କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

ମୁମ୍ବାଇ: ୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ରାଶି ରାଶି ଗୀତର ଉପହାର ଦେଇଛନ୍ତି ସେ। ସେ କୋକିଳ କଣ୍ଠୀ, ସ୍ୱର ସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଛନ୍ତି ଭାରତ ରତ୍ନ ଲତା ମଙ୍ଗେସକର। ତାଙ୍କର କଣ୍ଠସ୍ୱର ପାଖରେ ସତେ ଯେମିତି ହାର୍ ମାନିଛି ବୟସ। ଆଜି ଜନ୍ମଦିବସରେ ଲତାଙ୍କୁ ଅନେକ ଅନେକ ଶୁଭେଚ୍ଛା ..

ହିନ୍ଦୁସ୍ତାନୀ ସିନେମାର ଆଓ୍ୱାଜ ବା କଣ୍ଠ ପାଲଟିଛି ଲତା ମଙ୍ଗେସକରଙ୍କର ଆଓ୍ୱାଜ । ସେଥିପାଇଁ ତାଙ୍କୁ କୁହାଯାଏ ଭଏସ୍ ଅଫ୍ ଇଣ୍ଡିଆ। ବଲିଉଡର ମୋଷ୍ଟ୍ ଭର୍ସାଟାଇଲ ସିଙ୍ଗର୍ । ୭ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କର ଦବଦବା ରହିଛି। ମଦନମୋହନଙ୍କ ଠାରୁ ଆରମ୍ଭ କରି ଶଙ୍କର ଜୟକିଶାନଙ୍କ ପର୍ଯ୍ୟନ୍ତ,  ଅନୁ ମଲିକଙ୍କ ଠାରୁ ଏ.ଆର.ରେହମାନ ସମସ୍ତଙ୍କ ପ୍ରିୟ ପାଲଟିଥିଲେ ଲତା ମଙ୍ଗେସକର ।

ଅଲ୍ ଟାଇମ୍ ଫେଭରିଟ୍ (ଏକ୍ ପ୍ୟାର କା ନଗ୍‌ମା‌‌ ହେ) ସେ। ରୋମାଣ୍ଟିକ ହେଉ କି ଦର୍ଦ ଭରା ସଂଗୀତ, ଯାହା ଗାଇ ଦିଅନ୍ତି, ଲୋକଙ୍କୁ ପାଗଳ କରିଦିଅନ୍ତି।  ଆନମନା କରିଦିଅନ୍ତି । ଭଏସ୍ ଅଫ୍ ଦି ମିଲେନିୟମ୍ । ଏ ମେରେ ଓ୍ୱତନ୍ କି ଲୋଗୋଁ….. ଗୀତ ଗାଇ ଲତା କେବଳ ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇ ଦେଇଥିଲେ ତା ନୁହେଁ, ଏ ଗୀତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଆଖିକୁ ବି ଛଳଛଳ କରିପାରିଥିଲା । ଆଜି ବି ଏ ଗୀତ ଶୁଣିଲେ ଦେହ ଶିହରି ଉଠେ ।

ସଂଗୀତ ରାଇଜର ରାଜକୁମାରୀ, ସଂଗୀତ ସାମ୍ରାଜ୍ୟର ସାମ୍ରାଜ୍ଞୀ ଲତା  ଅଜସ୍ର ଭଲପାଇବା ସାଉଁଟିଛନ୍ତି । ଓ୍ୱାହିଦା ରେହମାନଙ୍କ ଠାରୁ ଆରମ୍ଭ କରି କାଲଜଙ୍କ ପର୍ଯ୍ୟନ୍ତ (ମେରେ ଖ୍ୱାବୋଁ ମେ ଜୋ ଆୟେ….. )ଅଭିନେତ୍ରୀଙ୍କ ଆଓ୍ୱାଜ ପାଲଟିଛନ୍ତି ଲତା । ଯାହା ଗାଇଛନ୍ତି ତାହା ଦର୍ଶକଙ୍କ ହୃଦୟକୁ ଛୁଇଁଛି (ଦିଲ୍ ତୋ ପାଗଲ୍ ହେ) । ପ୍ରକୃତରେ ତାଙ୍କ ଗୀତ ଯିଏ ବି ଶୁଣିଛି, ତାର ଦିଲ୍‌କୁ ଛୁଇଁଛି ।ଓଡ଼ଆ ଗୀତ ବି ଅଛୁଆଁ ଯାଇନି ଲତାଙ୍କ କଣ୍ଠରୁ (ଏଇ ଚୁନା ଚୁନା ତାରା ଫୁଲେ ଆଜି) ।

