ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌, କହିଲେ ଏମିତି…

ମୁମ୍ବାଇ: ରେଲ୍‌ୱେ ଷ୍ଟେସନରୁ ସିଧା ବଲିଉଡ୍‌ରେ ପାଦ ଥାପି ଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ ?୨୦୧୯ରେ ଦେଶର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରାନୁ ସ୍ଥାନ ପାଇଛନ୍ତି। ଗୁଗୁଲ୍‌ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଟପ୍ ଟେନ୍ ମୋଷ୍ଟ୍‌ ସର୍ଚ୍ଚଡ୍‌ ପର୍ସନ୍‌ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି।

ରେଲ୍‌ୱେ ଷ୍ଟେସନ୍‌ରେ ଗୀତ ଗାଇ ଭିକ୍ଷା ମାଗୁଥିବା ରାନୁଙ୍କ ଏକ ଗୀତର ଭିଡିଓ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ଲତା ମଙ୍ଗେଶକରଙ୍କ ଏକ ଗୀତ ‘ଏକ୍ ପ୍ୟାର୍‌ କା ନଗ୍‌ମା ହେ’କୁ ନିଜ ସ୍ୱରରେ ଗାଇ ଏମିତି ପ୍ରସିଦ୍ଧ ହୋଇଗଲେ ଯେ ପ୍ରଖ୍ୟାତ ବଲିଉଡ୍ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ହିମେଶ୍ ରେଶମିୟା ନିଜେ ତାଙ୍କ ଫିଲ୍ମରେ ଗୀତ ଗାଇବାକୁ ରାନୁଙ୍କୁ ଅଫର୍‌ କରିଥିଲେ। ହେଲେ ପରିସ୍ଥିତି ଏବେ ଅଲଗା ପ୍ରକାର ହୋଇଯାଇଛି। ଏବେ ହିମେଶ୍‌, ରାନୁଙ୍କ ଉପରେ କୌଣସି ପ୍ରଶ୍ନ ଶୁଣିଲା ମାତ୍ରେ ହିଁ ଚିଡ଼ି ଯାଉଛନ୍ତି। ଏମିତି କିଛି ଘଟଣା ନିକଟରେ ଦେଖିବାକୁ ମିଳିଛି।

ଆପଣ ଭାବୁଥିବେ ପ୍ରକୃତରେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ଘଟିଲା, ଯେଉଁଥିପାଇଁ ହିମେଶ୍‌ ଏମିତି ପ୍ରତିକ୍ରିୟା ଦେଇଛନ୍ତି।

ନିକଟରେ ମୁମ୍ବାଇରେ ଏକ ଇଭେଣ୍ଟ୍‌ରେ ଲାଇଭ୍‌ ପର୍‌ଫର୍‌ମାନ୍ସ ପାଇଁ ହିମେଶ ସେଠାରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁସାରେ, ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନେ ହିମେଶଙ୍କୁ ରାନୁଙ୍କ ଉପରେ କିଛି ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ହିମେଶ କହିଥିଲେ- ‘ମୁଁ ତାଙ୍କ ମ୍ୟାନେଜର୍‌ ନୁହେଁ, ଯାହା ଆପଣ ତାଙ୍କ କଥା ମୋତେ ପଚାରୁଛନ୍ତି। ଇଣ୍ଡଷ୍ଟ୍ରିରେ ମୁଁ କେବଳ ରାନୁଙ୍କୁ ବ୍ରେକ୍‌ ଦେଇ ନାହିଁ, ବରଂ ଆହୁରି ଅନେକ ଷ୍ଟାର୍‌ସ୍‌ଙ୍କୁ ଦେଇଛି। ’

ଏସବୁ ପରେ ମଧ୍ୟ ହିମେଶ, ରାନୁଙ୍କୁ ପ୍ରଶଂସା କରିଥିଲେ। ଆଗାମୀ କେଉଁ ପ୍ରୋଜେକ୍ଟରେ ରାନୁଙ୍କୁ ସେ ସୁଯୋଗ ଦେବେବୋଲି ଏକ ପ୍ରଶ୍ନରେ ହିମେଶ ଉତ୍ତର ରଖିଥିଲେ। ସେ କହିଥିଲେ, ‘ସେ(ରାନୁ) ବହୁତ ଭଲ ଗୀତ ଗାଉଛନ୍ତି। ରାନୁଙ୍କୁ ଇଣ୍ଡଷ୍ଟ୍ରିରେ କିଭଳି କାମ ମିଳିବ ସେନେଇ ମୁଁ ଅନ୍ୟ ମ୍ୟୁଜିକ୍‌ ଡାଇରେକ୍ଟର୍ସ ଓ ପ୍ରଡ୍ୟୁସର୍‌ଙ୍କ ସହ କଥା ହେବି।’

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like