ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସକୁ FIR କପି ମାଗିଲା ଇଡି

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢିଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହସ୍ତକ୍ଷେପ କରିଛି। ଇଡି ବିହାର ପୋଲିସକୁ FIR ରିପୋର୍ଟ ମାଗିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ମନି ଲଣ୍ଡରିଂର  ଯାଞ୍ଚ କରିବା ପାଇଁ ଇଡି ଏହି ରିପୋର୍ଟ ମାଗିଛି । ଏ ନେଇ ଇଡି ବିହାର ପୋଲିସକୁ ଏକ ଚିଠି ଲେଖିଛି।

ସୂଚନାଥାଉ କି,  ସୁଶାନ୍ତଙ୍କ ବାପା କେକେ ସିଂହ ନିଜ ପୁଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିଜନ ଏବଂ ଅନ୍ୟ ୬ ଜଣଙ୍କ ନାମରେ ମଙ୍ଗଳବାର ଏକ ଏଫଆଇଆର ଦାଖଲ କରିଥିଲେ। ବିହାର ପୋଲିସ ଧାରା ୩୪୧, ୩୪୨, ୩୮୦, ୪୦୬, ୪୨୦ ଏବଂ ୩୦୬ ଅନୁସାରେ ମାମଲା ରୁଜୁ କରିଥିଲା।

ସୁଶାନ୍ତଙ୍କ ପିତା ରିୟାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ, ରିଆ ନିଜ କ୍ୟାରିୟର ପାଇଁ ମେ ୨୦୧୯ରୁ ସୁଶାନ୍ତଙ୍କ ସହ ସମ୍ପର୍କ ବଢାଇଥିଲେ। ପରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟା ନେଇ ଯାଇଥିଲେ ବୋଲି ତାଙ୍କ ବାପା ଅଭିଯୋଗ ଆଣିଥିଲେ । କେତେକ ଅଧିକାରୀଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ଆକାଉଣ୍ଟ ଏବଂ ତାଙ୍କ ବ୍ୟାଙ୍କ ଖାତାର ଦୁରୁପଯୋଗ ଅଭିଯୋଗର ତଦନ୍ତ କରବା ପାଇଁ ଇଡି  ଏହି ଏଫଆଇଆର କପି ମଗାଇଥାଇ ପାରେ।

ଅନୁମାନ କରାଯାଉଛି, ଇଡି ଅଭିଯୁକ୍ତଙ୍କ ସମ୍ପତ୍ତିର ମଧ୍ୟ ଯାଞ୍ଚ କରିପାରେ। ଯଦି ସେପରି କିଛି ହୋଇଥାଏ ତେବେ ଅଭିଯୁକ୍ତକୁ ଗିରଫ କରିବାର କ୍ଷମତା ମଧ୍ୟ ଇଡିର ରହିଛି।

 

You might also like