ପରଦାକୁ ଆସିବ ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା

ବାଲେଶ୍ୱର : ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଭାଇ’ ।

ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ ଓ ସଫଳ କାହାଣୀ ଉପରେ ଏହି ଫିଲ୍ମ ତିଆରି ହେବ। ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଲକ୍ଷ୍ମଣଖୁଣ୍ଟାରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି।

ତାପସ୍ ସରଗରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି  ମିହିରଦାସ, ଅଭିନେତ୍ରୀ ଶିବାନୀ ଓ କମେଡିଆନ୍ ତ୍ରିଭୂବନ ପଣ୍ଡାଙ୍କ ଭଳି ବହୁ ଅଭିଜ୍ଞ କଳାକାର।

You might also like