୭୮ବର୍ଷରେ ପାଦ ଦେଲେ ବିଗ୍ ବି: ଉଚ୍ଚତା ଓ ଗମ୍ଭୀର କଣ୍ଠ ପାଇଁ ମିଳୁନଥିଲା ଫିଲ୍ମ

ମୁମ୍ବାଇ: ବିଜୁ, ବିଜୟ, ଆନ୍ଥୋନି ଆଉ କେବେ ବାଗବାନର ଆଦର୍ଶ ବାପା ଚରିତ୍ରରେ ସେ ଦମ୍‌ଦାର ଅଭିନୟ କଲେ। ୟୁନିଫର୍ମରେ ଆଂଗ୍ରି ୟଙ୍ଗ ମ୍ୟାନ୍ ହେଲେ, ଡନ୍ ଫିଲ୍ମରେ ପିସ୍ତଲ୍ ଧରିଲେ। ହେମାଙ୍କଠୁ ଆରମ୍ଭ କରି ତବୁ। ରାଜେଶ ଖନ୍ନାଙ୍କଠୁ ଆୟୁଷ୍ମାନ୍ ଖୁରାନାପର୍ଯ୍ୟନ୍ତ ସବୁ ବର୍ଗର କଳାକାରଙ୍କ ସହ ସେ କାମ କରିଛନ୍ତି। ସେଥିପାଇଁ ଦଶନ୍ଧି ଧରି ବଲିଉଡ୍‌ରେ ତାଙ୍କ ରାଜୁତି ଚାଲୁଛି। ଆଉ କେହି ନୁହନ୍ତି ସେ ହେଉଛନ୍ତି ବିଗ୍‌ ଗି ଅମିତାଭ ବଚ୍ଚନ। ଆଜି ତାଙ୍କର ୭୭ତମ ଜନ୍ମଦିନ।

୧୯୪୨ ମସିହା ଆଜିର ଦିନରେ ଉତ୍ତରପ୍ରଦେଶ ଆଲାହାବାଦ୍‌ରେ ଜନ୍ମ ଗ୍ରହଣ କରିଥିଲେ ଅମିତାଭ। ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାରଙ୍କଠୁ ପ୍ରଭାବିତ ହୋଇ ମୁମ୍ବାଇକୁ ଆସିଥିବା ଅମିତାଭଙ୍କୁ କ୍ୟାରିୟର୍ ଆରମ୍ଭରୁ ମିଳିଥିଲା କେବଳ ବିଫଳତା।  ଅତ୍ୟାଧିକ ଲମ୍ବା ଗମ୍ଭୀର କଣ୍ଠ ପାଇଁ ଏକାଧିକ ସଂସ୍ଥା ତାଙ୍କୁ ଖାରଜ କରିଥିଲା। ହେଲେ ୧୯୭୧ ସାତ୍ ହିନ୍ଦୁସ୍ତାନୀରେ ଅମିତାଭ୍‌ଙ୍କ ଆକ୍ଟିଂ ବଲିଉଡ୍‌କୁ ଦେଇଥିଲା ଲମ୍ବେ ରେସ୍ କା ଘୋଡ଼ା।

ବୋଧେ ଅମିତାଭ ହିଁ ବଲିଉଡ୍‌ର ଏକମାତ୍ର ସୁପାର ଷ୍ଟାର୍ ଯିଏ ପାଞ୍ଚ ଦଶଦ୍ଧି ଧରି ପ୍ରାୟ ସବୁ କଳାକାରଙ୍କ ସହ କାମ କରିଛନ୍ତି। ୨୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି। କ୍ୟାରିୟର୍ ୫୦ ବର୍ଷ ପରେ ବି ଅମିତାଭଙ୍କର କାମ ପାଇଁ ଆଜି ବି ସେତିକି ଭଲ ପାଇବା ଅଛି। ଲଭ, ରୋମାନ୍ସ, ଡ୍ୟାନ୍ସ, ଆକ୍ସନ୍, ଷ୍ଟାଇଲ୍ ସବୁଥିରେ ସେ ୟୁଥ୍‌ଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ୭୮ ବର୍ଷରେ ବି ସେ ୟଙ୍ଗ ଆଉ ଡାଇନାମିକ୍ସେଥିପାଇଁ କୁଲିର ଦୁର୍ଘଟଣା ହେଉ କିମ୍ବା ନିକଟରେ କରୋନାରେ ଆକ୍ରାନ୍ତ ହେବା ପରେ ସାରା ଦେଶ ଏକଜୁଟ୍ ହୋଇଥିଲା ଅମିତାଭଙ୍କ ପାଇଁ।

ଆହୁରି ପଢ଼ନ୍ତୁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

You might also like