କରୋନାରେ ଆକ୍ରାନ୍ତ ହେଲେ ହର୍ଷ: କହିଲେ, ଭଲପାଇବା ପଠାଅ

ମୁମ୍ବାଇ: ବଲିଉଡ ଅଭିନେତା ତଥା ସନମ୍‌ ତେରି କସମ୍‌ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା  ହର୍ଷବର୍ଦ୍ଧନ ରାଣେ କରନୋରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ  ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। କୋଭିଡ୍‌ ନେଇ ହର୍ଷ ଟ୍ୱିଟ୍‌ କରି ଜଣାଇଥିଲେ।

ଟ୍ୱିଟ୍‌ରେ ହର୍ଷ ଲେଖିଛନ୍ତି, କିଛିଦିନ ହେବ ତାଙ୍କର ଜ୍ୱର ଓ ପେଟରେ ଯନ୍ତ୍ରଣା ହେଉଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କରୋନା ପରୀକ୍ଷା ପାଇଁ କହିଥିଲେ। କରୋନା ପରୀକ୍ଷା କରିବା ପରେ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଥିଲା। ଆରୋଗ୍ୟ ସେତୁ ଆପ ଅନୁସାରେ ବର୍ତ୍ତମାନ ସେ କରୋନା ସଂକ୍ରମିତ ଥିବାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତାଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ହେବ। ହର୍ଷ ଆହୁରି କହିଛନ୍ତି ତାଙ୍କ ପ୍ରଶଂସକଙ୍କ ପାଇଁ ସେ କିଛି ସରପ୍ରାଇଜ୍‌ ରଖିଛନ୍ତି। ସେ ପ୍ରଥମେ ଠିକ୍‌ ହୋଇ ଫେରିବା ପରେ ସେ ବିଷୟରେ ଜଣାଇବେ।

ହର୍ଷ ତାଙ୍କୁ ହ୍ୱାଟସ୍‌ ୟୁନିଭରସିଟିରୁ କରୋନା ପ୍ରତିକାର ଟିପ୍ସ ନପଠାଇବାକୁ ଅନୁରୋଧ କରିଛନ୍ତି। ହର୍ଷ କହିଛନ୍ତି ଯଦି କିଛି ପଠାଇବାର ଅଛି ତ ଭଲ ପାଇବା ପଠାଅ।

ତେବେ ହର୍ଷ ଜଲ୍‌ଦି ସୁସ୍ଥ ହୋଇଯାଆନ୍ତୁ ବୋଲି ସୋନୁ ସୁଦ୍‌ ଟ୍ୱିଟ୍‌ କରି କହିଛନ୍ତି।

 

ଆହୁରି ପଢ଼ନ୍ତୁ

ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ…

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

You might also like