ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ମୁମ୍ବାଇବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଜମାନା। ବି-ଟାଉନ୍‌ରେ ସବୁବେଳେ କେଉଁ ନା କେଉଁ ତାରକାଙ୍କ ପିଲାଙ୍କୁ ନେଇ ଚର୍ଚ୍ଚା ହେଉଥାଏ। କାହାର ନୂଆ ଫିଲ୍ମ ରିଲିଜ୍ ହେଉଛି ତ କିଏ ପୁଣି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏବେ ଯେଉଁ ଷ୍ଟାର କିଡ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା।

ନିକଟରେ ଟିନା ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିଛନ୍ତି। ଯାହାର ନାଁ ହେଉଛି ମିଲୋ ନା ତୁମ୍ଏହି ଗୀତଟି ସେ ସିଙ୍ଗର୍ ଗଜେନ୍ଦ୍ର ବର୍ମାଙ୍କ ସହ କରିଛନ୍ତି। ଏ ହେଉଛନ୍ତି ସେହି ଗଜେନ୍ଦ୍ର ବର୍ମା ଯିଏ ନିଜ ତେରା ଘାଟା’ ଗୀତରୁ ଜବରଦସ୍ତ ଲୋକପ୍ରିୟତା ପାଇଥିଲେ।

ନୂଆ ମ୍ୟୁଜିକ ଭିଡିଓରେ ଟିନାଙ୍କ ଜବରଦସ୍ତ ଲୁକ୍‌ରେ ଦର୍ଶକ ଫିଦା ହୋଇଯାଇଛନ୍ତି। ସୋଶାଲ୍‌ ମିଡିଆରେ ସବୁଆଡ଼େ ଖାଲି ଟିନାଙ୍କୁ ନେଇ ଚର୍ଚ୍ଚା। ଏହି ଗୀତଟି ୧୯୭୦ରେ ଆସିଥିବା ଫିଲ୍ମ ହୀର ରାଞ୍ଝାର ଗୀତ ମିଲୋନା ତୁମ୍‌ ତୋ ହମ୍‌ ଘବରାଏ ଗୀତର ରିମିକ୍ସ ଭର୍ସନ୍। ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି।


ଦର୍ଶକ ତାଙ୍କ ଦିୱାନା ହୋଇଯାଇଛନ୍ତି। ଏବେ ଯାଏ ଗୀତଟିକୁ ୟୁଟ୍ୟୁବ୍‌ରେ  ପାଖାପାଖି ୯୦ ଲକ୍ଷ ଲୋକ ଦେଖି ସାରିଲେଣି। ଏହା ବ୍ୟତୀତ ଗୀତର କମେଣ୍ଟ ବକ୍ସରେ ମଧ୍ୟ ଲୋକେ ଟିନାଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।

ଟିନା ସୋଶାଲ୍‌ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ନିଜର ସୁନ୍ଦର ସୁନ୍ଦର ଫଟୋ ଶେୟାର କରନ୍ତି। ଟିନା ନିଜର ନୂଆ ମ୍ୟୁଜିକ୍‌ ଭିଡିଓର ପ୍ରମୋଶନ ପାଇଁ ଟିକ୍‌ଟକ୍‌ରେ ମଧ୍ୟ ଡେବ୍ୟୁ କରିଛନ୍ତି।  ଟିନାଙ୍କ ଫ୍ୟାନଫଲୋଇଂ ଦେଖି ଯଦି ଆମେ ତାଙ୍କୁ ଅପକମିଂ ଷ୍ଟାର୍‌ କହିବା ତେବେ କିଛି ଭୁଲ ହେବନାହିଁ।  

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ମୋହେନା ସିଂହଙ୍କୁ କରୋନା

ୱାଜିଦ୍‌ଙ୍କ ପରେ ତାଙ୍କ ମା’ କରୋନାରେ ପଜିଟିଭ

ଆଜିଠୁ ଦେଖିବାକୁ ମିଳିବ ‘ତରଙ୍ଗ’ ଚ୍ୟାନେଲ୍‌ର ମେଗା ଧାରାବାହିକ

ସାଜିଦ୍‌-ୱାଜିଦ୍‌ ଯୋଡ଼ିର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ବନ୍ଦେ ଉତ୍କଳ ଜନନୀ ଗାଇଲେ ବିଖ୍ୟାତ ଗାୟିକା ଆଶା ଭୋଶଲେ

ବଲିଉଡ୍‌କୁ ପୁଣି ଝଟ୍‌କା: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଯୋଗେସ୍‌ ଗୌର

ପୁଣିଥରେ ଆରମ୍ଭ ହେଲା ସିରିଏଲ୍‌ ଶୁଟିଂ: ଚୁମ୍ବନ ଓ ଅନ୍ୟ ଅନ୍ତରଙ୍ଗ ସିନ୍ ମନା

ପଙ୍ଗପାଳଙ୍କ ଭିଡିଓ ସେୟାର କଲେ ଧର୍ମେନ୍ଦ୍ର, କହିଲେ ସାବଧାନ ରୁହ

ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି

ସାମ୍ନାକୁ ଆସିଲା କିରଣ କୁମାରଙ୍କ ତୃତୀୟ କରୋନା ଟେଷ୍ଟ ରିପୋର୍ଟ

ଆସୁଛି ‘କରୋନା ଭାଇରସ’, ରିଲିଜ୍‌ ହେଲା ଟ୍ରେଲର

ଝୁଲନ୍ତା ଅବସ୍ଥାରେ ମିଳିଲା ‘କ୍ରାଇମ୍‌ ପାଟ୍ରୋଲ୍‌’ ଅଭିନେତ୍ରୀଙ୍କ ମୃତଦେହ

You might also like