୬୦ ଦିନରେ ୫୦୦ ମିଲିୟନ୍ ଭ୍ୟୁୟର୍ସ ଅତିକ୍ରମ କଲା ‘ଲୁଟ୍ ଗଏ’

ନୂଆଦିଲ୍ଲୀ: ଆଜିକାଲି ‍ଇମ୍‌ରାନ୍ ହାଶମୀଙ୍କ ଗୋଡ ତଳେ ଲାଗୁନି। ଖୁସୀରେ ସେ ଆକାଶ ଛୁଆଁ ହେଉଛନ୍ତି। ତାଙ୍କର ଗୀତ ‘ଲୁଟ୍ ଗଏ’ ରେକର୍ଡ ସୃଷ୍ଟି କରିଛି। ମାତ୍ର ୬୦ ଦିନରେ ୫୦୦ ମିଲିୟନ ଭିୟୁର୍ସ ତିଆରି ହୋଇଛନ୍ତି। ଏହି ଗୀତକୁ ଜୁବିଲ୍ ନୌଟିୟାଲ୍ ଗାଇଛନ୍ତି। ଗୀତକୁ ନେ‍ଇ ଉଭୟ ଜୁବିନ୍ ଓ ଇମରାନ୍ ବହୁତ ଖୁସି ଥିବା ଜଣାଯାଇଛି।

ଜୁବିନ୍ ନୌଟିୟାଲ୍ ପୋଷ୍ଟ୍ କରି ଲେଖିଛନ୍ତି- ଏହା ତାଙ୍କ କେରିଅରର ସ୍ପେସାଲ୍ ଗୀତଗୁଡିକ ମଧ୍ୟରେ ଗୋଟିଏ। ‘ଲୁଟ୍ ଗଏ’ ବର୍ତ୍ତମାନ ଏକ ମାଇଲଷ୍ଟୋନ ହିଟ୍ କରିନେଇ‍ଛି। ଏହା ହେଉଛି ପ୍ରଥମ ହିନ୍ଦି ଗୀତ ଯାହାକୁ ୟୁଟ୍ୟୁବ୍‌ରେ ୬୦ ଦିନରେ ୫୦୦ ମିଲିୟନ୍ ଭିୟୁର୍ସ ମିଳିଛି।

ସେହିପରି ଇମ୍ରାନ୍ ହାଶିମ୍ ଲେଖିଛନ୍ତି ଯେ ପ୍ରକୃତରେ ଏହା ସେମାନଙ୍କ ପାଇଁ ଗୌରବ ଓ ସମ୍ମାନର ମୂହୂର୍ତ୍ତ। ଏହି ଐତିହାସିକ ଗୀତରେ ସେ ସାମିଲ୍ ହୋଇଥିବାରୁ ସେ ବହୁତ ଖୁସି ହୋଇଛନ୍ତି।

ଏହି ଗୀତକୁ ଟି-ସିରିଜ୍‌ର ୟୁଟ୍ୟୁବ୍ ଚାନେଲ୍‌ରେ ଛଡାଯାଇଥିଲା। ଏହାକୁ ଅନେକ ଖୁବ୍ ପ୍ରଶଂସା କରିଛନ୍ତି। ଏହାର କାହାଣୀକୁ ମଧ୍ୟ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ଇଂଷ୍ଟା ରୀଲ୍ସରେ ମଧ୍ୟ ଏହି ଗୀତ ଜବରଦସ୍ତ ହିଟ୍ ହୋଇଛି। ଗୀତରେ ଇମରାନ୍ ହାଶିମ୍ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ଅଛନ୍ତି। ତେବେ ଯୁକ୍ତି ଥରାଜ୍ ତାଙ୍କ ବିପକ୍ଷରେ ଅଛନ୍ତି।

ଏହି ଗୀତକୁ ମନୋଜ ମୁନ୍ତଶିର୍ ଲେଖିଥିବା ବେଳେ ଗୀତର ମ୍ୟୁଜିକ୍ ତନିଷ୍କ ବାଗ୍‌ଚୀ ଦେଇଛନ୍ତି। ରାଧିକା ରାଓ ଓ ବିନୟ ସପ୍ରୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସୂଚନାଥାଉକି ଏହି ଗୀତ ଉସ୍ତାଦ ନୁସରତ୍ ଫତେହ ଅଲୀ ଖାନଙ୍କ ଗୀତ ‘ଆଁଖ୍‌ ଉଠି ମୋହବ୍ବତ୍‌ ନେ’ର ରିମେକ୍ ଭର୍ସନ।

ଯଦି ଇମରାନଙ୍କ ସିନେମା ଦୁନିଆ ବିଷୟରେ ଚର୍ଚ୍ଚା କରିବା ତେବେ ସେ ଫିଲ୍ମ୍ ‘ଚେହେରେ’ରେ ନଜରକୁ ଆସିବେ। ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜରକୁ ଆସିବେ।

୨୦୦୩ରେ ‍ ବିକ୍ରମ୍ ଭଟ୍ଟଙ୍କ ‘ଥ୍ରିଲର୍ ଫୁଟ୍‌ପାଥ୍’ ମାଧ୍ୟମରେ ଇମରାନ୍ ବଲିଉଡ୍ ଦୁନିଆକୁ ପ୍ରବେଶ କରିଥିଲେ। ଏଥିରେ ତାଙ୍କ ସହ ସହ-କଳାକାର ଭାବେ ଅଫ୍‌ତାବ୍ ଶିବଦାସନୀ ଓ ବିପାସା ବସୁ ମଧ୍ୟ ଥିଲେ। ଏହି ସିନେମାରେ ଇମ୍ରାନ ଜଣେ ଗ୍ୟାଙ୍ଗ୍‌ଷ୍ଟାର୍‌ ଭୂମିକାରେ ଥିବାବେଳେ ତାଙ୍କ ନାମ ରଘୁ ଶ୍ରୀବାସ୍ତବ ଥିଲା। ଏହି ସିନେମାଟି ବେଶ୍‌ ପ୍ରଶଂସାଯୋଗ୍ୟ ମଧ୍ୟ ହୋଇଥିଲା। ସିନେ ସମୀକ୍ଷକ ଗୌରବ ମଲାନି ତାଙ୍କୁ ଖୁବ୍ ପ୍ରଶଂସା କରିବା ସହିତ “ସିନ୍ ଷ୍ଟିଲର୍” ଭାବେ ବର୍ଣ୍ଣନା କରିଥିଲେ। ତାଙ୍କର ଅନେକ ଲୋକପ୍ରିୟ ସିନେମା ମଧ୍ୟରେ ମର୍ଡର୍, ହଙ୍ଗାମା, ତୁମ୍‌ସା ନେହି ଦେଖା, କଲ୍‌ୟୁଗ୍ ଆଦି ରହିଛି।

You might also like