ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି।

ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ ଅଫ୍‌ ଆର୍ଟ୍ସରେ ବିଏ ପଢ଼ିଥିଲେ। ସେଠାରେ ପଢ଼ିବା ସମୟରେ ନଇଶା ମଡେଲିଂରେ ପାଦଦେଲେ। ସେତେବେଳେ ସେ ଭାବୁଥିଲେ ଏହି ଆଡ୍‌ ତାଙ୍କୁ ପକେଟ୍‌ ମନି ଯୋଗାଇପାରିବ।

ତା’ପରେ ତାଙ୍କ ପ୍ରଥମ ଆଡ୍‌ର ଲୋକପ୍ରିୟତା ପରେ ତାଙ୍କୁ ଆଡ୍ ପରେ ଆଡ୍‌ ଏବଂ କିଛି କ୍ୟାମ୍ପେନ୍‌ ପାଇଁ ମଧ୍ୟ ପ୍ରସ୍ତାବ ଆସିଲା। ନଇଶାଙ୍କ ବର୍ଣ୍ଣ ଶାମ୍ୟଳ ଥିଲା। ତେଣୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏହାପରେ ସେ ସେମିତି କିଛି ବ୍ରାଣ୍ଡରେ କାମ କଲେ ଯେଉଁଠି ତାଙ୍କ ବର୍ଣ୍ଣକୁ ସମ୍ମାନ ଦିଆଯାଉଥିଲା।

ବର୍ଣ୍ଣକୁ ନେଇ ଲୋକମାନଙ୍କର ଏକ ଭିନ୍ନ ମାନସିକତା ରହିଛି। ସେସବୁ ପରିବର୍ତ୍ତନ ହେବା ଦରକାର ଏବଂ ସେ ତାଙ୍କ ବର୍ଣ୍ଣକୁ ନେଇ ସମାଲୋଚନା କରୁନଥିବା ବ୍ରାଣ୍ଡ ସହ କାମ କରୁଛନ୍ତି। ଏବେ ନଇ ଲୋରିଅଲ୍‌, ମାଇକ୍ରୋମ୍ୟାକ୍ସ, ଜିପ୍‌, ମେବେଲିନ୍‌ ଭଳି ବ୍ରାଣ୍ଡର ଆଡ୍‌ରେ କାମ କରୁଛନ୍ତି।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

You might also like