‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ସିନେମାକୁ ନେଇ ତୁଟୁନି ବିବାଦ

ପୁଣି ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ଆଜି ଏହାର ଶୁଣାଣି ହୋଇପାରେ

ମୁମ୍ବାଇ : ମୁଭି ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ତୁଟୁନି ବିବାଦ। ଦିନକ ପରେ ଅର୍ଥାତ୍ ୧୧ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ପୁଣି ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

ଆଜି ଏହାର ଶୁଣାଣି ହୋଇପାରେ। ଫିଲ୍ମକୁ ବ୍ୟାନ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯାଇଛି।ପୂର୍ବରୁ ମଧ୍ୟ ଦିଲ୍ଲୀର ଜଣେ ଫ୍ୟାଶନ ଡିଜାଇନର ପୂଜା ମହାଜନ ଦିଲ୍ଲୀ ହାଇକୋର୍ଟରେ ରହିତାଦେଶ ଲଗାଇବାକୁ ଆବେଦନ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜନୈତିକ କ୍ୟାରିୟର ଏବଂ ବିଶେଷ କରି ୨୦୦୪-୨୦୧୪ ପର୍ଯ୍ୟନ୍ତ ମନମୋହନ ପ୍ରଧାନମନ୍ତ୍ରୀ ଥିବାବେଳେ ସେତେବେଳର ରାଜନୈତିକ ଘଟଣାବଳୀକୁ ଫିଲ୍ମରେ ଦର୍ଶାଯାଇଛି। ବଲିଉଡ୍‌ର ଭର୍ସାଟାଇଲ ଆକ୍ଟର ଅନୁପମ ଖେର ମନମୋହନ ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି।

 

 

You might also like