କରୋନା ନେଲା ଏହି ହଲିଉଡ୍ ଅଭିନେତାଙ୍କ ଜୀବନ

ଲଣ୍ଡନ: କରୋନା ଭାଇରସ୍ ସଂକ୍ରମଣ ହେତୁ ହଲିଉଡ୍ ଅଭିନେତା ଆଣ୍ଡ୍ରିୟୁ ଜ୍ୟାକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

ସୂଚନା ଅନୁଯାୟୀ, ବ୍ରିଟେନରେ ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଗାବ୍ରିଲେ ରୋଗର୍ସ ବର୍ତ୍ତମାନ ଅଷ୍ଟ୍ରେଲିଆରେ କ୍ୱାରେଣ୍ଟାଇନ ରହିଛନ୍ତି। ତେଣୁ ସେ ଶେଷ ସମୟରେ ବି ସ୍ୱାମୀଙ୍କୁ ଭେଟିପାରି ନାହାନ୍ତି।

ଏକ ସୋଶାଲ୍ ମିଡିଆ ପୋଷ୍ଟରେ ସେ ସୂଚନା ଦେଇ ଲେଖିଛନ୍ତି, “ମୋତେ ଆପଣମାନଙ୍କୁ ଜଣାଇବାକୁ ବହୁତ କଷ୍ଟ ଅନୁଭବ ହେଉଛି ଯେ ଆଜି ମୁଁ ଜଣେ ବ୍ୟକ୍ତିଙ୍କୁ ହରାଇଛି। ଆଣ୍ଡ୍ରିୟୁଙ୍କୁ ୪୮ ଘଣ୍ଟା ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଥିଲେ। ଆଜି ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି।”

ଅଭିନେତା ଆଣ୍ଡ୍ରିୟୁ ଜ୍ୟାକ୍ ‘Star Wars: The Last Jedi’, ‘Star Wars: The Force Awakens’ ପରି ସୁପରହିଟ୍ ହଲିଉଡ୍ ଫିଲ୍ମରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଅନେକ ଗୁଡ଼ିଏ ସୁପରହିଟ୍ ହଲିଉଡ୍ ଫିଲ୍ମରେ ଡାଇଲଗ୍ ପ୍ରଶିକ୍ଷକ ଭାବେ କାମ କରିଥିଲେ।

You might also like