• translate
Minati Mishra

ଗୁଆହାଟୀ: ବାଜି ମାରିନେଲା ଫିଲ୍ମ ‘ଗଲି ବୟ’। ପୋଛି ନେଲା ସବୁ ଆୱାର୍ଡ।  ଏକାଥରକେ ପାଇଛି ୧୦ଟି ପୁରସ୍କାର। ‘ଗଲି ବୟ’କୁ ୬୫ତମ ଆମାଜନ୍ ଫିଲ୍ମଫେୟାର ଆୱାର୍ଡ ଉତ୍ସବରେ ମିଳିଛି ଏହି ୧୦ଟି ପୁରସ୍କାର।  ଗତକାଲି ଆସାମର ଗୁଆହାଟୀରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମକୁ ମିଳିଛି ‘ଶ୍ରେଷ୍ଠ ଫିଲ୍ମ’  ପୁରସ୍କାର। ଏଥିସହିତ ‘ଶ୍ରେଷ୍ଠ ନିର୍ଦ୍ଦେଶକ’, ‘ଶ୍ରେଷ୍ଠ ଅଭିନେତା’, ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ଶ୍ରେଷ୍ଠ ସହ ଅଭିନେତା’, ‘ଶ୍ରେଷ୍ଠ ସହ ଅଭିନେତ୍ରୀ’ ‘ଶ୍ରେଷ୍ଠ ଗୀତିକାର’, ‘ଶ୍ରେଷ୍ଠ ଚିତ୍ରନାଟ୍ୟ’, ‘ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌’ ଓ ‘ଶ୍ରେଷ୍ଠ ସଂଳାପ’ ପୁରସ୍କାର ବି ହାତେଇ ନେଇଛି ଏହି ଫିଲ୍ମ।

ଗତକାଲି ଗୁଆହାଣିର ଇନ୍ଦିରାଗାନ୍ଧି ଷ୍ଟାଡିୟମରେ ଏହି ସମାରୋହର ଆୟୋଜନ କରାଯାଇଥିଲା। ତାରକାଙ୍କୁ ନେଇ ସଜ୍ଜିତ ଏଇ ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିବା ପାଇଁ ସେଲେବ୍ରିଟିମାନେ ଯେମିତି ଲାଗି ପଡ଼ିଥିଲେ। ଫିଲ୍ମଫେୟାର ମଞ୍ଚ ଉପରେ ଅକ୍ଷୟ କୁମାରଙ୍କଠାରୁ ଆରମ୍ଭ କରି କାର୍ତ୍ତିକ ଆର୍ୟନ ଏବଂ ରଣବୀର ସିଂଙ୍କ ପରି କଳାକାରମାନେ ଜବରଦସ୍ତ ପରଫର୍ମ କରିଥିଲେ। ଅନ୍ୟପକ୍ଷେ ମାଧୁରୀଙ୍କଠାରୁ ଆରମ୍ଭ କରି ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ ତାରକାମାନେ ମଞ୍ଚକୁ ଆହୁରି ଝଲସେଇ ଦେଇଥିଲେ।

ଏହି ଫିଲ୍ମ ପାଇଁ ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି। ସେହିଭଳି ଜୋୟା ଅଖତର ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ‘ଗଲି ବୟ’ର ଗୀତ ‘ଆପ୍‌ନା ଟାଇମ୍‌ ଆୟେଗା’ ପାଇଁ ଡିଭାଇନ୍ ଓ ଅଙ୍କୁର ତିୱାରୀ ‘ଶ୍ରେଷ୍ଠ ଗୀତିକାର’ ଭାବେ ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି।

‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ରୀମା କଗତି ଓ ଜୋୟା ଅଖତର ଏବଂ ‘ଶ୍ରେଷ୍ଠ ସଂଳାପ’ ପାଇଁ ବିଜୟ ମୌର୍ଯ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଛନ୍ତି। ସେହିଭଳି ସିଦ୍ଧାନ୍ତ ଚତୁର୍ବେଦି ଓ ଅମୃତା ସୁଭାଷଙ୍କୁ ଯଥାକ୍ରମେ ଶ୍ରେଷ୍ଠ ସହ ଅଭିନେତା ଓ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ଫିଲ୍ମ ‘Article 15’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିଭଳି ‘ସାଣ୍ଢ କି ଆଁଖ’ ପାଇଁ ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ମିଳିଛି। ସେହିପରି ରମେଶ ସିପ୍ପୀଙ୍କୁ ଫିଲ୍ମଫେୟାର ‘ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି।

