ରିଲିଜ୍ ହେଲା ଫିଲ୍ମ ‘2.0’ର ଟ୍ରେଲର

ଚେନ୍ନାଇ : ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘2.0’ର ଟ୍ରେଲର । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଅାସିବେ ଅକ୍ଷୟ କୁମାର୍ ଓ ରଜନୀକାନ୍ତ । ଅାଜି ଚେନ୍ନାଇରେ ଫିଲ୍ମର ସମସ୍ତ କ୍ରିଉଙ୍କ ଉପସ୍ଥିତିରେ ରିଲିଜ୍ ହୋଇଛି ଫିଲ୍ମର ଟ୍ରେଲର ।

୨୦୧୦ ବ୍ଲକ୍‌ ବଷ୍ଟର୍ ମୁଭି ରୋବଟ୍‌ର ସିକ୍ୱେଲ୍ ହେଉଛି ‘2.0’ । ଯେଉଁଥିରେ ବୈଜ୍ଞାନିକ ଭୂମିକାରେ ନଜର ଅାସିବେ ରଜନୀ । ତେବେ ଭିଲିଏନ୍ ଅବତାରରେ ଦେଖାଯିବେ ଖିଲାଡି କୁମାର । ଜିଅାଣ୍ଟ ଲୁକ୍‌ରେ ଅକ୍ଷୟଙ୍କ ଫାଇଟ୍ ସିନ୍ ବେସ୍ ଚିତାକର୍ଷକ ହୋଇଛି।

ହେଲେ ପୂର୍ବ ପାର୍ଟରେ ଥିବା ରୋବଟ୍ ଚିଟି ଏହି ଫିଲ୍ମରେ ବି ନଜର ଅାସିବେ। ଫୁଲ୍ ଅଫ୍ ଅାକ୍ସନ୍, ଫାଇଟ୍, ୟୁନିକ୍ ଡାଇଲଗ୍‌ ଏବଂ ତା ସାଙ୍ଗକୁ ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିପାରିବେ ଦର୍ଶକ। ଚଳିତ ମାସ ୨୯ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ ଏବଂ ଇରାଜୀରେ ରିଲିଜ୍ ହେବ ଫିଲ୍ମ।

You might also like
Comments
Loading...