ମନମୋହନ ସିଂ କେମିତି ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ

ମୁମ୍ବାଇ: ୨୦୦୪ରେ ସୋନିଆଙ୍କ ପ୍ରତି ପ୍ରସନ୍ନ ହେଲେନି ଭାଗ୍ୟ ଦେବୀ। ଆକସ୍ମିକ ପ୍ରଧାନମନ୍ତ୍ରୀ ବନି ଗଲେ ଡକ୍ଟର ମନମୋହନ ସିଂହ। ଅର୍ଥନୀତିଜ୍ଞରୁ ଦେଶ ଶାସନର ସର୍ବୋଚ୍ଚ ପଦବି। ପୂରା ଘଟଣାଚକ୍ରକୁ ନେଇ ତିଆରି ହେଉଛି ବଲିଉଡ୍ ଚଳଚ୍ଚିତ୍ର ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର। ୨୦୦୪ ସାଧାରଣ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ୟୁପିଏ। ସୋନିଆଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଇଛା କରିଥିଲା କଂଗ୍ରେସ।

ତେବେ ବିଦେଶୀ ମୂଳ ପ୍ରସଙ୍ଗକୁ ନେଇ ବାଧକ ସାଜିଲେ ବିଜେପି ସମେତ ଅନ୍ୟ ରାଜନୈତିକ ଦଳ। ବିରୋଧ ଦୃଷ୍ଟିରୁ ନିଜେ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରୁ ଓହରି ଯାଇ ଏହି ଆସନରେ ମନମୋହନଙ୍କୁ ବସାଇଥିଲେ ସୋନିଆ। ମନମୋହନଙ୍କ ଏହି ବାୟୋପିକ୍‌ ଲିଡ୍‌ରେ ଅଛନ୍ତି ଭେଟେରାନ ଆକ୍ଟର ଅନୁପମ୍ ଖେର୍। ସେହିପରି ସୋନିଆଙ୍କ ରୋଲ୍ ପ୍ଲେ କରୁଛନ୍ତି ସୁଜେନ୍ ବର୍‌ନଟ୍। ଅର୍ଜୁନ୍ ମାଥୁର୍ ରାହୁଲ ଗାନ୍ଧିଙ୍କ ଭୂମିକା କରୁଥିବା ବେଳେ ପ୍ରିୟଙ୍କାଙ୍କ କ୍ୟାରେକ୍ଟର କରୁଛନ୍ତି ଅଭିନେତ୍ରୀ ଆହାନା କୁମ୍ରା। ଦିବ୍ୟା ସେଠ୍‌ଙ୍କୁ ଦେଖିବାକୁ ମିଳିବ ମନମୋହନ ସିଂଙ୍କ ପତ୍ନୀ ଗୁରଶରନ୍ କୌରଙ୍କ ଭୂମିକାରେ।

ପୂରା ଷ୍ଟାରକାଷ୍ଟଙ୍କ ଫଟୋ ସୋସିଆଲ୍ ମିଡିଆରେ ଆସିବା ପରେ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପ୍ରଯୋଜକ ହଂସଲ ମେହଟ୍ଟା ନିଜେ ଫିଲ୍ମ ପୋଷ୍ଟରକୁ ଟ୍ୱିଟ୍ କରିଛନ୍ତି। ଦ ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟରରେ ୧୪୦ରୁ ବି ଅଧିକ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ବଡ଼ଦିନ ଅବସରରେ ୨୧ ଡିସେମ୍ବରରେ ଫିଲ୍ମ ରିଲିଜ୍ ଲାଗି ଲକ୍ଷ୍ୟ ରଖାଯାଇଛି।

You might also like