‘ଥ୍ରୀଲର୍‌’ର ଟ୍ରେଲରକୁ ନେଇ ଥାନାରେ ଏତଲା

ନବରଙ୍ଗପୁର: ରାମ ଗୋପାଳ ବର୍ମାଙ୍କ ନିିର୍ଦ୍ଦେଶିତ ଫିଲ୍ମ ‘ଥ୍ରୀଲର୍’ର ଟ୍ରେଲରକୁ ନେଇ ନବରଙ୍ଗପୁର ହିନ୍ଦୁ ଏକତା ବାହିନୀ ପକ୍ଷରୁ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି।

୨ ମିନିଟ ୩୬ ସେକେଣ୍ଡର ଏହି ଟ୍ରେଲରରେ ଅଶ୍ଲୀଳ ଭିଡିଓ ସମୟରେ ହିନ୍ଦୁୁ ଦେବାଦେବୀଙ୍କ ନାମକୁ ବ୍ୟବହାର କରାଯାଇଥିବାରୁ ଏଭଳି ଏତଲା ଦିଆଯାଇଥିବା ନେଇ ହିନ୍ଦୁ ଏକତା ବାହିନୀ କର୍ମକର୍ତ୍ତା କହିଛନ୍ତି।

ଫିଲ୍ମର ଟ୍ରେଲରରେ ହିନ୍ଦୁ ଭଗବାନ ରାମଚନ୍ଦ୍ର, ଶିବ ଓ କୃଷ୍ଣଙ୍କ ନାମକୁ ଅଶ୍ଲୀଳ ସିନ୍ ବେଳେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

You might also like