ଅଡ଼ୁଆରେ ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ
ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ୍ର ଆର୍ଥିକ ଅପରାଧ ଶାଖା(EOW) ଏକ ମାମଲା ରୁଜୁ କରିଛି। ଜାତୀୟ ଗଣମାଧ୍ୟମ Aaj Takର ଏକ ରିପୋର୍ଟ ଅନୁସାରେ, ଦିଲ୍ଲୀ ପୋଲିସ୍ର ସୂଚନା ଅନୁଯାୟୀ, ପାଖାପାଖି ୪ କୋଟି ଟଙ୍କା ଠକେଇ ଅଭିଯୋଗ ଆସିବା ପରେ ସପନା ଚୌଧୁରୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
View this post on Instagram
EOW ଅଧିକାରୀଙ୍କ ସୂଚନା ଅନୁଯାୟୀ, ସପନା ଚୌଧୁରୀ ଷ୍ଟେଜ୍ ଡ୍ୟାନ୍ସ ଶୋ’ ଓ ଗୀତ ଗାଇବା ପାଇଁ କିଛି କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହା ବଦଳରେ ସେ ମୋଟା ଅଙ୍କର ଆଡଭାନ୍ସ ଟଙ୍କା ମଧ୍ୟ ନେଇଥିଲେ। ହେଲେ ଷ୍ଟେଜ୍ ଶୋ’ରେ ସେ ଭାଗ ନେଇନଥିଲେ। ଅଭିଯୋଗ ଆହୁରି ମଧ୍ୟ ଆସିଛି ଯେ,ସପନା ଲୋନ୍ ନାଁରେ ଏହି ଆଡଭାନ୍ସ ଟଙ୍କା ନେଇଥିଲେ। ଯାହାକୁ ସେ ନା ପରିଶୋଧ କରିଥିଲେ ନା ଷ୍ଟେଜ୍ ଶୋ’ରେ ଭାଗ ନେଇଥିଲେ।
ଏଭଳି ଅଭିଯୋଗ ଆସିବା ପରେ ସପନା ଚୌଧୁରୀ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ FIR ରୁଜୁ ହୋଇଛି।
View this post on Instagram
ପୂର୍ବରୁ ମଧ୍ୟ ଫସିଥିଲେ ସପନା….
ଏହି ଘଟଣା ପୂର୍ବରୁ ମଧ୍ୟ ସପନା ଚୌଧୁରୀ ଅନେକ ଥର ଫସିଥିଲେ। ୨୦୧୯ରେ ସପନାଙ୍କ ଭାଇ ଏକ ଇଭେଣ୍ଟସ୍ ଅର୍ଗାନାଇଜର୍ ବିରୋଧରେ ପୋଲିସ୍ରେ ଅଭିଯୋଗ କରିଥିଲେ। ସପନାଙ୍କୁ ବକେୟା ଟଙ୍କା ଦିଆଯାଇନଥିବା ନେଇ ସେ ପୋଲିସ୍ରେ ଅଭିଯୋଗ କରିଥିଲେ। ସପନାଙ୍କ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଲୁଧିଆନାରେ ଏକ ଶୋ’ ପାଇଁ ଇଭେଣ୍ଟସ୍ ଅର୍ଗାନାଇଜର୍ ୮ ଲକ୍ଷ ଟଙ୍କା ଦେବ ବୋଲି କହିଥିଲା। ହେଲେ ୬ ଲକ୍ଷ ଟଙ୍କା ଦେଇଥିଲେ।
View this post on Instagram