ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

ଟିଭି ଜଗତର ସବୁଠୁ ଲୋକପ୍ରିୟ ସୋ’  ଦିୟା ଔର୍‌ ବାତୀରୁ ଚର୍ଚ୍ଚାରେ ଥିଲେ ୩୮ ବର୍ଷିୟ ଅଭିନେତା ଆନସ୍‌ ରସିଦ୍‌ । କିଛି ବର୍ଷ ପୂର୍ବରୁ ସେ ବହୁତ ଆକ୍ଟିଭ୍‌ ଥିଲେ । କିନ୍ତୁ ଏବେ ସେହି ସିରିୟଲ୍‌ ସରିଯାଇଛି । ଆଉ ସେ ଅଭିନେତା ବି ଅଜଣା ହୋଇଗଲେଣି । ତାଙ୍କର କ୍ୟାରିୟର ଏକ ରକମ ତଳକୁ ଖସିବାକୁ ବସିଛି।  ଆପଣଙ୍କୁ ଜଣାଇ ଦେଉଛୁ କି ବହୁ ଦିନ ହେଲା ସେ ଟିଭି ଓ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ତାଙ୍କ ଘରେ ଚାଷ କାମ କରୁଛନ୍ତି । ଆଉ ଏ କାମକୁ ବି ସେ  ବହୁତ ପସନ୍ଦ କରୁଛନ୍ତି ।

ଯଦି ତାଙ୍କର ଟିଭି କ୍ୟାରିୟର କଥା କହିବା ତ ସେ ଅନେକ ଗୁଡ଼ିଏ ସିରିୟଲ୍‌ ଦିୟା ଔର ବାତୀ, ଏସେ କରୋନା ବାଦା ଓ ଧରିତ୍ରୀ ଭଳି ଆଦିରେ କାମ କରିଛନ୍ତି ।

୩୧ ଡିସେମ୍ୱର ୧୯୮୦ରେ ପଂଜାବରେ  ଜନ୍ମ ହୋଇଥିଲେ ଆନସ୍‌ ରସିଦ୍‌ । ଦିୟା ଔର ବାତୀରେ ଲୋକପ୍ରିୟ ଚରିତ୍ର ସୂରଜ ଭୂମିକାରେ ସେ ଲୋକଙ୍କର ପ୍ରିୟ ପାଲଟି ଯାଇଥିଲେ । ୨ ବର୍ଷ ପୂର୍ବରୁ ସେ ନିଜ ବୟସ ଠାରୁ କମ୍‌ ୧୪ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ।  ନିଜ ପରିବାରର ସହମତିରେ ଏ ବିବାହ ହୋଇଥିଲା । ତାଙ୍କ ପତ୍ନୀଙକ ନାଁ ହିନା ଇକ୍‌ବାଲ ।

ବିବାହ ପରେ ଆଜି ସୁଦ୍ଧା ଅନସଙ୍କୁ କୌଣସି ବଡ଼ ସୋ’ ଦେଖିବାକୁ ମିଳିନାହିଁ । ସୂଚନା ମୁତାବକ ମୁମ୍ୱାଇ ଛାଡ଼ିବା ପରେ ତାଙକୁ କାମ ବି ମିଳିନାହିଁ ।  ଗତ ୨ ବର୍ଷ ଭିତରେ ସେ ଛୋଟ ପରଦାର କୌଣସି ସୋ ରେ ନଜର ଆସିନାହାଁନ୍ତି ।

ଆହୁରି ପଢ଼ନ୍ତୁ

ଚର୍ଚ୍ଚାରେ ଓଡ଼ିଆ ହିରୋଇନ୍‌ ଅପସରା

ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

You might also like