ସୈଫ-କରୀନାଙ୍କ ଦିୱାଲି ପାର୍ଟିରେ ବଲିଉଡ୍‌ ଷ୍ଟାର: କ୍ୟୁଟ୍‌ ଲାଗୁଥିଲେ ତୈମୁର୍‌

ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିରେ ଦୀପାବଳି ଧୁମ୍‌ଧାମ୍‌ରେ ମନାଉଛନ୍ତି ସେଲିବ୍ରିଟି। ଲାଗୁଛି ଫିଲ୍ମ ଜଗତର ସବୁ ଷ୍ଟାର ଯେମିତି ଫେଷ୍ଟିଭ୍‌ ମୁଡ୍‌ରେ। ଚାରିଆଡ଼େ ଉତ୍ସବର ମାହୋଲ। ଦୀପାବଳିର ଏହି ଖାସ୍‌ ଅବସରରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ମଧ୍ୟ ନିଜ ଘରେ ନିଜ ଫ୍ୟାମିଲି ମେମ୍ବରଙ୍କ ପାଇଁ କରିଥିଲେ ଡିନର ପାର୍ଟି।

କରୀନା ଏବଂ ସୈଫଙ୍କ ଡିନର ପାର୍ଟିରେ ଦେଖିବାକୁ ମିଳିଥିଲେ ସାରା ଅଲି ଖାନ, ଇବ୍ରାହିମ୍ ଅଲି ଖାନ। ପାର୍ଟିରେ ପୁରା ପଟୌଦି ପରିବାରକୁ ଦେଖିବାକୁ ମିଳିଥିଲା।

ଡିନର ପାର୍ଟିରେ ସାରା ଲାଇଟ୍ ବ୍ଲ୍ୟୁ କଲର ସୁଟ୍ ପିନ୍ଧିଥିଲେ। ହେୟାର ଷ୍ଟାଇଲ ସାଙ୍ଗକୁ ଟ୍ରାଡିସ୍‌ନାଲ ମେକ୍‌ ଅପରେ ବହୁତ ସୁନ୍ଦର ଦିଶୁଥିଲେ।

ସମସ୍ତେ ଜାଣନ୍ତି ସାରା ଅଲି ଖାନ ପାପାଙ୍କ ଲାଡ୍‌ଲି। ଏଇ ପାର୍ଟିରେ ମଧ୍ୟ ସାରାଙ୍କୁ ସୈଫଙ୍କ ପାଖେ ପାଖେ ଦେଖିବାକୁ ମିଳିଥିଲା। ପାପା-ବେଟୀଙ୍କ ବଡିଙ୍ଗ ବି ପାର୍ଟିରେ ଦେଖିବାକୁ ମିଳିଥିଲା।

ସୋହା ଅଲି ଖାନ ମଧ୍ୟ ହବି କୁନାଲ ଖେମୁ ଏବଂ ଝିଅ ଇନାୟା ସହ କରୀନା-ସୈଫଙ୍କ ପାର୍ଟିକୁ ଆସିଥିଲେ। ଉଭୟ ମା’-ବେଟୀ (ସୋହା-ଇନାୟା) ଟ୍ରାଡିସ୍‌ନାଲ୍‌ ଗେଟ୍ ଅପ୍‌ରେ ଖୁବ୍‌ ସୁନ୍ଦର ଦିଶୁଥିଲେ।

ତେବେ ସବୁଠାରୁ କ୍ୟୁଟ ଲାଗୁଥିଲେ ତୈମୁର।

You might also like