‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ୨ଟି ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: କାଇନେଟିକ୍ସ ଆଣ୍ଡ୍‌ ରାଗ ଫିଲ୍ମ ଏବଂ ଦି ନେକେଡ ଆଇ ପ୍ରଯୋଜିତ ଫିଚର୍ ଫିଲ୍ମ ‘କୋକୋଲି-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’କୁ ଅନ୍ତର୍ଜାତୀୟ ସ୍ତରରେ ୨ଟି ସମ୍ମାନ ମିଳିଛି।  ନିକଟରେ ମେକ୍ସିକୋର ‘ବ୍ୟାଚଲର୍‌ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ଏହି ଫିଲ୍ମକୁ ‘ବେଷ୍ଟ ଫିଲ୍ମ କାଟେଗୋରି’ରେ ସମ୍ମାନିତ କରାଯାଇଥିବା ବେଳେ ‘ତୁଲୁମ୍‌ ୱାର୍ଲଡ୍ନ୍‌ ଏନଭାୟର୍ନମେଣ୍ଟ ଫିଲ୍ମ ଫେଷ୍ଟିଭାଲ୍‌’ରେ ଜଳବାୟୁ ପରିବର୍ତ୍ତନ ଉପରେ ୨୦୧୯ରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ‘ବେଷ୍ଟ ଫିଚର୍ ଫିଲ୍ମ’ ଭାବେ ପୁରସ୍କୃତ କରାଯାଇଛି।

‘କୋକୋଲି’-ଫିଶ୍ ଆଉଟ୍‌ ଅଫ୍‌ ୱାଟର୍‌’ ନିର୍ମାଣ କରିଛନ୍ତି ପ୍ରତିଭାଶାଳୀ ଫିଲ୍ମ ନିର୍ଦ୍ଦେଶକ ସ୍ନେହାଶିଷ ଦାସ। ଏହି ଫିଲ୍ମ କୋକଲି ପ୍ରଜାତିର ମାଛ ବିଷୟରେ ନୁହେଁ, ବରଂ ସେହି ନାମରେ ଜଣା ଜଣେ ଝିଅ, ତା’ର ମା’, ପ୍ରେମିକ, ପରିବାର ଓ ପରିବେଶ ସନ୍ତୁଳନ ସମସ୍ୟା ଆଦି ପ୍ରସଙ୍ଗକୁ ଭିତ୍ତି କରି ନିର୍ମିତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥଳଭାଗ ଉପରକୁ ସମୁଦ୍ର ମାଡ଼ି ଆସିବାର ଭୟ ବି ଏଥିରେ ଦେଖିବାକୁ ମିଳିଛି। ଫିଲ୍ମରେ ଜଳକୁ ନେଇ ଜୀବନ ଜୀଉଁଥିବା ନୋଳିଆମାନଙ୍କ ଜୀବନ ଶୈଳୀକୁ ଅତି ପାଖରୁ ଦେଖାଯାଇଛି।  କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ମଧ୍ୟ ବହୁତ ଉଚ୍ଚକୋଟୀର ହୋଇଛି। ତୃପ୍ତି ଦାସଙ୍କ କଣ୍ଠରେ ଗୀତଟି ଶ୍ରୁତିମଧୁର ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଗାର୍ଗୀ ମହାନ୍ତିଙ୍କ ଚମତ୍କାର ଅଭିନୟ ସହିତ ଲିଙ୍କନ ପଟ୍ଟନାୟକ, ଭାସ୍ୱତୀ ବସୁ, ଧରିତ୍ରୀ ଖଣ୍ଡୁଆଳ ଓ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ବେଶ ହୃଦୟସ୍ପର୍ଶୀ ହୋଇଛି। ଫିଲ୍ମର କାହାଣୀ ରଚନା କରିଛନ୍ତି ନିର୍ଦ୍ଦେଶକ ସ୍ନେହାଶିଷ ଦାସ ଏବଂ ପ୍ରଶାନ୍ତ ନାଏକ ଏହାର ସମ୍ପାଦନା କରିଛନ୍ତି।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like