ଏୟାରପୋର୍ଟରେ ମେକ୍‌ଅପ୍‌ ନେଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର୍‌ ଆଜିକାଲି ତାଙ୍କ ଫିଲ୍ମକୁ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏତେ ବ୍ୟସ୍ତ ଯେ ତାଙ୍କୁ ଶେଷରେ ଏୟାରପୋର୍ଟରେ ହିଁ ମେକ୍‌ଅପ୍‌ ନେବାକୁ ପଡ଼ିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଏୟାରପୋର୍ଟରେ କରୀନା ମେକ୍‌ଅପ୍‌ ନେଉଛନ୍ତି। ଆପଣ ଭାବୁଥିବେ ଏମିତି କ’ଣ ଜରୁରୀ ପଡ଼ିଲା ଯେଉଁଥିପାଇଁ ତାଙ୍କୁ ଏୟାରପୋର୍ଟରେ ହିଁ ମେକ୍‌ଅପ୍‌ ନେବା ପାଇଁ ପଡ଼ିଲା।

ଘଟଣାଟି ହେଲା ଏମିତି…

କରୀନା ତାଙ୍କ ସମ୍ପର୍କୀୟ ଭାଇ ଅରମାନ୍‌ ଜୈନ୍‌ଙ୍କ ଏକ ପ୍ରି ୱେଡିଂ ପ୍ରୋଗ୍ରାମ ଥିଲା। ଏଥିରେ କରୀନା ଯୋଗ ଦେବାର ଥିଲା। ଫଳରେ ନିଜ ବ୍ୟସ୍ତ ସିଡ୍ୟୁଲରୁ ସମୟ ବାହାର କରି କରୀନା ଏହି ପ୍ରି ୱେଡିଂରେ ଯୋଗ ଦେଇଥିଲେ। ହେଲେ ଏଥିପାଇଁ ତାଙ୍କୁ ଏୟାରପୋର୍ଟରେ ମେକ୍‌ଅପ୍‌ ନେଇ ଯିବାକୁ ପଡ଼ିଥିଲା।

ଭିଡିଓରେ ଦେଖିବାକୁ ମିଳିଛି, ମେକ୍‌ଅପ୍‌ ଆର୍ଟିଷ୍ଟ୍‌ ତାଙ୍କୁ ମେକ୍‌ଅପ୍‌ ଦେଉଛନ୍ତି ଏବଂ ଅନ୍ୟ ଜଣେ ତାଙ୍କର ହେୟାର୍‌ ଷ୍ଟାଇଲ୍‌ କରୁଛନ୍ତି। କରୀନା ଲାଲ୍‌ ରଙ୍ଗର ଶାଲ୍‌ୱାର୍ ସୁଟ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଡ୍ରେସ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି।

କରୀନାଙ୍କ ସମ୍ପର୍କୀୟ ଭାଇ ଅରମାନ୍‌, ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡ୍‌ ଅନୀଷା ମଲ୍‌ହୋତ୍ରାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ଅର୍‌ମନ୍‌ ଓ ଅନୀଷା

ରିଲିଜ୍‌ ହେବାକୁ ଥିବା ‘ଗୁଡ୍‌ ନ୍ୟୁଜ୍‌’ ଫିଲ୍ମରେ କରୀନା, ଅକ୍ଷୟଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୨୭ରେ ରିଲିଜ୍ ହେବ।

You might also like