ଇଣ୍ଟର୍‌ନେଟ୍‌ରେ ଛାଇଗଲାଣି ‘ହାଏ ତୋ ପ୍ରେମର ରଙ୍ଗୋଲି’

ଭୁବନେଶ୍ୱର: ଓଡ଼ିଆ ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ବର୍ତ୍ତମାନ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି। ୟୁଟ୍ୟୁବ୍‌ରେ ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ୧୯ମିଲିୟନ ଦର୍ଶକ ଦେଖି ସାରିଲେଣି। ଗୀତଟିକୁ ଗାଇଛନ୍ତି ବଲିଡ୍‌ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅନେକ ଓଡ଼ିଆ ଫିଲ୍ମ ତଥା ଆଲବମ୍‌ରେ କଣ୍ଠଦାନ କରିଥିବା କଣ୍ଠଶିଳ୍ପୀ ଦୀପ୍ତିରେଖା। ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ, ଗୀତିକାର ହେଉଛନ୍ତି ବସନ୍ତରାଜ୍‌ ସାମଲ, ମେକିଂ ଓ ଏଡିଟିଂ କରିଛନ୍ତି ପାଣ୍ଡବ ପ୍ରଧାନ।

ମ୍ୟୁଜିକ୍‌କୁ ଫିଚରିଂ କରିଛନ୍ତି ଅର୍ଦ୍ଧେନ୍ଦୁ ଓ ତମନ୍ନା। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ଫିଲ୍ମ ‘ବ୍ଲାକ୍‌ମେଲ୍‌’ର ଏହି ସୁନ୍ଦର ରୋମାଣ୍ଟିକ୍‌ ଗୀତଟି ରାଜସ୍ଥାନରେ ସୁଟିଂ କରାଯାଇଛି। ଉଦିତ୍‌ ନାରାୟଣ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି।

 

 

You might also like