ରାନୁଙ୍କୁ ଟ୍ରୋଲିଂ ନେଇ ହିମେଶ୍‌ ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଥିଲେ। ଏପରିକି ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ମଧ୍ୟ ଥିଲେ।

ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମ “ହାପି ହାର୍ଡି ଏଣ୍ଡ୍‌ ହିର୍‌”ରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍‌ କରିଥିଲେ। ଏହାପରେ ରାନୁ ଆହୁରି ପ୍ରସିଦ୍ଧ ହୋଇଯାଇଥିଲେ। ସେଲେବ୍ରିଟି ହେବାପରେ ରାନୁଙ୍କୁ ଅନେକ ଟ୍ରୋଲ୍‌ର ସାମ୍ନା କରିବାକୁ ପଡ଼ିଥିଲା। କେତେବେଳେ ମେକ୍‌ଅପ୍‌କୁ ନେଇ ତ ଆଉ କେତେବେଳେ ଫ୍ୟାନ୍ସଙ୍କୁ ତାଙ୍କର ବ୍ୟବହାର ନେଇ।

ଶେଷରେ ରାନୁ ମଣ୍ଡଳଙ୍କୁ ନେଇ ଚାଲିଥିବା ଟ୍ରୋଲିଂକୁ ନେଇ ହିମେଶ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ତାଙ୍କୁ(ରାନୁ) ବ୍ରେକ୍‌ ଦେଇଥିଲି, ମୁଁ ଚାହୁଁଥିଲି ଯେ, ମୋତେ ଲତାଜୀଙ୍କ ସ୍ୱର ମିଳିବ। ତେବେ ‘ତେରି ମେରୀ କାହାନୀ’ ହିଟ୍‌ ହେବାପରେ ସେ ଆହୁରି ପ୍ରସିଦ୍ଧ ହୋଇଯାଇଥିଲେ। ମୋତେ ଲାଗୁଛି ସେଲ୍‌ଫି ଘଟଣା, ଯାହାକି ସେ ଫ୍ୟାନ୍‌ଙ୍କ ସହ ସେଲ୍‌ଫି ଉଠାଇ ନ ଥିଲେ। ଏହାପରେ ତାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଥିଲା।”

ହିମେଶ୍‌ ଆହୁରି କହିଛନ୍ତି, “ମୋତେ ଲାଗୁଛି ଯେତେବେଳେ ଆପଣ ସମସ୍ତଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟିବେ ଓ ଆଉ ଆପଣ ଷ୍ଟାର ହୋଇଯିବେ, ଏହାପରେ ଲୋକମାନେ ଆପଣଙ୍କୁ ବହୁତ ଭଲ ପାଇବା ଦେବା ଆରମ୍ଭ କରିବେ। ଏଥିପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବା ଆବଶ୍ୟକ। ମୋତେ କାହିଁକି ଲାଗୁନି ଯେଉଁଠୁ ସେ(ରାନୁ) ଆସିଥିଲେ, ଏଥିପାଇଁ ସେ ପ୍ରସ୍ତୁତ ଥିଲେ କି ନାହିଁ। ଏବେ ସେ(ରାନୁ) ଷ୍ଟାର୍‌ ହୋଇଯାଇଛନ୍ତି। ସବୁ ସେଲେବ୍ରିଟିଙ୍କୁ ଏସବୁ ସମୟ ଦେଇ ଯିବାକୁ ପଡ଼ିଥାଏ। ତାହା ସେମାନଙ୍କୁ ଭଲ ଲାଗୁ କିମ୍ବା ନାହିଁ।”

ରେଲ୍‌ୱେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ ଏକ ଗୀତ ‘ଏକ୍ ପ୍ୟାର୍‌ କା ନଗ୍‌ମା ହେ’କୁ ନିଜ ସ୍ୱରରେ ଗାଇ ଏମିତି ପ୍ରସିଦ୍ଧ ହୋଇଗଲେ ଯେ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍‌ କରିଥିଲେ।

You might also like