ସୁଶାନ୍ତଙ୍କ ଆକାଉଣ୍ଟରେ ଥିବା ୧୫ କୋଟି କେମିତି ଖର୍ଚ୍ଚ ହୋଇଥିଲା ? ଇଡିକୁ ମିଳିଲା ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଆତ୍ମହତ୍ୟା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଏକ ବଡ ସୁରାକ୍‌। ଇଡିରୁ ମିଳିଥିବା ସୂଚନା ଅନୁସାରେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକଙ୍କ ଖାତାକୁ ଏକ ବଡ ରକମରର ଟଙ୍କା ଟ୍ରାନ୍ସଫର ହୋଇନାହିଁ। ସୁଶାନ୍ତଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ ଥିଲା। ହେଲେ ଅଧିକରୁ ଅଧିକ ଟଙ୍କା ଦେବା ନେବା ସେ ଗୋଟିଏ ବ୍ୟାଙ୍କର ଖାତାରୁ ହିଁ କରୁଥିଲେ।

ମିଳିଥିବା ତଥ୍ୟରୁ ଜଣାଯାଇଛି, ୟୁରୋପ ଟୁର ସମୟରେ କିଛି ଟଙ୍କା ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଥିଲା। ଇଡି ଏହି ମାମଲାର ଯାଞ୍ଚ କରୁଛି। ରିୟା ଯେଉଁ ୨ଟି ପ୍ରପର୍ଟି ନେଇଛନ୍ତି, ସେଥିପାଇଁ କେଉଁ ସୂତ୍ରରୁ ସେ ଟଙ୍କା ଆଣିଥିଲେ ତାହାର ଯାଞ୍ଚ ମଧ୍ୟ ଇଡି କରୁଛି।

ତେବେ ଗତ ଏକ ମାସ ମଧ୍ୟରେ ସୁଶାନ୍ତଙ୍କ ଖାତାରୁ ହୋଇଥିବା ଟଙ୍କା ନେଣ ଦେଣର ଯଞ୍ଚ ଇଡି କରିଥିଲା। କିନ୍ତୁ ଏଥିରୁ କୌଣସି ସନ୍ଦିଗ୍ଧ ଟ୍ରାଞ୍ଜାକ୍ସନର ସୂତ୍ର ମିଳି ନ ଥିଲା। ସୁଶାନ୍ତଙ୍କ ଆକାଉଣ୍ଟରୁ ୫୫ ଲକ୍ଷ ଟଙ୍କା ବାହାର କରାଯାଇଥିଲା। ଏହା ସୁଶାନ୍ତଙ୍କ କୋଟକ ବ୍ୟାଙ୍କରେ ଥିବା ତାଙ୍କର ପ୍ରାଇମେରୀ ଆକାଉଣ୍ଟ ସମ୍ବନ୍ଧିତ ଅଟେ। ଇଡି ଏସବୁ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି।

ଇଡିର କହିବା ଅନୁଯାୟୀ ଗତ ଆଥିର୍କ ବର୍ଷ ପ୍ରାରମ୍ଭରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୫ କୋଟି ଟଙ୍କା ଜମା ଥିଲା। ଏସବୁ ଟାକ୍ସ ପେମେଣ୍ଟ ଏବଂ ଟୁର ବାବଦରେ ଖର୍ଚ୍ଚ ହୋଇଥିଲା।

ଇଡ଼ି ତଥ୍ୟ ଅନୁସାରେ ସୁଶାନ୍ତଙ୍କ କୌଣସି ବ୍ୟାଙ୍କ ଖାତାରେ ରିୟା ଚକ୍ରବର୍ତ୍ତୀ ନୋମିନ ନାହାଁନ୍ତି । ଭଉଣୀ ପ୍ରିୟଙ୍କା ସୁଶାନ୍ତଙ୍କ ବ୍ୟାଙ୍କ ଏଫ୍‌ଡି ଏବଂ ମ୍ୟୁଚୁଆଲ ଫଣ୍ଡ ନିବେଶରେ ନୋମିନ ଥିଲେ। ତେବେ ଜେରା ବେଳେ ଜଣାପଡ଼ିଥିଲା ସୁଶାନ୍ତ ରିୟାଙ୍କୁ ଦାମି ଓମେଗା ଘଡ଼ି ଉପହାରରେ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

You might also like