ତାପସୀ ପନ୍ନୁ ହେଲେ ଫିଲ୍ମ ଫେୟାର୍ ଆୱାର୍ଡ ବିଜୟିନୀ

ନୂଆଦିଲ୍ଲୀ: ଏବେ ତାପସୀ ପନ୍ନୁଙ୍କ ମନ ଆକାଶରେ ଉଡୁଛି। କାରଣ ସେ ଫିଲ୍ମ ଫେୟାର୍ ଆୱାର୍ଡର ବିଜୟିନୀ ହୋ‍ଇଛନ୍ତି। ଗଲା ବର୍ଷ ମୁକ୍ତିଲାଭ କରିଥିବା “ଥାପ୍ପଡ୍” ରେ ତାଙ୍କର ଅମ୍ରିତା ଚରିତ୍ର ପାଇଁ ତାଙ୍କୁ ଏହି ଆୱାର୍ଡ ମିଳିଛି। ଏନେଇ ସେ ବେଶ ଖୁସୀ ଥିବା ସହ ନିଜକୁ ନିଜେ ଗର୍ବିତ ମନେକରୁଛନ୍ତି। ଏହି ଅବସରରେ ତାପସୀ କୁହନ୍ତି ଯେ ଏହି ଆୱାର୍ଡ ପାଇଁ ସେ ମନୋନୀତ ହେବା ପରଠାରୁ ତାଙ୍କ ମନରେ ଅନେକ କିଛି ଚାଲୁଥିଲା। ଚଳିତ ବର୍ଷ ନାମାଙ୍କିତ ତାଲିକା ଦେଖି ସେ ବିସ୍ମିତ ହୋ‍ଇଥିବା କହିଛନ୍ତି। ଯେଉଁ ଅଭିନେତ୍ରୀମାନେ ଏହି ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ସମସ୍ତଙ୍କ ଭୂମିକା ନାରୀକୈନ୍ଦ୍ରିକ ସିନେମା ଉପରେ ପର୍ଯ୍ୟବେଶିତ ଥିଲା। କିନ୍ତୁ ସେ ଏହା ଦେଖି ଖୁସୀ ହୋ‍ଇଯା‍ଇଥିଲେ ଯେ ପୁରୁଷକୈନ୍ଦ୍ରିକ ସିନେମା ଉପରେ ପର୍ଯ୍ୟବେଶିତ କିଛି ଦୃଶ୍ୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ସାମିଲ କରାଯାଇଥିବାରୁ।

ଏହି ଦୌଡରେ ଯେଉଁ ଅଭିନେତ୍ରୀମାନେ ଥିଲେ ସେମାନେ ହେଲେ “ଛପକ୍” ପାଇଁ ଦୀପିକା ପାଦୁକନ୍, “ସକୁନ୍ତଳା ଦେବୀ” ପାଇଁ ବିଦ୍ୟା ବାଲନ୍, “ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍ ଗଲ୍” ପାଇଁ ଜାହ୍ନବୀ କପୁର ଓ “ପଙ୍ଗା” ପାଇଁ କଙ୍ଗନା ରାଣାୱତ୍‌। ଏହି ଆୱାର୍ଡକୁ ନେଇ ତାପସୀ କୁହନ୍ତି ଯେ “ଥାପ୍ପଡ୍” ମୁକ୍ତିଲାଭ କରିବା ପରଠାରୁ ସେ ତାଙ୍କର ଶହ ଶହ ଶୁଭେଚ୍ଛୁଙ୍କ ଠାରୁ ଚିଠି, କବିତା, ମେସେଜ ମାଧ୍ୟମରେ ପୁରସ୍କୃତ ହେଉଛନ୍ତି। ଏହା ଦ୍ୱାରା ସେ ଦର୍ଶକମାନଙ୍କ ହୃଦୟରେ ଘର କରିସାରିଥିବା କହିବା ସହ ଏହି ଆୱାର୍ଡ ତାଙ୍କ ପାଇଁ ସର୍ବଶ୍ରେଷ୍ଟ ନୁହେଁ ବୋଲି କହିଛନ୍ତି।

ନୂଆଦିଲ୍ଲୀରେ ଜନ୍ମିତ ତାପସୀ ମାତାଜୀ ଜୟ କୌର୍ ପବ୍ଲିକ୍ ସ୍କୁଲରୁ ପାଠ ପଢା ସାରି ଗୁରୁ ତେଘ୍ ବାହାଦୂର ଇନଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର୍ ସାଇନ୍ସରେ ଗ୍ରାଜୁଏସନ୍ ଶେଷ ପରେ ସଫ୍ଟୱାର୍ ‍ଇଂଜିନିୟର୍ ଭାବେ କାମ କରୁଥିଲେ। ପରେ ସେ ମଡେଲିଂ ଜଗତରେ ପାଦ ଥୋଇଥିଲେ। ଏନେଇ ସେ ଅନେକ ସମ୍ମାନର ଅଧିକାରିଣୀ ମଧ୍ୟ ହୋଇଛନ୍ତି। କିଛି ଦିନ ଏହି କ୍ଷେତ୍ରରେ ତାପସୀ ନିଜକୁ ଅବସ୍ଥାପିତ କଲା ପରେ ମୁହଁ ଆଡେଇନେଲେ। ତାଙ୍କୁ ଏ ଦିଗରେ ଯଥେଷ୍ଠ ସମ୍ମାନ ମିଳିଲା ନାହିଁ ବୋଲି ସେ କୁହନ୍ତି। ଏହା ପରେ ସେ ସିନେମାକୁ ନିଜର କ୍ୟାରିୟର୍ ଭାବେ ବାଛିନେଲେ। ତାଙ୍କର ପ୍ରଥମ ତେଲୁଗୁ ସିନେମା “ଝୁମାନ୍ଦି ନାଦମ୍” ଥିବା ବେଳେ ପ୍ରଥମ ହିନ୍ଦି ସିନେମା ଭାବେ “ଚଷମୀ ବାଦ୍ଧୁର୍” ରହିଛି।

You might also like