କରୋନା ସହାୟତା ପାଇଁ ନିଜ ବାଇକ୍ ବିକିବେ ହର୍ଷବର୍ଦ୍ଧନ

ମୁମ୍ବାଇ: ଦେଶରେ କୋଭିଡ-୧୯ କାରଣରୁ ପରିସ୍ଥିତି ଏତେ ଅନିୟନ୍ତ୍ରିତ ହୋଇଯାଇଛି ଯେ ବର୍ତ୍ତମାନ ସମସ୍ତେ ନିଜ ନିଜ ଉପାୟରେ କିଛି ନା କିଛି ସହଯୋଗର ହାତ ବଢେବାକୁ ଚାହୁଁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ବିରୋଧରେ ଯୁଦ୍ଧରେ ମଧ୍ୟ ଲୋକେ ସହଯୋଗ କରୁଛନ୍ତି। ବଲିଉଡ ଜଗତ ମଧ୍ୟ ଏହି ସହଯୋଗରେ ଅଂଶଗ୍ରହଣ କରିଛି। ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ କ୍ଷମତା ଅନୁସାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ଏହି ତାଲିକାରେ ହର୍ଷବର୍ଦ୍ଧନ ରାଣେଙ୍କ ନାମ ମଧ୍ୟ ଯୋଡାଯାଇଛି।

ଅକ୍ସିଜେନ୍ କଣ୍ଟେନର କିଣିବା ପାଇଁ ଅଭିନେତା ହର୍ଷବର୍ଦ୍ଧନ ରାଣେ ତାଙ୍କ ପ୍ରିୟ ବାଇକ୍ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏ ବିଷୟରେ ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ମୁଁ ମୋ ବାଇକକୁ ଅକ୍ସିଜେନ୍ କଣ୍ଟେନର ବଦଳରେ ଦେଉଛି ଯାହା ଅଭାବୀମାନଙ୍କ ପାଇଁ ହେବ। ହାଇଦ୍ରାବାଦରେ ଭଲ କଣ୍ଟ୍ରାକ୍ଟର ଖୋଜିବାରେ ମୋତେ ସାହାଯ୍ୟ କରନ୍ତୁ।” ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ନିଜ ସୋନିଆଲ ମିଡିଆ ପେଜକୁ ଲୋକମାନଙ୍କ ସାହାଯ୍ୟ ପାଇଁ ଲଗେଇଛନ୍ତି।

ହର୍ଷବର୍ଦ୍ଧନ ସିନେମା ଜଗତ କଥା ଆଦି ଆଲୋଚନା କରିବା ତେବେ ସେ ‘ସନମ ତେରୀ କସମ’ ଓ ‘ପଲଟନ’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ବେଜାଁୟ ନମ୍ବିଅରଙ୍କ ‘ତୈଶ’ରେ ଦେଖିବାକୁ ମିଳିଥିଲା। ଏହା ଜି୫ ରେ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଭାବରେ ମୁକ୍ତିଲାଭ କରିଥିଲା।

 

ଏହି ଘଡ଼ିସନ୍ଧୀ ମୁହୂର୍ତ୍ତରେ କୋକିଳ କଣ୍ଠି ଲତା ମଙ୍ଗେଶକର ବି ସାହାଯ୍ୟର ହାତ ବଢେଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସାତ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି। ଦେଶରେ କରୋନା କାରଣରୁ ଦିଲ୍ଲୀ ଓ ମହାରାଷ୍ଟ୍ରର ଅବସ୍ଥା ସାଙ୍ଘାତିକ ହୋଇଛି। ମହାରାଷ୍ଟ୍ରର କରୋନାକୁ ମୁକାବିଲା କରିବା ପାଇଁ ଲତା ମଙ୍ଗେଶକରଙ୍କ ସାତ ଲକ୍ଷ ଟଙ୍କା ସହାୟତା ଏକ ପ୍ରଶଂସନୀୟ ପଦକ୍ଷେପ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଏମ୍ ଅଫିସ୍ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ଏହି ସ୍ୱତନ୍ତ୍ର ପାଣ୍ଠି ପାଇଁ ଭରତ ରତ୍ନ ଲତା ମଙ୍ଗେଶକର ସାମାଜିକ ଦାୟିତ୍ଵ ତୁଲାଇବାରେ ସାହାଯ୍ୟ କରିଛନ୍ତି। ଏଠାରେ କହିରଖୁ ଯେ ଏହି ପାଣ୍ଠିରେ ଯୋଗଦାନ କରି ମହାରାଷ୍ଟ୍ରର ଲୋକମାନେ କରୋନା ବିରୋଧରେ ଲଢେଇରେ ଯୋଗ ଦେଇପାରିବେ।

ବଲିଉଡ ଶିଳ୍ପ କରୋନା ବିରୋଧରେ ଯୁଦ୍ଧରେ ଏକ ହୋଇଥିବା ବେଳେ ଅଭିନେତା ସୋନୁ ସୁଦ, ଭୁମି ପେଡନେକର, ସଲମାନ ଖାନ, ରବିନା ଟଣ୍ଡନ, ଅଭିନେତା ଗୁରୁମିତ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ଭିନୀତ ସିଂ ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ଅନେକ ତାରକା କରୋନା ବିପକ୍ଷରେ ବାହାରିଛନ୍ତି। ଆର୍ଥିକ ସହାୟତା ବ୍ୟତୀତ ବଲିଉଡ ତାରକାମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଂକ୍ରମଣ ବିରୁଦ୍ଧରେ ସଚେତନ ମଧ୍ୟ କରାଉଛନ୍ତି।

You might also like