ପ୍ରିୟଙ୍କା ଚୋପ୍‌ଡା ନା ପ୍ରିୟଙ୍କା ଶପ୍‌ରା!

ମୁମ୍ବାଇ: ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ସବୁବେଳ ପରି ଏଥର ବି ହଲିଉଡରେ କେରିଅରକୁ ନେଇ ବେଶ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ କହିବା କଥା ସେ ପ୍ରଥମେ ଯେତେବେଳେ ହଲିଉଡ୍ ଦୁନିଆରେ ପାଦ ଥାପିଥିଲେ ସେତେବେଳେ ଲୋକେ ତାଙ୍କ ସରନେମ ଚୋପଡାକୁ ଠିକରେ ଉଚ୍ଚାରଣ କରିପାରୁ ନ ଥିଲେ। ସେମାନେ ତାଙ୍କୁ ‘ଶପରା’ ବୋଲି ଡାକୁଥିଲେ। ଏହି ସମୟରେ ପ୍ରିୟଙ୍କା, ଅଭିନେତା କବୀର ବେଦୀଙ୍କ ସହ ଭିଡିଓ କଲରେ ଯୋଡ଼ିହେଲେ ଏବଂ ଏହି ପ୍ରସଙ୍ଗକୁ ନେଇ କଥାହେଲେ।

ସେତେଵେଳେ ଜଣେ ଭାରତୀୟ କଳାକାରକୁ ହଲିଉଡରେ କାମ ମିଳିବା ବହୁତ କଷ୍ଟ ଥିଲା। କବୀରଙ୍କ କହିବା କଥା, “ସେ ସମୟରେ ହାଲିଉଡ୍ ରେ କୌଣସି ବି ଇଣ୍ଡିଆନ ବା ଏସିଆନ୍ କଳାକାର ପାଇଁ କୌଣସି ଭୂମିକା ଲେଖାଯାଉ ନ ଥିଲା। ତେବେ ଏମିତିରେ ଆପଣଙ୍କୁ କେମିତି ରୋଲ୍ ମିଳିବ ଯଦି ଆପଣଙ୍କ ପାଇଁ ଲେଖା ନ ଯିବ। ପୁଣି ଯଦିବା ତାଙ୍କ ପାଖରେ ଜଣେ ଏସିଆନଙ୍କ ପାଇଁ କାମ ମିଳିବ ତେବେ ସେଥିରେ ସେମାନେ ଜଣେ ଗୋରା ଲୋକକୁ କଳା କରିବା ନେଇ ମଧ୍ୟ ପଛେଇବେ ନାହିଁ। ତେବେ ମତେ କେମିତି ହଡଲିଉଡରେ କାମ ମିଳିଲା, ମୁଁ ଦିନେ ମୋ ପ୍ରତିନିଧିଙ୍କୁ କହିଥିଲି ଯେ ଭାରତୀୟ ଜିନିଷକୁ ଭୁଲିଯାଅ। ମତେ କୌଣସି ବି ସିନେମା ପାଇଁ କାଷ୍ଟ କର ଯାହା ହଲିଉଡ୍ ପାଇଁ ଫରେନ ଲୁକ ଥିବ।” ଏକ ସାକ୍ଷାତକାର ଅବସରରେ କବୀର ବେଦୀ ଏ ସବୁ କହିଛନ୍ତି। ସୂଚନାଥାଉ କି କବୀର ବେଦୀ ଭାରତୀୟ କଳାକାରଙ୍କ ସହ, ଏକ ମୋରୋକ୍କନ ଏବଂ ଅନେକ ଫରେନ ଭୂମିକା ନିଭାଇଛନ୍ତି।

କବୀର ଆହୁରି ମଧ୍ୟ କହିଛନ୍ତି ଯେ ସେତେବେଳେ ବେନ କିଙ୍ଗସ୍ଲୀଙ୍କୁ ମଧ୍ୟ ନିଜ ନାମ ପରିବର୍ତ୍ତନ କରିବାକୁ ପଡିଥିଲା। କୃଷ୍ଣା ଭାଞ୍ଜିରୁ ସେ ବେନ କିଙ୍ଗସ୍ଲୀ ହୋଇଥିଲେ, ଯାହା ଫଳରେ ତାଙ୍କୁ ବଲିଉଡରେ କାମ ମିଳିଥିଲା। କିନ୍ତୁ ଆଜି ଆମେରିକାରେ ସଫଳତା ପାଇବା ପାଇଁ ପ୍ରିୟଙ୍କା ଚୋପଡାଙ୍କୁ ତାଙ୍କ ନାମ ପରିବର୍ତ୍ତନ କରିବାକୁ ଆବଶ୍ୟକ ପଡିନି।

