ଆସିଲା ଫିଲ୍ମ ‘କେଶରୀ’ର ଟ୍ରେଲର୍

ମୁମ୍ବାଇ: ବହୁଚର୍ଚ୍ଚିତ କେଶରୀ ଫିଲ୍ମର ଟ୍ରେଲର୍ ରିଲିଜ୍‌ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଶିଖ୍ ଓ ଆଫ୍‌ଗାନମାନଙ୍କ ଯୁଦ୍ଧ ଉପରେ ପର୍ଯ୍ୟବସିତ। ସରାଗ୍ରହୀ ଯୁଦ୍ଧରେ ମାତ୍ର ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍‌ଗାନଙ୍କ ସହିତ ଯୁଦ୍ଧ କରିଥିଲେ।

କିପରି ଶିଖ୍‌ମାନେନେ ଆଫ୍‌ଗାନ୍‌ଙ୍କୁ ମୁକାବିଲା କରିଥିଲେ ତାହା ଟ୍ରେଲର୍‌ଲେ ଦେଖାଯାଇଛି। ଖଣ୍ଡା ଚାଳନାରେ ଅପୂର୍ବ ରଣକୌଶଳ ଏଥିରେ ପ୍ରଦର୍ଶିତ ହୋଇଛି। ତା’ ଛଡ଼ା ସଂଳାପ ମଧ୍ୟ ଲୋକଙ୍କୁ ଭଲ ଲାଗିଛି।

କେଶରୀ ରଙ୍ଗର ପଗଡ଼ି ପିନ୍ଧିଥିବା ଶିଖ୍‌ମାନେ ନିଜ ଜୀବନକୁ ବାଜି ଲଗାଇ ଆଫ୍‌ଗାନଙ୍କ ସହିତ ଲଢ଼େଇ କରିଥିଲେ। ୧୮୯୭ରେ ବ୍ରିଟିଶ୍ ଇଣ୍ଡିଆର ଶିଖ୍ ରେଜିମେଣ୍ଟ ଓ ଆଫ୍‌ଗାନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା।  କେଶରୀ ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ହୋଲି ଅବସରରେ ମୁକ୍ତିଲାଭ କରିବ।

ସୌଜନ୍ୟ- ୟୁଟ୍ୟୁବ୍

 

You might also like