କେବଳ ଭାରତୀୟଙ୍କ ନୁହେଁ, ବିଦେଶରେ ମଧ୍ୟ ଲତାଙ୍କର ଅଜସ୍ର ଫ୍ୟାନ୍ । ଯେଉଁଥିପାଇଁ ସେମାନେ କହନ୍ତି, ଆମ ପାଖେ ସବୁ ଅଛି, ଖାଲି ନାହିଁ କହିଲେ, ତାଜ୍ ଆଉ ଲତାଙ୍କ ଆଓ୍ୱାଜ୍  । ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି ଲତା। ଆଜି ଜନ୍ମଦିନରେ ତାଙ୍କ ପାଇଁ ବିଭିନ୍ନ ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମିତ ଲତା ୪୦ ଦଶକରେ ସଙ୍ଗୀତ ଦୁନିଆରେ ପାଦ ରଖିଥିଲେ। ସେତେବେଳେ ମାତ୍ର ୧୩ ବର୍ଷର ଥିଲେ ସେ। ୧୯୬୯ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ (୧୯୬୯), ଦାଦା ସାହବ ଫାଲ୍‌କେ ପୁରସ୍କାର (୧୯୮୯), ପଦ୍ମ ବିଭୂଷଣ (୧୯୯୯) ଏବଂ ଭାରତ ରତ୍ନ (୨୦୦୧) ସମ୍ମାନରେ ସମ୍ମାନିତ କରିଛନ୍ତି।

ତାଙ୍କ ଜୀବନ ସହ ଯୋଡି ହୋଇ ରହିଛି ଅନେକ କାହାଣୀ। ତେବେ ତାଙ୍କ ଭଉଣୀଙ୍କ ସମ୍ପର୍କକୁ ନେଇ ଘଟିଥିବା ଘଟଣା ଲତାଙ୍କ ଜୀବନର ଏକ ସ୍ମରଣୀୟ ଅନୁଭୂତି।

ଲତା ଯେତେବେଳେ ମାତ୍ର ୧୪ବର୍ଷ ବୟସର।  ହଠାତ ତାଙ୍କ ବାପାଙ୍କର ପରଲୋକ ହୋଇଗଲା। ଲତାଙ୍କ ଉପରେ ଥିଲା ପରିବାରର ଦାୟିତ୍ୱ। ଘରର ବଡ ହୋଇଥିବାରୁ ସେ ମଧ୍ୟ ଏହି ଦାୟିତ୍ୱକୁ ନିଜ ଉପରକୁ ନେଇଥିଲେ ଏବଂ ଠିକ ଭାବେ ନିଭାଇ ଥିଲେ। ହେଲେ ଭଉଣୀ ଆଶା ଯେତେବେଳେ ବଡ ହେଲେ, ଲତା ତାଙ୍କଠାରୁ ମଧ୍ୟ କିଛି ଦାୟିତ୍ୱବୋଧ ଆଶା କରିଥିଲେ। ହେଲ ଆଶା ପିଲାବେଳରୁ ଅନ୍ୟ ପ୍ରକାରର ଥିଲେ। କୌଣସି ପ୍ରକାର କଟକଣା ମଧ୍ୟରେ ବାନ୍ଧି ହୋଇ ରହିବାକୁ ସେ ପସନ୍ଦ କରି ନ ଥିଲେ। ତେଣୁ ସେ ଅନ୍ୟ ରାସ୍ତା ବାଛି ନେଇଥିଲେ।

୧୬ ବର୍ଷ ବୟସରେ ସେ ଗଣପତ ରାଓ ଭୋଁସ୍‌ଲେଙ୍କ ସହ ବିବାହ କରିଥିଲେ। ଗଣପତ ରାଓ ସେତେବେଳେ ୩୧ ବର୍ଷର ଥିଲେ ଏବଂ ସେ ସମୟରେ ସେ ଲତାଙ୍କ ସେକ୍ରେଟେରୀ ଥିଲେ। ଏକ ଇଣ୍ଟରଭ୍ୟୁରେ ନିଜେ ଆଶା କହିଥିଲେ, ଲତା ଏହି ସମ୍ପର୍କକୁ ମଞ୍ଜୁରୀ ଦେଇ ନ ଥିଲେ। ଏହାକୁ ନେଇ ଦୁଇ ଭଉଣୀଙ୍କ ମଧ୍ୟରେ ଦୂରତା ବଢି ଯାଇଥିଲା। ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ନ ଥିଲା।

ଆହୁରି ପଢ଼ନ୍ତୁ

ବାହା ହେଲେ କାଜଲ; ଦୁଲ୍‌ହନ୍‌ ବେଶରେ ଫଟୋ ଶେଆର କରି ଲେଖିଲେ, ଝଡ଼ ପୂର୍ବରୁ…

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

You might also like