ସୂଚନା ଅନୁସାରେ, ଶାହରୁଖ ପୂର୍ବରୁ ଅନ୍ୟ ଏକ ବିଶ୍ୱବିଦ୍ୟାଳୟରୁ ଏହି ଡିଗ୍ରୀ ହାସଲ୍‌ କରିଛନ୍ତି ବୋଲି କହି, ମନ୍ତ୍ରଣାଳୟ ଏହି ଆବେଦନକୁ ଖାରଜ କରିଦେଇଛି। କିନ୍ତୁ ବିଶ୍ୱବିଦ୍ୟାଳୟର ଏହି ପ୍ରସ୍ତାବ ଉପରେ ଶାହରୁଖ ନିଜେ ସହମତି ପ୍ରକାଶ କରିଥିଲେ।

ଗତବର୍ଷ ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପ୍ରସ୍ତାବ ନେଇ ଏଚ୍‌ଆର୍‌ଡି ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା। ତେବେ ସମାନ କଥା କହି ମନ୍ତ୍ରଣାଳୟ ଉକ୍ତ ପ୍ରସ୍ତାବକୁ ଖାରଜ୍ କରିଦେଇଥିଲା। ଦ୍ୱିତୀୟ ଥର ଉକ୍ତ ଡିଗ୍ରୀ ଦେବା ନେଇ କୌଣସି କଡ଼ା ନିୟମ ଯଦିଓ ନାହିଁ, କିନ୍ତୁ ବାରମ୍ବାର ଏପରି ହେବା ନିରାଶାଜନକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ତେବେ ପୂର୍ବରୁ ୨୦୧୬ରେ ଶାହରୁଖ ମୌଲାନା ଆଜାଦ୍‌ ନେସନ ୟୁନିଭର୍ସିଟିରୁ ଡକ୍ଟରେଟ୍‌ ଡିଗ୍ରୀ ପାଇସାଛନ୍ତି। ଆର୍‌ଟିଆଇ ସାହାଯ୍ୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଏହି ସୂଚନା ଦେଇଥିଲା ଜେଏମ୍‌ଆଇ ବିଶ୍ୱବିଦ୍ୟାଳୟ। ପ୍ରକାଶ ଥାଉକି, ଶାହରୁଖ ଜେଏମ୍‌ଆଇର ଗଣ ଯୋଗାଯୋଗ ବିଭାଗର ଛାତ୍ର ଥିଲେ। କିନ୍ତୁ କ୍ଲାସ୍‌ରେ ତାଙ୍କର ଉପସ୍ଥାପନ କମ୍‌ ଥିବାରୁ ସେ ଶେଷ ପରୀକ୍ଷା ଦେଇପାରିନଥିଲେ।

ଆହୁରି ପଢ଼ନ୍ତୁ

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

ବିବାହ କରିବେ ତାରା!

ସୈଫ୍‌ଙ୍କୁ ବିବାହ କରିବାକୁ ବାପା-ମାଆଙ୍କୁ ଧମକ ଦେଇଥିଲେ କରିନା

ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ

ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଜବ କାର୍ଡ !

You might also like