ଗୋବିନ୍ଦା, ଆଦିତ୍ୟଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ସଙ୍ଗୀତକାର ଉଦିତ ନାରାୟଣଙ୍କ ପୁଅ ତଥା “ଇଣ୍ଡିଆନ୍ ଆଇଡଲ୍ ୧୨”ର ହୋଷ୍ଟ୍ ଆଦିତ୍ୟ ନାରାୟଣ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଆଦିତ୍ୟଙ୍କ ଅବସ୍ଥା ଭଲ ନ ଥିବା ଜଣାଯାଇଛି। ତେବେ ତାଙ୍କ ସହ କାମ କରୁଥିବା ବିଶାଲ୍ ଡାଡଲାନି, ନେହା କକ୍କର, ହିମେଶ ରେସମିୟାଙ୍କ ଟେଷ୍ଟ କରାଯିବ।

ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାଯାଇଛି। ତେବେ ଆଦିତ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ତାଙ୍କ ବାପା ଉଦିତ କହିଛନ୍ତି। ହସପିଟାଲରୁ ଆଦିତ୍ୟ ବାପାଙ୍କ ପାଖକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଜଣେ‍ଇବାକୁ ଯାଇ ମେସେଜ୍ କରିଛନ୍ତି, “ବାପା, ମୋ ବିଷୟରେ ବ୍ୟସ୍ତ ହୁଅନି। ମୁ ଭଲ ଅଛି। କେବଳ ମୋ ପାଇଁ ପ୍ରାର୍ଥନା କର।” ଏହି କଥା ଉଦିତ କହିଛନ୍ତି।

ଦେଶରେ କୋଭିଡର୍ ଦ୍ୱିତୀୟ ଲହର ବହିବାରେ ଲାଗିଛି। ଏହା ପୂର୍ବାପେକ୍ଷା ଅଧିକ ଘାତକ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ଭିତରେ ୮୯,୧୨୯ ନୂଆ କୋଭିଡ୍ ଆକ୍ରାନ୍ତ ସାମିଲ ହୋଇଛନ୍ତି। ଦେଶର ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ପଞ୍ଜାବ, ଛତିଶଗଡ, ତାମିଲନାଡୁ ଓ ମଧ୍ୟପ୍ରଦେଶ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୧.୪୨ ପ୍ରତିଶତ ସଂକ୍ରମଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

ଗତକାଲି “ଇଣ୍ଡିଆନ୍ ଆଇଡଲ୍ ୧୨” ଏପିସୋଡ୍ ପାଇଁ ଆଦିତ୍ୟଙ୍କ ସ୍ଥାନରେ ଜୟ ଭାନୁଶାଲି ହୋଷ୍ଟିଂ କରିଥିଲେ। ଏହା ଠିକଭାବେ ଜଣାପଡିନି ଯେ ଆଦିତ୍ୟ କେବେ ଷ୍ଟେଜକୁ ଫେରିବେ। କିନ୍ତୁ ଏହା ସ୍ପଷ୍ଟ ଯେ ନିକଟ ୧୦ ଦିନ ମଧ୍ୟରେ କଦାପି ନୁହେଁ। ତେବେ ଆଦିତ୍ୟଙ୍କ ପ୍ରଶଂସକ ତାକୁ ସୋରେ ଦେଖିବା ନେଇ ବ୍ୟାକୁଳ ଅବସ୍ଥାରେ ଅଛନ୍ତି।

ସୂଚନା ମୁତାବକ, ରିତ୍ୱିକ୍ ଧନଜାନି ଆସନ୍ତା ସପ୍ତାହର “ଇଣ୍ଡିଆନ୍ ଆଇଡଲ୍ ୧୨” ‍ଏପିସୋଡ୍ ହୋଷ୍ଟିଂ ଦାୟିତ୍ୱ ନେବେ। ସେ ଅନେକଗୁଡିଏ ରିଏଲିଟି ସୋ’ର ହୋଷ୍ଟିଂ କରିଛନ୍ତି। ସେଥିମଧ୍ୟରେ ରହିଛି- ବେଷ୍ଟ୍ ଡ୍ରାମେବାଜ୍, ନାଚ୍ ବାଲିଏ ୭ ଓ ସୁପର୍ ଡ୍ୟାନ୍ସର୍।

ସେହିପରି ବଲିଉଡର ନମ୍ବର୍ ୱାନ୍ ହୀରୋ ଗୋବିନ୍ଦା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍ କ୍ୱାରାଣ୍ଟାଇନରେ ରହିଛନ୍ତି। ସେ ବର୍ତ୍ତମାନ ମେଡିକାଲ୍ ଗାଇଡାନ୍ସରେ ଥିବା କହିଛନ୍ତି। ଆଜି ସକାଳୁ ସେ ଯେତେବେଳେ ଜାଣିଲେ ତାଙ୍କୁ କରୋନା ପଜିଟିଭ୍ ବୋଲି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ୍ କରିବା ନେ‍ଇ ସେ ସତର୍କ କରିଦେଇଛନ୍ତି।

କୋଭିଡ୍ ମହାମାରୀ ସଂକ୍ରମଣ ମାଡିଚାଲିଥିବାରୁ ଗୋବିନ୍ଦା ବାରମ୍ବାର ନିଜର କୋଭିଡ୍ ଟେଷ୍ଟ୍ କରୁଥିବା କହିବା ସହ ସବୁପ୍ରକାର ପ୍ରତିଷେଧାତ୍ମକ ଉପାୟ ଅବଲମ୍ବନ କରୁଥିବା କହିଛନ୍ତି। କିଛି ସାମାନ୍ୟ ଲକ୍ଷଣରୁ ସେ ଯେତେବେଳେ ଟେଷ୍ଟ୍ କଲେ ପଜିଟିଭ ଆସିଥିବା କହିଛନ୍ତି। ଘରର ଅନ୍ୟ ସମସ୍ତେ ନେଗେଟିଭ୍ ଅଛନ୍ତି। ତେବେ ସେ ସମସ୍ତଙ୍କୁ କରୋନା ଗାଇଡ୍ ଲାଇନ୍ ମାନିବାକୁ ଅନୁରୋଧ କରିଛନ୍ତି।

You might also like