ଏଥର ଫିଲ୍ମଫେୟାର ଉତ୍ସବକୁ ହୋଷ୍ଟ୍ କରିଥିଲେ କରଣ ଜୋହର, ଭିକ୍କି କୌଶଲ ଓ ବରୁଣ ଧୱନ। ଆଉ ଏଥିରେ ଲୋକଙ୍କ ମନୋରଞ୍ଜନ କରିଥିଲେ ଅକ୍ଷୟ କୁମାର, ରଣବୀର ସିଂହ, ଆୟୁଷ୍ମାନ ଖୁରାନା ଓ କାର୍ତ୍ତିକ ଆର୍ଯ୍ୟନ।

ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍ସ)
Article 15 (ଅନୁଭବ ସିହ୍ନା)
ସୋଞ୍ଚିରିୟା (ଅଭିଷେକ ଚୌବେ)

ଶ୍ରେଷ୍ଠ ମ୍ୟୁଜିକ୍ ଆଲ୍‌ବମ୍‌
‘ଗଲି ବୟ’ (ଜୋୟା ଅଖତର, ଅଙ୍କୁର ତିୱାରୀ)
କବୀର ସିଂହ (ମିଥୁନ୍‌, ଅମାଲ ମଲ୍ଲିକ, ବିଶାଲ ମିଶ୍ରା, ସଚେତ-ପରମ୍ପରା ଓ ଅଖିଲ ସଚଦେବ)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ
ଆଦିତ୍ୟ ଧର୍ – ‘ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍‌’

ଶ୍ରେଷ୍ଠ ଡେବ୍ୟୁ ଅଭିନେତା
ଅଭିମନ୍ୟୁ ଦସାନି- ମର୍ଦ କୋ ଦର୍ଦ ନହିଁ ହୋତା

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ
ଅନନ୍ୟା ପାଣ୍ଡେ- ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର ୨ ଓ ପତି ପତ୍ନୀ ଔର ୱ

ବେଷ୍ଟ୍ ଅରିଜିନାଲ୍ ଷ୍ଟୋରୀ
‘Article 15’- ଅନୁଭବ ସିହ୍ନା ଓ ଗୌରବ ସୋଲାଙ୍କି

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ
ଅରିଜିତ୍ ସିଂହ- କଲଙ୍କ ନହିଁ (କଲଙ୍କ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା
ଶିଳ୍ପା ରାଓ- ଘୁଙ୍ଗୁରୋ (ୱାର୍)

 

ଏକ୍ସେଲେନ୍ସ ଇନ୍ ସିନେମା
ଗୋବିନ୍ଦା

ଆର୍‌ଡି ବର୍ମନ ଆୱାର୍ଡ ଫର୍ ଅପ୍‌କମିଂ ମ୍ୟୁଜିକ୍ ଟ୍ୟାଲେଣ୍ଟ
ଶାଶ୍ୱତ ସଚଦେବ- ଉରି

 

 

 

 

 

 

 

 

 

 

'65वें ऐमजॉन फिल्मफेयर अवॉर्ड्स 2020@ऑसम असम' की घोषणा शनिवार को हो गई। बॉलिवुड के इस सबसे बड़े अवॉर्ड फंक्शन के मौके पर जहां बॉलिवुड के सितारों ने समां बांध दिया, वहीं जोया अख्‍तर की फिल्‍म 'गली बॉय' छाई रही। यह फिल्‍म 13 कैटेगरीज में नॉमिनेट हुई थी, जिसमें से 10 अवॉर्ड यह अपने नाम कर गई। 'गली बॉय' को बेस्‍ट फिल्‍म का अवॉर्ड मिला जबकि रणवीर‍ सिंह और आलिया भट्ट को इसी फिल्‍म के लिए 'बेस्‍ट ऐक्‍टर इन अ लीडिंग रोल' के पुरस्‍कार से नवाजा गया। गुवाहाटी के इंदिरा गांधी स्टेडियम में समारोह का आयोजन Awesome Assam द्वारा किया गया।

सितारों से सजी इस शाम को रंगीन बनाने में सिलेब्रिटीज ने कोई कसर नहीं छोड़ी। फिल्मफेयर के मंच पर अक्षय कुमार से लेकर कार्तिक आर्यन और रणवीर सिंह जैसे कलाकारों ने जबरदस्‍त परफॉर्मेंस दी, वहीं माधुरी दीक्ष‍ित से लेकर आलिया भट्ट तक की अदाओं ने माहौल में चार चांद लगा दिए।

Other Stories