ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଇଲେ ବିରୁଷ୍କା
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ଦେଲେ ବିରୁଷ୍କା। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତକାଲି ଏକ ଭିଡିଓ ମାଧ୍ୟମରେ କୋଭିଡ-୧୯ ମହାମାରୀ ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି।
ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓରେ କୋହଲି ଏବଂ ଅନୁଷ୍କା ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଦୁହେଁ କହିଛନ୍ତି , ବର୍ତ୍ତମାନ ସମୟ ହେଉଛି ସରକାରଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ଏବଂ ପାଳନ କରିବା। ଘରେ ରହି ସୁରକ୍ଷିତ ଓ ସୁସ୍ଥ ଜୀବନ ବିତାଇବା। ଅଲଗା ରହିବାକୁ ମଧ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ସେମାନଙ୍କ ଘରେ ରହିବାକୁ ନିବେଦନ କରିଥିଲେ।
The need of the hour is to absolutely respect and follow the government’s directive. Stay home. Stay safe. Stay healthy. 🙏🏻 https://t.co/p1NDo0E9YL
— Virat Kohli (@imVkohli) March 20, 2020
କୋହଲି କହିଛନ୍ତି ଯେ ଆମେ ସମସ୍ତେ ଜାଣିଛୁ, ଏହା ଅତ୍ୟନ୍ତ କଷ୍ଟକର ସମୟ। ଏହି କରୋନା ଭାଇରସକୁ ଆମେ ସମସ୍ତେ ମିଳିମିଶି ବ୍ୟାପିବାରୁ ରୋକିପାରିବା। ସେ କହିଛନ୍ତି ଯେ ଆମେ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଘରେ ରହିବା ଆବଶ୍ୟକ।
ଅନୁଷ୍କା କହିଛନ୍ତି, ଘରେ ରୁହ ଏବଂ ସୁସ୍ଥ ରୁହ। ପ୍ରଧାନମନ୍ତ୍ରୀ ୨୨ ମାର୍ଚ୍ଚରେ କହିଛନ୍ତି ଯେ ‘ଜନତା କର୍ଫ୍ୟୁ’ ପାଇଁ ନିବେଦନ କରି ଲୋକଙ୍କୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନଯିବାକୁ ଅନୁରୋଧ କରିଛନ୍ତି।