ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର, ରିତେଶ ଦେଶ୍ମୁଖ, ବବି ଦେଓଲ ଓ ଅନ୍ୟ ହିରୋଇନ୍
ମୁମ୍ବାଇ: ଟ୍ରେନ୍ ଭିତରେ ଚଢ଼ିଛନ୍ତି ବଲିଉଡ୍ କଳାକାର। ସେମାନଙ୍କ ମଧ୍ୟରେ ଅଛନ୍ତି ଖିଲାଡ଼ିକୁମାର ଅକ୍ଷୟ କୁମାର, ରିତେଶ ଦେଶ୍ମୁଖ, ଚଂକି ପାଣ୍ଡେ, ବବି ଦେଓଲ୍, କ୍ରୁତି ସେନୋନ୍ ଓ ଅନ୍ୟ ହିରୋଇନ୍। ଏତେ ମାତ୍ରାରେ ବଡ଼ ବଡ଼ ବଲିଉଡ୍ କଳାକାରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନୀଧିମାନେ ବି ଟ୍ରେନ୍ରେ ଚଢ଼ିଛନ୍ତି। ଚାଲିଛି ପ୍ରେସ୍ ମିଟ୍। କିନ୍ତୁ ହଠାତ୍ ଟ୍ରେନ୍ ଭିତରେ ଏତେମାତ୍ରାରେ ସେଲେବ୍ରିଟି ଚଢ଼ିଲେ କାହିଁକି? ନା ବଲିଉଡ୍ କଳାକାର ଫ୍ଲାଇଟ୍ ଛାଡ଼ି ଟ୍ରେନ୍ରେ ଯିବା ପସନ୍ଦ କଲେ?
ଏସବୁ କିଛି ବି ନୁହେଁ ବନ୍ଧୁ। ଆଜିକାଲି ଯୁବ ବଦଳିବା ସହିତ କେତେ କେତେ ନୂଆ ଟ୍ରେଣ୍ଡ ବାହାରୁଛି। ଆଉ ଏଇଟା ବି ହେଉଛି ବଲିଉଡ୍ ଷ୍ଟାର୍ମାନଙ୍କର ଫିଲ୍ମ ପ୍ରମୋସନ୍ର ନୂଆ ଟ୍ରେଣ୍ଡ।
ମୁମ୍ବାଇ-ଦିଲ୍ଲୀ ରୁଟ୍ର ସ୍ୱତନ୍ତ୍ର ଟ୍ରେନ୍ରେ ବଲିଉଡ୍ ଫିଲ୍ମ ହାଉସ୍ଫୁଲ ୪ର ପୋଷ୍ଟର୍ ଲଗାଇ ପ୍ରମୋଶନ୍ କରିବା ସହିତ ପୂରା ଫିଲ୍ମର ଷ୍ଟାର କାଷ୍ଟ ଓ CREW ମେମ୍ବର ବସି ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରିଛନ୍ତି।
ଆଉ ଟ୍ରେନ୍ ଭିତରେ ହିଁ ପ୍ରେସମିଟ୍ କରିଥିଲେ ଏମାନେ। ନାଚ, ଗୀତ ସାଙ୍ଗକୁ ଫୁଲ୍ ମସ୍ତି କରିଥିଲେ ସମସ୍ତ କଳାକାର। ବଲିଉଡ୍ର କୌଣସି ଫିଲ୍ମ ଏତେ ବଡ଼ ଧରଣର ଓ ଟ୍ରେନ୍ରେ ପ୍ରମୋଶନ କରିବା ହେଉଛି ଏକଦମ୍ ନୁଆ।