ଫଟୋ ପୋଷ୍ଟ୍‌ କରି ହୀନସ୍ତା ହେଲେ ହୀନା ଖାନ୍‌

ମୁମ୍ବାଇ: ଅଭିନେତ୍ରୀ ହୀନା ଖାନ୍‌ ଏମିତି ଗୋଟେ ବିବାଦୀୟ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ନେଇ ସେ ସୋଶାଲ ମିଡିଆରେ ସାଂଘାତିକ ଭାବେ ଟ୍ରୋଲ୍‌ ହୋଇଛନ୍ତି। ପୋଷ୍ଟ୍‌ ହୋଇଥିବା ଫଟୋରେ ଦେଖାଯାଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଆଗରେ ହୀନା ଓ ତାଙ୍କ ପୁରୁଷବନ୍ଧୁ ରକି ଜୋତା ପିନ୍ଧି ପୋଜ୍‌ ଦେଇଛନ୍ତି। କେବଳ ସେତିକି ନୁହେଁ ହୀନା ଯେଉଁ ପୋଷାକ ପିନ୍ଧିଛନ୍ତି ଯେଉଁଥିରେ ତାଙ୍କ ଅନ୍ତଃବସ୍ତ୍ର ଦେଖାଯାଉଛି।

ଅଭିନେତ୍ରୀ ହୀନା ଖାନ୍‌ ତାଙ୍କ ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’ ପାଇଁ ଘରେ ଘରେ ପରିଚିତ। ଏହି ଧାରାବାହିକରେ ସେ ଅକ୍ସରା ଚରିତ୍ରରେ ନଜର ଆସିଥିଲେ। ଯେଉଁଥିରେ ସେ ଜଣେ ସଂସ୍କାରୀ ଓ ଆଦର୍ଶ ବୋହୂ ଭୂମିକାରେ ଦର୍ଶକଙ୍କ ଆପଣାର ହୋଇପାରିଥିଲେ। ଏହି ଧାରାବାହିକଟି ଏବେ ଜାରି ରହିଥିବା ବେଳେ ଅକ୍ସରା ଏହି ଧାରାବାହିକକୁ ଅଲ୍‌ବିଦା କହିସାରିଛନ୍ତି। ୮ ବର୍ଷର ଏହି ସିରିୟଲ୍‌ରେ ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକଙ୍କ ବେଶ୍‌ ନିକଟତର ହୋଇପାରିଥିଲେ।

ଏହାସହିତ ସେ ରିୟଲିଟି ସୋ ‘ଖତ୍‌ରୋଁକା ଖିଲାଡ଼ି’ ଓ ‘ବିଗ୍‌ବସ୍‌’ ସିଜିନ୍‌ ୧୧ରେ ମଧ୍ୟ ଅଂଶଗ୍ରହଣ କରିସାରିଛନ୍ତି। ହେଲେ ବର୍ତ୍ତମାନ ସେ ତାଙ୍କର କିଛି ନିଆରା ଅନ୍ଦାଜ୍‌ ପାଇଁ ଚର୍ଚ୍ଚାରେ ରହୁଛନ୍ତି। 

କିଛିଦିନ ପୂର୍ବରୁ ସେ ଏକ ଚାରିଟି ପ୍ରୋଗ୍ରାମକୁ ଅସଂଞ୍ଜତ ପୋଷାକ ପିନ୍ଧି ଯାଇଥିବାରୁ ତାଙ୍କୁ ସମାଲୋଚାନର ଶିକାର ହେବାପାଇଁ ପଡ଼ିଥିଲା। ଏବେ ମଧ୍ୟ ଠିକ୍‌ ସେହିପରି ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ପୁଣି ଏକ ବିବାଦ ଦେଖାଦେଇଛି।

You might also like