Big Boss: ବିବାହ କରିଛନ୍ତି ପବିତ୍ରା ! ହୋଟେଲ୍ ମାଲିକ କଲେ ବଡ଼ ଖୁଲାସା
ମୁମ୍ବାଇ: ବିଗ୍ ବସ୍ ୧୪ରୁ ବିଦାୟ ନେଇଛନ୍ତି ପବିତ୍ରା ପୁନିଆ। ନଭେମ୍ବର ୨୯ରେ ସେ ବିଗ୍ ବସ୍ ହାଉସ୍ରୁ ବାହାରକୁ ଆସିଛନ୍ତି। ପବିତ୍ରା ବିଗ୍ ବସ୍ରୁ ବାହାରକୁ ଆସିବା ପରେ ତାଙ୍କୁ ନେଇ ଆଶ୍ଚର୍ଯ୍ୟ କରି ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
ହୋଟେଲ୍ ମାଲିକ ସୁମିତ ମହେଶ୍ୱରୀ ଖୁଲାସା କରି କହିଛନ୍ତି, ପବିତ୍ରା ତାଙ୍କୁ ବିବାହ କରିଛନ୍ତି। ହେଲେ ପବିତ୍ରା ତାଙ୍କୁ ୪ଥର ଧୋକା ଦେଇଛନ୍ତି। ପବିତ୍ରା ଓ ତାଙ୍କ ମଧ୍ୟରେ କୌଣସି ତଲାକ୍ ହୋଇନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି, ବିବାହକୁ ସମସ୍ତଙ୍କ ନଜରରୁ ଲୁଚାଇ ରଖିବା ପାଇଁ ପବିତ୍ରା କହିଥିଲେ। ତାଙ୍କର ଏଭଳି ବ୍ୟବହାରକୁ ନେଇ ମୋ ପରିବାର ଲୋକଙ୍କୁ ବହୁତ ଖରାପ ଲାଗିଥିଲା।
View this post on Instagram
ପବିତ୍ରାଙ୍କୁ ସେ ସବୁବେଳେ କ୍ଷମା କରି ଆସିଛନ୍ତି। ହେଲେ ଏଥର ସେ ଆଉ ତାଙ୍କୁ କ୍ଷମା କରିବେ ନାହିଁ ବୋଲି ସୁମିତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଗ୍ ବସ୍ରେ ପବିତ୍ରା, ଏଜାଜ୍ଙ୍କ ସହ ଫ୍ଲର୍ଟ କରିଛନ୍ତି। ତେବେ ତଲାକ୍ ପରେ ସେ ଏଜାଜ୍ଙ୍କ ସହ ଡେଟିଂ କରିପାରିବେ।
View this post on Instagram
ପ୍ରକୃତରେ ସୁମିତଙ୍କୁ ପବିତ୍ରା ବିବାହ କରିଛନ୍ତି ନା ନାହିଁ ? ନା ଏହା ଏକ ଗୁଜବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ସୁମିତ ଆଣିଥିବା ଏଭଳି ଦାବିକୁ ନେଇ ପବିତ୍ରା ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଘଟଣା ଯାହା ହେଉନା କାହିଁ, ପବିତ୍ରା ବିବାହ କରିଥିବା ଜାଣିବା ପରେ ପବିତ୍ରାଙ୍କ ଫ୍ୟାନ୍ସମାନଙ୍କୁ ଏହା ଚକିତ କରିଛି। କାରଣ ସମସ୍ତେ ଜାଣିଥିଲେ ପବିତ୍ରା ବିବାହ କରି ନାହାନ୍ତି। ଏପରିକି ବିଗ୍ ବସ୍ ହାଉସରେ ଏଜାଜ୍ ଖାନ୍ ଓ ପବିତ୍ରାଙ୍କ କେମେଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ସେ ବିବାହ କରିଥିବା ଜଣାପଡ଼ିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି।
କାହିଁକି ନେ ବିବାହ କଥା କେବେ ବି ପବିତ୍ରା ବିଗ୍ ବସ୍ ଶୋ’ରେ କହି ନାହାନ୍ତି। ହେଲେ ବିଗ୍ ବସ୍ର ଏକ ଏପିସୋଡ୍ରେ ପବିତ୍ରା, କବିନା କୌଶିକଙ୍କ ସାମ୍ନାରେ କହିଥିଲେ, ତାଙ୍କର ନିର୍ବଦ୍ଧ ହୋଇସାରିଛି।
View this post on Instagram
ଏହା ପୂର୍ବରୁ ପାରସ୍ ଛାବ୍ଡା ଓ ପ୍ରତୀକ ସେହଜପାଲ୍ଙ୍କ ସହ ରିଲେସନଶିପ୍କୁ ନେଇ ଚର୍ଚ୍ଚାରେ ଥିଲେ ପବିତ୍ରା।