ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ୭୦ ଓ ୮୦ ଦଶକର ବଲିଉଡ୍‌ର ଖୁବ୍‌ ପରିଚିତ ଚେହେରା ହଜିଗଲା ମରଣପାରିର ଆକାଶରେ। ଦୁଃଖରେ ବଲିଉଡ୍‌ ଜଗତ। ଗତକାଲି ସନ୍ଧ୍ୟାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କକ୍‌ଙ୍କର ପରଲୋକ ହୋଇଛି। ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅଭିନେତ୍ରୀ।

fsgarmhava3

୧୯୭୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗରମ ହାୱା’ରେ ସେ ଆମିନା ଭୂମିକାରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ। ଏମ୍‌ଏସ୍‌ ସଥ୍ୟୁଙ୍କର ଏହି ଫିଲ୍ମଟି ସେତେବଳେ ବେଷ୍ଟ ଫିଚର ଫିଲ୍ମ ଭାବରେ ନ୍ୟାସ୍‌ନାଲ୍‌ ଆୱାର୍ଡ ମଧ୍ୟ ଜିତିଥିଲା। ଏବଂ ଏଥିରେ ଗୀତାଙ୍କୁ ତାଙ୍କ ରୋଲ୍ ପାଇଁ ସମ୍ମାନୀତ କରାଯାଇଥିଲା।

20171105_152527

୧୯୭୨ ମସିହାରେ ଜିତେନ୍ଦ୍ର ଓ ଜୟା ଭାଦୁରୀ ଷ୍ଟାରକାଷ୍ଟ ଥିବା ଗୁଲୁଜାରଙ୍କ ଫିଲ୍ମ ‘ପରିଚୟ’ରେ ଅଭିନୟ କରି ବଲିଉଡରେ ପ୍ରବେଶ କରିଥିଲେ ଗୀତା। ବାସ୍ ଏହାପରେ ତାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା। ସେ ଗୋଟିଏ ପରେ ଗୋଟିଏ ସପୁର ହିଟ୍‌ ଫିଲ୍ମର ଅଭିନୟ କରି  ୭୦ ଓ ୮୦ ଦଶକରେ ବଲିଉଡ୍‌ ଜଗତର ଏକ ବେଶ୍‌ ପରିଚିତ ଚେହାରା ହୋଇପାରିଥିଲେ ସେ।

Image result for Gita Siddharth Kak

ତାଙ୍କ ଅଭିନିତ ଫିଲ୍ମଗୁଡ଼ିକ ହେଲା- ସୋଲେ, ତ୍ରିଶୁଲ , ଡିସ୍‌କୋ ଡ୍ୟାନ୍ସର, ରାମ ତେରା ଗଙ୍ଗା ମୈଲି, ନୁରୀ, ଦେଶ ପ୍ରେମ, ଡ୍ୟାନ୍ସ ଡ୍ୟାନ୍ସ, କସମ ପୈଦା କରନେ ୱାଲେ କି,  ସୌକୀନ, ଅର୍ଥ, ମନ୍ଦୀ, ଏକ ଚାଦର ମୈଲୀ ସି, ଗମନ ଏବଂ ଦୁସରା ଆଦମୀ ଭଳି ଅନେକ ସୁପର ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଗୀତା ସିଦ୍ଧାର୍ଥ। କେବଳ ଅଭିନୟ ନୁହେଁ ସେ ଟିଭି ଶୋ’ରେ କଳା ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

Image result for Gita Siddharth Kak

ଗୀତା ଟେଲିଭିଜନ ହୋଷ୍ଟ ପ୍ରଡ୍ୟୁସର ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ସିଦ୍ଧାର୍ଥ କକ୍‌ଙ୍କୁ ବିବାହ କରିଥିଲେ। ଯାହାଙ୍କ ଲୋକପ୍ରିୟ ଡିଭି କଲ୍‌ଚର୍ ମଗାଜିନ୍‌ ‘ସୁରଭୀ’ ୧୯୯୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହେଉଥିଲା। ଗୀତା ଏଥିରେ କଳା ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ତେବେ ଅଭିନୟ ଜଗତକୁ ଛାଡ଼ିଦେଲେ ଗୀତା ସମାଜ ସେବା ମଧ୍ୟ କରୁଥିଲେ।

 

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like