ତେବେ ଏହି ସାକ୍ଷାତକାର ଅବସରରେ କବୀର ବେଦୀଙ୍କୁ ରୋକି ପ୍ରିୟଙ୍କା ଚୋପଡା କହିଲେ ଯେ ଆମେରିକାରେ ଏକ ସ୍ଥାନ ଅକ୍ତିଆର କରିବା ନେଇ ତାଙ୍କୁ ମଧ୍ୟ ବହୁତ କଷ୍ଟ କରିବାକୁ ପଡିଛି। ପ୍ରିୟଙ୍କାଙ୍କ କହିବା କଥା, “କିନ୍ତୁ ମୁଁ ତୁମକୁ କହୁଛି ଯେ ଏକ ଦଶକ ପୂର୍ବରୁ ମୁଁ ଯେତେବେଳେ ଆମେରିକାରେ ଏକ ସ୍ଥାନ ତିଆରି କରିବା ନେଇ ଯୋଜନା ଆରମ୍ଭ କଲି ସେତେବେଳେ ତ ମତେ ମୋ ନାମ ପରିବର୍ତ୍ତନ କରିବାକୁ ପଡିଲା ନାହିଁ, କିନ୍ତୁ ଲୋକଙ୍କୁ ନିଶ୍ଚିତ ମୋ ନାମ ନେବା ଶିଖେଇବାକୁ ପଡ଼ିଲା। ସମସ୍ତେ ମତେ ପ୍ରିୟଙ୍କା ଶପରା ବୋଲି ଡାକୁଥିଲେ। ଯେତେବେଳେ ତମେ ଶପରା କହିପାରୁଛ ତେବେ ଚୋପଡା କରିବାରେ ଅସୁବିଧା କୋଉଠି? ଏହା କହିବା ତ ସେତେ କଷ୍ଟ ନୁହେଁ। ‘କ୍ଵାଣ୍ଟିକୋ’ରେ ମୁ ଜଣେ ଅଧା ଭାରତୀୟ ଓ ଅଧା ଆମେରିକାନ୍ ଭୂମିକା ନିଭାଉଥିଲି। ଏକ ବଡ଼ ରୋଲ୍ ମୁଁ ଯାହା କରିଥିଲି, ଏମିତିକି  ଜଣେ ଭାରତୀୟ ଭଳି ସାମ୍ନାକୁ ଆସିପାରିଲିନି କାରଣ ତାହା ହଲିଉଡ୍ ପାଇଁ ଏକ ଇଲିଏନ ଭଳି ହୋଇଯାଏ। ମତେ ଲାଗୁଥିଲା ସେମାନେ ଦୀର୍ଘ ସମୟ ଧରି ଜଣେ ଇଣ୍ଡିଆନକୁ କାଷ୍ଟ କରିବାକୁ ଚାହୁଁ ନ ଥିଲେ, ସେମାନେ ଲିଡ୍ ରୋଲ ପାଇଁ ଜଣେ ଭାରତୀୟ କଳାକାରକୁ ଦେଖୁ ହିଁ ନ ଥିଲେ। ଆଜି ବି ଏହି ଇଣ୍ଡଷ୍ଟ୍ରିରେ ଏଭଳି ଅବସ୍ଥା ମଧ୍ୟ ରହିଛି।”

ପ୍ରକାଶ ଥାଉକି କବୀର ବେଦୀ ଅନେକ ହଲିଉଡ୍ ସିନେମାରେ ଅଭିନୟ କରିଛନ୍ତି। ସେଥିମଧ୍ୟରେ ‘ଅକ୍ଟୋପୁସୀ’ ଓ ‘ଅଶାନ୍ତି’ ଭଳି ସିନେମା ରହିଛି। ସେହିଭଳି ପ୍ରିୟଙ୍କା ଚୋପଡା ମଧ୍ୟ ‘ବେୱାଚ୍’, ‘ଏ କିଡ୍ ଲାଇକ୍ ଜ୍ୟାକ୍’, ‘ଦ ହ୍ଵାଇଟ୍ ଟାଇଗର୍’, ‘ଉଇ କାନ୍ ଅଲସୋ ହୀରୋସ୍’ ସହିତ ୱେବ୍ ସିରିଜ୍ ‘କ୍ଵାଣ୍ଟିକୋ’ରେ ମଧ୍ୟ ନଜର ଆସିଛନ୍ତି।

You might also like